ବିଜେଡି, ବିଜେପି ମଧ୍ୟରେ ଗଣ୍ତଗୋଳ : ୩ ବିଜେଡି କର୍ମୀଙ୍କୁ କୋର୍ଟ ଚାଲାଣ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ଉପଖଣ୍ଡ ପାଇକମାଲ ବ୍ଲକ୍ ପରିସରରେ ବିଜେଡି ଓ ବିଜେପି କର୍ମୀ ମାନଙ୍କ ମଧ୍ୟରେ କୌଣସି କାରଣ ବଶତଃ ଶୁକ୍ରବାର ଯୁକ୍ତିତର୍କ ହୋଇ ପାଇକମାଲ ଥାନାରେ ଉଭୟ ପକ୍ଷରୁ ଏତଲା ହୋଇଛି । ପୋଲିସ ବିଜେଡିର ୩ ଜଣଙ୍କୁ ଗିରଫ କରିଥିବା ବେଳେ ବିଜେପିର କାହାରିକୁ ଗିରଫ କରି ନଥିବାରୁ ଶନିବାର ବିଜେଡି ପକ୍ଷରୁ ପାଇକମାଲ ଥାନାକୁ ଘେରାଉ କରିଥିଲେ । କୌଣସି ଫଳ ନମିଳିବାରୁ ନୃସିଂହନାଥ ପାଇକମାଲ ରାସ୍ତା ଅବରୋଧ କରିଥିଲେ । ପୋଲିସ ପ୍ରଶାସନ ପକ୍ଷରୁ ୪ ପ୍ଲାଟୁନ୍‌ ଫୋର୍ସ ମୁତୟନ କରାଯାଇଥିଲା । ବିଧାୟିକା ବର୍ଷା ସିଂହ ବରିହା କର୍ମୀମାନଙ୍କ ସହ ଆନ୍ଦୋଳନରେ ବସିଥିଲେ । ଅପରାହ୍ନ ୪ଟାରେ ପଦ୍ମପୁର ଏସ୍‌ଡିପିଓ ବିଭୁତି ଭୂଷଣ ଭୋଇ ଆନ୍ଦୋଳନକାରୀଙ୍କ ସହ ଆଲୋଚନ କରିବା ସହ ଆସନ୍ତା ୩ ଦିନ ମଧ୍ୟରେ ଗୋବର୍ଦ୍ଧନ ଭୁଏଙ୍କୁ ଗିରଫ କରାଯିବ ବୋଲି ପ୍ରତିଶୃତି ଦେବା ପରେ ବିଜେଡି କର୍ମୀମାନେ ଆନ୍ଦୋଳନରୁ ଉଠିଥିଲେ । ପ୍ରାପ୍ତ ବିବରଣୀରୁ ଜଣାପଡିଛି ଯେ, ଶୁକ୍ରବାର ବିଜେପିର ବିଧାୟକ ପ୍ରାର୍ଥୀ ଗୋବର୍ଦ୍ଧନ ଭୁଏ ପାଇକମାଲ ବିଡ଼ିଓ ପ୍ରଫୁଲ୍ଲ କୁମାର ଅଦୁଙ୍କ ସହ କଥାବାର୍ତ୍ତା ହୋଇ କାର୍ଯ୍ୟାଳୟରୁ ଫେରିଥିବା ସମୟରେ ପାଇକମାଲ ବ୍ଲକ ଉପାଧ୍ୟକ୍ଷ ସଞ୍ଜୀବ ବରିହା ଓ ଅନେକ ବିଜେଡି କର୍ମୀ ଯୋଜନା ବଦ୍ଧ ଭାବେ ହଠାତ ଆକ୍ରମଣ କରି ଧକ୍କା ମାରି ଠେଲାପେଲା କରି ଜୀବନରୁ ମାରି ଦେବାକୁ ଧମକ ହେଇଥିଲେ ଏଥି ସହ ଜାତିଆଣ ଆକ୍ଷେପ ମଧ୍ୟ କରିଥିଲେ ବୋଲି ଗୋବର୍ଦ୍ଧନ ଭୁଏ ପାଇକମାଲ ଥାନାରେ ଅଭିଯୋଗ କରିଛନ୍ତି । ଏନେଇ ଥାନାରେ କେଶ୍‌ ନମ୍ବର ୨୦୭/୨୪ ଧାରା ୧୯୧(୨), ୧୧୫(୨), ୨୯୬, ୩୫୧(୨), ୧୧୦, ୧୯୦ ବିଏନ୍‌ଏସ୍‌ ୩୧ଆର୍‌ଏସ୍‌୨ଭିଏ ଏସ୍‌ସି, ଏସ୍‌ଟି ଧାରା ଅନୁସାରେ ଏକ ମାମଲା ରୁଜୁ କରାଯାଇ ସଞ୍ଜୀବ ବରିହା, ବୁନୁ ମିଶ୍ର ଓ ଆନନ୍ଦ ସିଂହଙ୍କୁ ଥାନାକୁ ଆଣି ପଚରାଉଚରା ପରେ ଆଜି କୋର୍ଟ ଚାଲାଣ କରାଯାଇଥିବା ଜଣାପଡିଛି । ସେହିପରି ବିଜେଡି ଦଳ ତରଫରୁ ସଞ୍ଜୀବ ବରିହା ଥାନାରେ ଦେଇଥିବା ଅଭିଯୋଗରୁ ଜଣାପଡିଛି ଯେ, ଶୁକ୍ରବାର ୩ଟା ୩୦ ମିନିଟ୍‌ ସମୟରେ ବ୍ଲକ କାର୍ଯ୍ୟାଳୟରୁ ଫେରିଥିବା ସମୟରେ ଗୋବର୍ଦ୍ଧନ ଭୁଏ ଓ ଅନ୍ୟ ବିଜେପି କର୍ମୀମାନେ ହଠାତ୍ ମତେ ଅସଭ୍ୟ ଭାଷାରେ ଗାଳି ଗୁଲଜ କରି ମତେ ଜୀବନରୁ ମାରି ଦେବୁ ବୋଲି ଧମକ ଦେଇ ଜାତିଆଣ ଆକ୍ଷେପ କରିବା ସହ ଜୀବନରୁ ମାରି ଦେବାକୁ ଦୌଡ଼ିବା ସହ ମୋ ପକେଟ୍‌ରେ ଥିବା ୫ ହଜାର ଟଙ୍କା ଲୁଟି ନେବା ସହ ଆଗରୁ ମଧ୍ୟ ଜୀବନରୁ ମାରି ଦେବା ପାଇଁ ଅନେକ ଯୋଜନା କରୁଛନ୍ତି ବୋଲି ସଞ୍ଜୀବ ବରିହା ଲେଖିଥିବା ସହ ବର୍ତ୍ତମାନ ମୋ ଜୀବନ ପ୍ରତି ଭୟ ରହିଛି ବୋଲି ଥାନାରେ ଲେଖି ଜଣାଇଛନ୍ତି । ଏନେଇ ପାଇକମାଳ ଥାନାରେ ୨୦୮/୨୪ ଧାରା ୧୯୧(୨), ୧୧୫(୨), ୨୯୬, ୩୫୧(୨), ୧୧୦, ୧୯୦, ୩୦୪(୨) ବିଏନ୍‌ଏସ୍‌ ୩୧ଆର୍‌ଏସ୍‌୨ଭିଏ ଏସ୍‌ସି ଏସ୍‌ଟି ଧାରା ଅନୁଯାୟୀ ମାମଲା ରୁଜୁ ହୋଇଛି ।

Leave A Reply

Your email address will not be published.