ନିଷାନ୍‌ ସାହିତ୍ୟ ସଂସଦ ଆନୁକୂଲ୍ୟରେ ନୂଆଁଖାଇ ଭେଟ୍‌ଘାଟ୍ ଅନୁଷ୍ଠିତ

ତୁଷୁରା, (କେପିଏନ୍‌ଏସ୍‌) : ନିଷାନ୍‌ ସାହିତ୍ୟ ସଂସଦ ତୁଷୁରା, ବଲାଙ୍ଗିର ଆନୁକୂଲ୍ୟରେ ୧୦ ସେପ୍ଟେମ୍ବର ଅପରାହ୍ନ ୫ଟା ସମୟରେ ସଭାପତି ଶ୍ୟାମସୁନ୍ଦର ପ୍ରଧାନଙ୍କ ଅଧ୍ୟକ୍ଷତା ଓ ସଂପାଦକ ଆଶୁକବି ହେମନ୍ତ ଦାଶଙ୍କ ସଂଯୋଜନାରେ ନୂଆଁଖାଇ ଭେଟ୍‌ଘାଟ୍ ଅନୁଷ୍ଠିତ ହୋଇଯାଇଛି । ଏଥିରେ ମୁଖ୍ୟ ଅତିଥି ଭାବେ କୋସଲ ସାହିତ୍ୟ ଏକାଡେ଼ମୀର ରାଜ୍ୟ ସଭାପତି ଦେବେନ୍ଦ୍ର ନାଏକ ଯୋଗଦେଇ ନୂଆଁଖାଇ ପର୍ବର ଗାରିମା ଉପରେ ଆଲୋକପାତ କରିଥିଲେ । ମୁଖ୍ୟ ବକ୍ତା ଭାବେ ବିଶିଷ୍ଟ ସାହିତ୍ୟିକ ତଥା ବାଗ୍ମୀ ରାଜମଣି ସାହୁ ଯୋଗଦେଇ ନୂଆଁଖାଇ ବସୁଧୈବ କୁଟୁମ୍ବକମ୍‌ର ବାର୍ତ୍ତା ପ୍ରଦାନ କରୁଛି ବୋଲି ମତପୋଷଣ କରିଥିଲେ । ବିଶିଷ୍ଟ ଅତିଥି ଭାବେ ଯୋଗଦେଇ ପୋଲିସ କବି ରଞ୍ଜିତ ପ୍ରଧାନ ନୂଆଁଖାଇ ଧିରେ ଧିରେ ନିଜର ଅସ୍ମିତା ହରାଇ ବସୁଛି ବୋଲି କହିଥିଲେ । ବିଶିଷ୍ଟ କବି ବନବାସ ମେହେର ସମ୍ମାନିତ ଅତିଥି ଭାବେ ଯୋଗଦେଇ ପୂର୍ବର ନୂଆଁଖାଇ ଓ ବର୍ତ୍ତମାନର ନୂଆଁଖାଇ ମଧ୍ୟରେ ଥିବା ପାର୍ଥକ୍ୟ ଉପସ୍ଥାପନ କରିଥିଲେ । ମୁଖ୍ୟ ଉପଦେଷ୍ଟା ସୋମନାଥ ମିଶ୍ର ନୂଆଁଖାଇ ବାସିର ମହତ୍ତ୍ଵ ବଖାଣିଥିଲେ । ସଭା ପ୍ରାରମ୍ଭରେ ବିଶିଷ୍ଟ କଣ୍ଠଶିଳ୍ପୀ ସ୍ୱରୂପା ସିଂ ପ୍ରାରମ୍ଭିକ ସଂଗୀତ ପରିବେଷଣ କରିଥିବା ବେଳେ ସଭା ଶେଷରେ କବୟିତ୍ରୀ ସାବିତ୍ରୀ ସାହୁ ଧନ୍ୟବାଦ ଅର୍ପଣ କରିଥିଲେ । ଦ୍ୱିତୀୟ ପର୍ଯ୍ୟାୟରେ ଯୁଗ୍ମ ସଂପାଦକ କୃଷ୍ଣେନ୍ଦୁ ହୋତାଙ୍କ ସଂଯୋଜନାରେ ନୂଆଁଖାଇ କବିତା ଆସର ଅନୁଷ୍ଠିତ ହୋଇଥିଲା । ଏଥିରେ ପଶ୍ଚିମ ଓଡିଶାର ଶତାଧିକ କବି କବୟିତ୍ରୀ ସ୍ୱରଚିତ କବିତା ପାଠ କରିଥିଲେ । କବି ଗୋପିକୃଷ୍ଣ ପଣ୍ଡିଆ, ଆଶୁତୋଷ ଠାକୁର, ନାଭିଦତ୍ୟ ଦିଗାଲ, ଦିଗାମ୍ବର ନାଏକ, ସନ୍ତୋଷ କୁମାର ବେହେରା, ଫାଲଗୁନି ରଣା, ସହଦେବ ମେହେର, ସତ୍ୟନାରାୟଣ ମିଶ୍ର ପ୍ରମୁଖ ସହଯୋଗ କରିଥିଲେ ।

Leave A Reply

Your email address will not be published.