ବିଜେପି ସରକାରଙ୍କ ମହତ୍ୱାକାଂକ୍ଷୀ ‘ସୁଭଦ୍ରା’ ଯୋଜନାର ଶୁଭାରମ୍ଭ

ଖପ୍ରାଖୋଲ, (ଅଶୋକ କୁମାର ବାଗ) : ରାଜ୍ୟର ବିଜେପି ସରକାରଙ୍କ ମହତ୍ୱାକାଂକ୍ଷୀ ‘ସୁଭଦ୍ରା’ ଯୋଜନାର ଶୁଭାରମ୍ଭ ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କରିବେ । ଜନତା ମଇଦାନରେ ବିଶାଳ ସମାବେଶରେ ପ୍ରଧାନମନ୍ତ୍ରୀ ମୋଦି ଏହି କାର୍ଯ୍ୟକ୍ରମର ଶୁଭାରମ୍ଭ ପାଇଁ ପ୍ରଶାସନିକ ସ୍ତରରେ ସମସ୍ତ ପ୍ରସ୍ତୁତି ଶେଷ ହୋଇଥିବାବେଳେ ଆଜି ଖପ୍ରାଖୋଲ ନୋଡାଲ ଉଚ୍ଚ ବିଦ୍ୟାଳୟ ଖେଳ ପଡିଆରେ ଏକ ବିଶାଳ ମହିଳା ସମାବେଶ ହୋଇଛି । ଏଥିପାଇଁ ପ୍ରତ୍ୟେକ ବ୍ଲକକୁ ରାଜ୍ୟ ସରକାର ୫ ଲକ୍ଷ ଟଙ୍କା ଲେଖାଏଁ ଯୋଗାଇ ଦେଇଛନ୍ତି । ଏହି ବ୍ଲକସ୍ତରୀୟ ସଭାରେ ମହିଳା ଏସ୍‌ଏଚ୍‌ଜି ସଦସ୍ୟା, ଅଙ୍ଗନୱାଡି କର୍ମୀ, ଆଶା କର୍ମୀ ଓ ସୁଭଦ୍ରା ହିତାଧିକାରୀମାନେ ଉପସ୍ଥିତ ଅଛନ୍ତି । ସୂଚନା ଅନୁସାରେ, ରାଜ୍ୟର ବିଜେପି ସରକାର ନିଜର ମହତ୍ୱାକାଂକ୍ଷୀ ‘ସୁଭଦ୍ରା’ ଯୋଜନା ମାଧ୍ୟମରେ ଲୋକଙ୍କ ନିକଟତର ହେବାକୁ ଜୋରଦାର କସରତ ଆରମ୍ଭ କରିଛି । ଏଥିପାଇଁ ରାଜ୍ୟ ମହିଳା ଓ ଶିଶୁବିକାଶ ବିଭାଗ ପକ୍ଷରୁ ପ୍ରତ୍ୟେକ ବ୍ଲକକୁ ୫ ଲକ୍ଷ ଟଙ୍କା ଲେଖାଏଁ ଯୋଗାଇ ଦିଆଯାଇଛି । ହଜାର ହଜାର ମହିଳାଙ୍କ ଏହି ସମାବେଶରେ ଖପ୍ରାଖୋଲ ବିଡ଼ିଓ ପ୍ରଥମେ ତାଙ୍କର ସ୍ୱାଗତ ଅଭିଭାଷଣ ରଖିଛନ୍ତି । ଏହି କାର୍ଯ୍ୟକ୍ରମରେ ଏଲ୍‌ଇଡି ସ୍କ୍ରିନ୍ ଲଗାଇ ଭୁବନେଶ୍ୱରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ‘ସୁଭଦ୍ରା’ ଯୋଜନାର ମେଗା ଲୋକାର୍ପଣ କରିବାର ଉତ୍ସବ ସିଧାସଳଖ ପ୍ରସାରଣ ହେବ ସେଥିପାଇଁ ସମସ୍ତେ ଅପେକ୍ଷା କରିଛନ୍ତି । ଏହି ମହିଳା ସମାବେଶରେ ବ୍ଲକ ସ୍ତରୀୟ ସମସ୍ତ ଅଧିକାରୀ ସହିତ ସମସ୍ତ ବିଭାଗର କର୍ମଚାରୀ ଉପସ୍ଥିତ ଅଛନ୍ତି । ତେବେ ଭର୍ଚଚୁଆଲ ମାଧ୍ୟମରେ କାର୍ଯ୍ୟକ୍ରମ ଆରମ୍ଭ ହୋଇଥିବା ଖବର ମିଳିଛି ।

Leave A Reply

Your email address will not be published.