ତରଭା ଏ. ଇ. ଏସ୍. ମହାବିଦ୍ୟାଳୟ ତରଫରୁ ବୃକ୍ଷରୋପଣ କାର୍ଯ୍ୟକ୍ରମ

ତରଭା, (କେପିଏନ୍‌ଏସ୍‌) : ତରଭା ବ୍ଲକ ଅନ୍ତର୍ଗତ ବୁଦେଲମୁଣ୍ଡାସ୍ଥିତ ପମ୍ପ ହାଉସ୍‌ ପରିସରେ ଏ. ଇ.ଏସ୍. ମହାବିଦ୍ୟାଳୟର ଏନ୍. ଏସ୍. ଏସ୍. ୟୁନିଟ୍ ତରଫରୁ ବୃକ୍ଷରୋପଣ କାର୍ଯ୍ୟକ୍ରମର ଅନୁଷ୍ଠିତ ହୋଇଯାଇଛି । ଅଧ୍ୟକ୍ଷ ପ୍ରଫେସର କୃଷ୍ଣଚନ୍ଦ୍ର ମିଶ୍ରଙ୍କ ସଭାପତିତ୍ୱରେ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ସହକାରୀ ଯନ୍ତ୍ରୀ ଦୀପକ କୁମାର ମେହେର ଏବଂ ଏନ୍. ଏସ୍. ଏସ୍. ପ୍ରୋଗ୍ରାମ ଅଫିସର ପ୍ରଫେସର ମନୋରଞ୍ଜନ ଭୋଇଙ୍କ ତତ୍ତ୍ଵାବଧାନରେ ବିଭିନ୍ନ ପ୍ରକାର ଫଳମୂଳ ବୃକ୍ଷରୋପଣ କରାଯାଇଥିଲା । ଏଥିରେ ଏନ୍. ଏସ୍. ଏସ୍. ସ୍ୱେଚ୍ଛାସେବୀମାନେ ବୁଦେଲମୁଣ୍ଡା ଗ୍ରାମରେ ସଚେତନତା ବାର୍ତ୍ତା ଦେଇ ଆଗାମୀ ଦିନରେ ପମ୍ପ ହାଉସଠାରେ ଏକ ବିରାଟ ଫଳ ଉଦ୍ୟାନ ଗଢ଼ିବା ଉଦ୍ଦେଶ୍ୟରେ ବୃକ୍ଷରୋପଣ କରିଥିଲେ । ଫଳସ୍ୱରୂପ ଜଙ୍ଗଲର ଜୀବଜନ୍ତୁମାନଙ୍କ ପାଇଁ ସହାୟ ହେବା ସଙ୍ଗେ ସଙ୍ଗେ ଜନସାଧାରଣଙ୍କ ପାଇଁ ସବୁଜ ପରିବେଶ ସୃଷ୍ଟି କରିବ । ଅଧ୍ୟାପକ ବିଭୀଷଣ ପଧାନ, ମୋନାଲିସା ପଧାନ, ସୁନିତା ପଧାନ ଓ କଲେଜର ଅନ୍ୟାନ୍ୟ କର୍ମଚାରୀ ଏଥିରେ ସକ୍ରିୟ ଅଂଶଗ୍ରହଣ କରିଥିଲେ ।

Leave A Reply

Your email address will not be published.