ସରକାରୀ ଉତ୍କୃଷ୍ଟ ଉଚ୍ଚ ବିଦ୍ୟାଳୟ ସେକ୍ଟର- ୬ରେ ଓଜୋନ ଦିବସ ପାଳିତ

ରାଉରକେଲା, (ସସ୍ମିତା ପ୍ରଧାନ) : ଏସ୍‌ପିସିବି ଏବଂ ୱାଇ. ଏମ୍‌. ଏଫ୍‌. ଆଇ.ର ମିଳିତ ସହଯୋଗରେ ସ୍ଥାନୀୟ ସେକ୍ଟର – ୬ ସରକାରୀ ଉତ୍କୃଷ୍ଟ ଉଚ୍ଚ ବିଦ୍ୟାଳୟରେ ବିଶ୍ୱ ଓଜୋନ ଦିବସ ଇତି ମଧରେ ପାଳିତ ହୋଇଯାଇଛି । ଏଥିରେ ଏସ୍‌ପିସିବିର ଉପ ପରିବେଶ ଯନ୍ତ୍ରୀ ଇଂ ରମଣୀ ରଞ୍ଜନ ଦାସ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ । ସେ ତାଙ୍କ ବକ୍ତବ୍ୟରେ କହିଛନ୍ତି ଯେ, ବାୟୁ ମଣ୍ଡଳରେ ସୃଷ୍ଟି ହେଉଥିବ ବିଷାକ୍ତ ବାଷ୍ପ ଓଜନ ସ୍ତରକୁ ପ୍ରଭାବିତ କରୁଛି । ଦିନକୁ ଦିନ ଦେଖାଦେଉଥିବା ଜଳବାୟୁ ପରିବର୍ତ୍ତନକୁ ରୋକିବା ପାଇଁ ପ୍ରତେକ ସ୍ତରରେ ଉଦ୍ୟମ ଜରୁରୀ ବୋଲି ସେ କହିଥିଲେ । ଏଣୁ ଆମ ଦୈନନ୍ଦିନ ଜୀବନରେ ପରିବେଶ ଅନୁକୂଳ ଜୀବନ ଶୈଳୀ ଆପଣାଇବାକୁ ସେ ଆହ୍ୱାନ କରିଥିଲେ । ସ୍କୁଲର ପ୍ରଧାନ ଶିକ୍ଷୟତ୍ରୀ ସୁସ୍ମିତା ମହାପାତ୍ର ଏଥିରେ ଅଧ୍ୟକ୍ଷତା କରିଥିଲେ । ସେ କହିଥିଲେ ଯେ, ଜଳବାୟୁ ପରିବର୍ତ୍ତନ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ଛାତ୍ରଛାତ୍ରୀଙ୍କୁ ଶିକ୍ଷାଦାନ ସହ ସଶକ୍ତି କରାଯିବାର ଆବଶ୍ୟକତା ରହିଛି । ଯୁବ ବର୍ଗ ଏଦିଗରେ ଆଗେଇ ଆସିବାକୁ ସେ ଆହ୍ୱାନ କରିଥିଲେ । ଏସ୍‌ପିସିବିର ଓଏସ୍‌ଡ଼ି ବି. ବି. ମହନ୍ତ, ମନୋଜ ନାୟକ ସମ୍ମାନିତ ଅତିଥି ଭାବେ ମଂଚାସୀନ ଥିଲେ । ୱାଇ. ଏମ୍‌. ଏଫ୍‌. ଆଇ.ର ସାଧାରଣ ସମ୍ପାଦକ ବିବେକାନନ୍ଦ ଦାସ କାର୍ଯ୍ୟକ୍ରମର ସଂଯୋଜନା କରିବା ସହ ସ୍ୱାଗତ ଭାଷଣ ପ୍ରଦାନ କରିଥିଲେ । ଏହି ଅବସରରେ ପିଲାଙ୍କ ମଧ୍ୟରେ ଚିତ୍ରାଙ୍କନ ଓ ସ୍ଲୋଗାନ ପତିଯୋଗିତା କରାଯାଇ କୃତୀ ଛାତ୍ରଛାତ୍ରୀଙ୍କୁ ପୁରସ୍କୃତ କରାଯାଇଥିଲା । କାର୍ଯ୍ୟକ୍ରମ ପରିଚାଳନାରେ ଶିକ୍ଷକ ମାନସ ରଞ୍ଜନ ମହାନ୍ତି, ଶିକ୍ଷୟିତ୍ରୀ ଦୁର୍ଗାବତୀ ବଡାଇକ, ସରିତା ପରିଡା, ନିବେଦିତା ଶତପଥି, ମିନାକ୍ଷୀ ପାତ୍ର ପ୍ରମୁଖ ସହଯୋଗ କରିଥିଲେ ।

Leave A Reply

Your email address will not be published.