ଚୋରି ହୋଇଥିବା ପାଣି ମୋଟର ଓ ଅନ୍ୟାନ୍ୟ ସାମଗ୍ରୀ ଜବତ : ୩ ଅଭିଯୁକ୍ତ ଗିରଫ

ବୌଦ୍ଧ, (କେପିଏନ୍‌ଏସ୍‌) : ବୌଦ୍ଧ ଜିଲ୍ଲା ପୁରୁଣାକଟକ ଥାନା ଅଞ୍ଚଳରେ ବାରମ୍ବାର ଚୋରି ଘଟଣା ନଜରକୁ ଆସୁଛି । ଚୋର ଚାଲାକି ସହିତ ଚୋରି କରି ଫେରାର ମାରୁଛି ଏବଂ ଥାନାରେ ହୋଇଥିବା ଏତଲା ଅନୁଯାୟୀ ପୋଲିସ ତଦନ୍ତ ଜାରି କରି ଆସୁଛି । ସେହିଭଳି ଗତ ୫ ତାରିଖ ଦିନ ବୁରୁବୁଡ଼ା ସ୍କୁଲ ପରିସରରୁ ଏକ ବୋରୱେଲ ପାଣି ମୋଟର ଚୋରି ହୋଇଥିଲା । ଏନେଇ ପୁରୁଣାକଟକ ଥାନାରେ ଏକ ଲିଖିତ ଅଭିଯୋଗ ହୋଇଥିଲା । ଅଭିଯୋଗକୁ ଭିତ୍ତି କରି ପୁରୁଣାକଟକ ପୋଲିସ ପକ୍ଷରୁ ତଦନ୍ତ ଆରମ୍ଭ କରାଯାଇଥିଲା । ତେବେ ତିନିଜଣ ଅଭିଯୁକ୍ତଙ୍କୁ ଗିରଫ କରିବାରେ ପୋଲିସ ସଫଳ ହୋଇଛି । ଗିରଫ ଅଭିଯୁକ୍ତ ମାନେ ହେଲେ ପୁରୁଣାକଟକ ଥାନା ଅନ୍ତର୍ଗତ ବୁରୁବୁଡ଼ା ଗ୍ରାମର ଆଲୋକ ଜଗଦଳା (୩୦), ଅମରେଶ ଦେହୁରୀ (୨୪) ଓ ହରଭଙ୍ଗା ଥାନା ଅନ୍ତର୍ଗତ ଉଆଁଲ ଗ୍ରାମର ସିକୁନ ପ୍ରଧାନ (୨୪) । ସେମାନଙ୍କ ନିକଟରୁ ଗୋଟିଏ ସମ୍ବର ସିମ୍ପଲ ପାଣି ମୋଟର, ଗୋଟିଏ ସୋଲାର ସମର ସୀମାଲ ପାଣି ମୋଟର, ଦୁଇଟି ଟୁଲୁ ମୋଟର, ଦୁଇଟି ଟ୍ରାକ୍ଟର ସେଲ୍ଫ ଓ ଡାଇନାମା, ଗୋଟିଏ ଟ୍ରାକ୍ଟର ବ୍ୟାଟେରୀ ପୁରୁଣାକଟକ ପୋଲିସ ଜବତ କରିଛି । ଧାରା ୧୩୪/ୟୁଏସ୍‌ (୩୦୨)ବିଏନ୍‌ଆଇ ଅନୁଯାୟୀ ଏକ ମାମଲା ରୁଜୁ କରି ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ କରିଥିବା ସୂଚନା ମିଳିଛି ।

Leave A Reply

Your email address will not be published.