ଅଖିଳ ଭାରତୀୟ ସାହିତ୍ୟ ପରିଷଦ ରାଉରକେଲା ଶାଖାର ନବଗଠିତ କାର୍ଯ୍ୟକାରିଣୀ ସଦସ୍ୟଙ୍କୁ ଦାୟିତ୍ଵ ବଣ୍ଟନ

ରାଉରକେଲା, (ସସ୍ମିତା ପ୍ରଧାନ) : ଅଖିଳ ଭାରତୀୟ ସାହିତ୍ୟ ପରିଷଦ ରାଉରକେଲା ଶାଖାର ନବଗଠିତ କାର୍ଯ୍ୟକାରିଣୀ ସଦସ୍ୟଙ୍କ ମଧ୍ୟରେ ଦାୟିତ୍ଵ ବଣ୍ଟନ କରାଯାଇଛି । ଝିରପାଣି ସ୍ଥିତ ଡ. ସୁଷମା ମୋଦୀଙ୍କ ବାସଭବନରେ ଆୟୋଜିତ କାର୍ଯ୍ୟକ୍ରମରେ ଅଧ୍ୟାପକ କରୁଣାକର ପାଟ୍ଟଶାଣୀ କାର୍ଯ୍ୟକ୍ରମ ସମ୍ପର୍କରେ ସମ୍ୟକ ସୂଚନା ଓ ଉପସ୍ଥିତ ପ୍ରବୁଦ୍ଧ ବ୍ୟକ୍ତିତ୍ଵଙ୍କ ପରିଚୟ ପ୍ରଦାନ କରିଥିଲେ । ପରେ ସଂଘ ଚାଳକଙ୍କ ଦ୍ୱାରା ନବଚୟିତ ସଭାପତିଙ୍କ ନାମ ଘୋଷଣା ଏବଂ ସଭାପତିଙ୍କୁ ସମ୍ବର୍ଦ୍ଧନା ତତ୍ପରେ ସଭାପତିଙ୍କ ଦ୍ୱାରା ନବଚୟିତ କାର୍ଯ୍ୟକର୍ତ୍ତାଙ୍କ ନାମ ଘୋଷଣା ଏବଂ ସମ୍ବର୍ଦ୍ଧନା ପର୍ବ ଅନୁଷ୍ଠିତ ହୋଇଥିଲା । ନବଗଠିତ କାର୍ଯ୍ୟକର୍ତ୍ତାଙ୍କ ମଧ୍ୟରେ ସଭାପତି ଭାବେ ରାଉରକେଲା କଲେଜର ଅଧ୍ୟକ୍ଷ ଡ. ରବୀନ୍ଦ୍ର କୁମାର ଜେନା ଉପସଭାପତି ଭାବେ ପ୍ରାକ୍ତନ ଓଡ଼ିଆ ପ୍ରାଧ୍ୟାପକ ଡ. ଅଶ୍ୱିନୀ କୁମାର ରାୟ ଓ ବିଶିଷ୍ଟ ଗାଳ୍ପିକ ତଥା କବି କାଶୀନାଥ ନନ୍ଦୀ, ସାଧାରଣ ସଂପାଦକ ଭାବେ ରାଉରକେଲା ସରକାରୀ ସ୍ୱୟଂଶାସିତ କଲେଜର ଓଡ଼ିଆ ବିଭାଗର ମୁଖ୍ୟ ଡ. ସୁଷମା ମୋଦୀ, ସହ ସାଧାରଣ ସଂପାଦକ ଭାବେ ମ୍ୟୁନିସିପାଲ କଲେଜର ଇତିହାସ ବିଭାଗର ଅଧ୍ୟାପକ ସଞ୍ଜୟ କୁମାର ମହାପାତ୍ର, ସଂଗଠନ ସଂପାଦକ ଭାବେ ବିଶିଷ୍ଟ ସାହିତ୍ୟିକ ତଥା ବରିଷ୍ଠ ସାମ୍ବାଦିକ କୁଞ୍ଜବିହାରୀ ରାଉତ, ସଂପାଦକ ଭାବେ ବିଶିଷ୍ଟ ଗାଳ୍ପିକ ତଥା କବି ସଂଜୀବ କୁମାର ଭୋଇ, ସହ ସଂପାଦକ ଭାବେ ସୁଶୀଳାବତୀ ସରକାରୀ ବାଳିକା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଓଡ଼ିଆ ଅଧ୍ୟାପିକା ସୁଶ୍ରୀ ସିମ୍‌ରନ୍ ମହାପାତ୍ର, ଶିକ୍ଷକ, ସାମ୍ବାଦିକ ତଥା ସମାଲୋଚକ ମନୋଜ ଚୌଧୁରୀ ତଥା କାର୍ଯ୍ୟକାରିଣୀ ସଦସ୍ୟ ଭାବେ ନୀଳଶୈଳ କଲେଜର ଓଡ଼ିଆ ଅଧ୍ୟାପକ ଡ. ସୁଶାନ୍ତ କୁମାର କିଷାନ, ମ୍ୟୁନିସିପାଲ କଲେଜର ଓଡ଼ିଆ ଅଧ୍ୟାପିକା ଡ. ଅପର୍ଣ୍ଣା ଧର, ଇସ୍ପାତ ସ୍ୱୟଂ ଶାସିତ କଲେଜର ଓଡ଼ିଆ ଅଧ୍ୟାପିକା ଡ. ଲକ୍ଷ୍ମୀ ମାଝୀ, ସୁଶୀଳାବତୀ ସରକାରୀ ବାଳିକା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଓଡ଼ିଆ ଅଧ୍ୟାପିକା ସୁଶ୍ରୀ ଶେଫାଳୀ ବାରିକ, ସୁଶୀଳାବତୀ ସରକାରୀ ବାଳିକା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଓଡ଼ିଆ ଅଧ୍ୟାପିକା ସୁଶ୍ରୀ ଭାରତୀ ଖମାରୀ ଓ ସଂଯୋଜକ ଭାବେ ରାଉରକେଲା କଲେଜର ଓଡ଼ିଆ ଅଧ୍ୟାପକ କରୁଣାକର ପାଟ୍ଟଶାଣୀଙ୍କୁ ଦାୟିତ୍ଵ ପ୍ରଦାନ କରାଯାଇଥିଲା । ସେହିପରି ଉପଦ୍ଦେଷ୍ଟା ମଣ୍ଡଳୀରେ ମ୍ୟୁନିସିପାଲ କଲେଜର ଅଧ୍ୟକ୍ଷ ଏବଂ ଓଡ଼ିଶା ପଶ୍ଚିମ, ରାଷ୍ଟ୍ରୀୟ ସ୍ଵୟଂସେବକ ସଂଘର ସଂଘ ଚାଳକ ଡ. ସନାତନ ପ୍ରଧାନ, ରାଉରକେଲା ମହାନଗର, ରାଷ୍ଟ୍ରୀୟ ସ୍ଵୟଂସେବକ ସଂଘର ସଂଘ ଚାଳକ ପ୍ରଭାତ କୁମାର ସାହୁ, ବିଶିଷ୍ଟ ବ୍ୟଙ୍ଗ କବି ଓ ଅନୁବାଦକ ରାଧୁ ମିଶ୍ର ପ୍ରମୁଖ ଅଛନ୍ତି ।

Leave A Reply

Your email address will not be published.