csstore

ଶିଶକେଲ ଗାଁରେ ନୂଆଁଖାଇ ଉପଲକ୍ଷେ ରାମଲୀଲା ନାଟକ

ସଇଁତଲା, (କେପିଏନ୍‌ଏସ୍‌) : ବଲାଙ୍ଗିର ଜିଲ୍ଲା ସଇଁତଲା ବ୍ଲକ ଶିଶକେଲ ଗାଁର ଜଗନ୍ନାଥ ପାଠାଗାର ଗଣେଶ ପୂଜା କମିଟି ଆନୁକୂଲ୍ୟରେ ନୂଆଁଖାଇ ଭେଟ୍‌ଘାଟ୍‌ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିବା ବେଳେ କଲାହାଣ୍ଡି ଜିଲ୍ଲା ବାଗବୁରାଇ ଗାଁର କୁନି କୁନି କଳାକାର ମାନଙ୍କୁ ନେଇ ରାମଲୀଳା ନାଟକ ଆୟୋଜନ କରାଯାଇ ଥିଲା । ଏହି ଅବସରରେ ବ୍ଲକ ଉପାଧ୍ୟକ୍ଷ ଗୁଣସାଗର ମାଝୀ ମୁଖ୍ୟ ଅତିଥି, ସ୍ଥାନୀୟ ସରପଞ୍ଚ ମାଲତୀ ରଣା, ହଁରେକୃଷ୍ଣ ରଣା, ଜୟ ସିଂ ରଣା, ସର୍ବ କୁମାର ରଣା, ସାମ୍ବାଦିକ ଅଜିତ କୁମାର ସାହୁ ପ୍ରମୁଖ ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିବା ବେଳେ ବ୍ଲକ ଉପାଧ୍ୟକ୍ଷ ଶ୍ରୀଯୁକ୍ତ ମାଝୀ କୃଷି ଭିତ୍ତିକ ପର୍ବ, ଭାଇ ଚାରାର ପର୍ବ ଏବଂ ସମସ୍ତେ ଏକଜୁଟ୍‌ ହେବାର ଆବଶ୍ୟକତା ରହିଛି ବୋଲି ମତବ୍ୟକ୍ତ ଦେଇଥିଲେ । ରାମଲୀଳା ନାଟକ ଦର୍ଶକଙ୍କ ମନକୁ ଛୁଇଁ ଥିବା ବେଳେ ଦେଖିବା ପାଇଁ ହଜାର ହଜାର ଲୋକଙ୍କ ଭିଡ଼ ଦେଖିବାକୁ ମିଳିଥିଲା । ଏହି କାର୍ଯ୍ୟକ୍ରମକୁ ପୁରନ୍ଦର ରଣା ମଞ୍ଚ ପରିଚାଳନା କରିଥିବା ବେଳେ କମିଟିର ସଭାପତି ରଶ୍ମିରଞ୍ଜନ ରଣା, ସମ୍ପାଦକ ଦେବରାଜ ରଣା, ବିଶିକେସନ ରଣା, ବବଳୁ ବେହେରା, ଆଲୋକ ରଣା, ଅଜିତ ହାତୀ, ବିକାଶ, ଗୁଣ, ପିଙ୍କୁ, ଉତ୍ତମ ରଣା ପୃଥି ରାଜ ରଣା, ନବୀନ ରଣା, ପ୍ରଶାନ୍ତ, ଲକ୍ଷ୍ମଣ ନାୟକ ସମେତ ଗ୍ରାମବାସୀ ମାନେ ସହଯୋଗ କରିଥିବା ବେଳେ ଶେଷରେ ପବିତ୍ର ସାହୁ ଧନ୍ୟବାଦ ଅର୍ପଣ କରିଥିଲଲେ ।

jayashree
Leave A Reply

Your email address will not be published.