ପ୍ରଧାନ ବଂଶର ନୂଆଁଖାଇ ଭେଟ୍‌ଘାଟ୍‌ ପାଳିତ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ଉପଖଣ୍ଡ ଗାଇସିଲେଟ ବ୍ଲକ ଜାମୁଟପାଲି ଗ୍ରାମର ସାରଙ୍ଗପୁରିଆ ଘରେ ବାରଙ୍ଗପାଳିଆ ପଧାନ ବଂଶଧର ଭାଇମାନେ ଦୀର୍ଘ ଦିନରୁ ନୂଆଁଖାଇ ପର୍ବକୁ ମିଳିମିଶି ଏକତ୍ର ହୋଇ ୨୦ ଘର ପରିବାର ନୂଆଁଖାଇ ଆସୁଅଛନ୍ତି । ତାଙ୍କର ପୂର୍ବ ପୁରୁଷ ମହାଦେବ ପଧାନ ଆଜକୁ ୧୫୦ ବର୍ଷ ପୂର୍ବେ ସାରଙ୍ଗପୁର ଗ୍ରାମରୁ ନିଜର ସମସ୍ତ ସ୍ଥାବର ଅସ୍ଥାବର ସମ୍ପତ୍ତି ପରିତ୍ୟାଗ କରି ଜାମୁଟପାଲି ଗ୍ରାମକୁ ଆସିଥିଲେ । ସେତେବେଳେ ତାଙ୍କର ଗୋଟିଏ ପୁଅ ଓ ଝିଅ ଟିଏ ହୋଇଥିଲେ । ପରେ ତାଙ୍କର ଅନ୍ୟ ୪ ଟି ପୁତ୍ର ଏପରି ସର୍ବମୋଟ ୫ ପୁତ୍ର ହୋଇଥିଲେ । ସେମାନେ ହେଲେ ଇଶ୍ଵର ପଧାନ, ବନମାଳୀ ପଧାନ, ଦୈତାରୀ ପଧାନ, ପାରେଶ୍ୱର ପଧାନ ଏବଂ ନୀଳ ପଧାନ । ସେତେବେଳେ ମାହେଶ୍ୱରୀ ଦେବୀକୁ ପୂଜା କଲେ ଏବଂ କଳାସୀ ଯାତ୍ରା କଲେ ଏବଂ ଛଅ କୋର ଚଉରାଶି ଦେବୀ ପୂଜା କଲେ । ଯାହାକି ଆଜି ପର୍ଯ୍ୟନ୍ତ ଜାମୁଟପାଲି ଗ୍ରାମରେ କଳସୀ ଯାତ୍ରା ଚାଲିଅଛି । ଏହି ସମସ୍ତ ୫ ଭାଇଙ୍କର ସନ୍ତାନମାନେ, ନାତିମାନେ, ଅଣନାତିମାନେ ମିଳିମିଶି ଏକାଠି ନୂଆଁଖାଇ ପର୍ବ ପାଳନ କରୁଛନ୍ତି । ଯାହାକି ଏକ ଭାଇଚାରାର ସମ୍ବନ୍ଧ ସୃଷ୍ଟି କରୁଅଛି । ଏହି ପର୍ବକୁ ସେମାନେ ୨ ଦିନ ଧରି ଏକାଠି ପାଳନ କରିବା ସହ ଖାଇବା ପିଇବା ଏକାଠି କରିଥାଆନ୍ତି । ଏହି ପର୍ବ ପାଳନ ସମୟରେ ତାଙ୍କ ସମସ୍ତଙ୍କ ମନରେ ଏକତା ଭାବ ପରିଲକ୍ଷିତ ହୁଏ । ପରସ୍ପର ମଧ୍ୟରେ ଆତ୍ମ ସ୍ୱଜନ ପରିବାର ଭାବ ସୃଷ୍ଟି ହୁଏ । ଏହା ଦ୍ୱାରା ସମାଜ ଉପରେ ମଧ୍ୟ ଭଲ ପ୍ରଭାବ ପକାଇ ପାରିବ ବୋଲି ସେମାନେ ଆଶା ଓ ବିଶ୍ୱାସ କରନ୍ତି ।

Leave A Reply

Your email address will not be published.