csstore

କେୱାଇସି ପାଇଁ ଟିଟିଲାଗଡ଼ ଷ୍ଟେଟ୍‌ ବ୍ୟାଙ୍କରେ ଗ୍ରାହକଙ୍କ ପ୍ରବଳ ଭିଡ଼ : ଗୋଟିଏ କାଉଣ୍ଟରରେ ହେଉଥିବା ଯୋଗୁଁ ଗ୍ରାହକ ହଇରାଣ

ଟିଟିଲାଗଡ଼, (ସଞ୍ଜୟ କୁମାର ନାୟକ) : ସରକାରୀ ଯୋଜନାର ସୁବିଧା ପାଇବାକୁ ହେଲେ ଆଜି କାଲି ସବୁ ବ୍ୟାଙ୍କ ଖାତାକୁ ସିଧସଳଖ ଯାଉଛି । ସେଥିପାଇଁ ବ୍ୟାଙ୍କ ମାନଙ୍କରେ ପ୍ରବଳ ଭିଡ଼ ପରିଲକ୍ଷିତ ହେଉଛି । ସେପ୍ଟେମ୍ୱର ୧୭ ତାରିଖରୁ ସୁଭଦ୍ରା ଯୋଜନା ଟଙ୍କା ବ୍ୟାଙ୍କ ଆକାଉଣ୍ଟରେ ପଡ଼ିବ । ସେଥିପାଇଁ ବ୍ୟାଙ୍କ ଇ. କେ. ୱାଇ. ସି ଦାଖଲ କରିବାକୁ ପଡୁଛି । ସରକାରୀ ଯୋଜନା ଅନ୍ତର୍ଗତ ବିଭିନ୍ନ ପ୍ରକାରର ସୁବିଧା ଲୋକଙ୍କ ନିମନ୍ତେ କରାଯାଉଥିବା ବେଳେ ଇ. କେ. ୱାଇ. ସି ଦାଖଲ କେବଳ ୧୨ ନମ୍ୱର କାଉଣ୍ଟରରେ ହେଉଥିବା ଯୋଗୁଁ ଟିଟିଲାଗଡ଼ ଷ୍ଟେଟ୍‌ ବ୍ୟାଙ୍କ ମୁଖ୍ୟ ଶାଖାରେ ନାହିଁ ନଥିବା ଭିଡ଼ ଦେଖିବାକୁ ମିଳିଥିଲା । ଗୋଟାଏ କାଉଣ୍ଟର ଜାଗାରେ ଅନ୍ୟ କାଉଣ୍ଟରରେ ଯଦି ସେବା ଯୋଗାଇ ଦିଆଯାଆନ୍ତା ତାହେଲେ ଏଭଳି ଅସୁବିଧାର ସମ୍ମୁଖୀନ ଲୋକେ ହୁଅନ୍ତେ ନାହିଁ ବୋଲି ଗ୍ରାହକ ମାନେ ଅଭିଯୋଗ କରିଛନ୍ତି । ଏ ଦିଗରେ ବ୍ରାଞ୍ଚ ମ୍ୟାନେଜର ଦୃଷ୍ଟି ଦେଲେ ଭଲ ହୁଅନ୍ତା ।

jayashree
Leave A Reply

Your email address will not be published.