ଗଣେଶ ବିସର୍ଜନ ବେଳେ ପାଣିରେ ବୁଡି ଜଣେ ମୃତ : ଜଣେ ଗୁରୁତର

ନୀଳଗିରି : ଗଣେଶ ମେଢ଼ ବିସର୍ଜନ ବେଳେ ଅଘଟଣ । ବାଲେଶ୍ୱର ଜିଲ୍ଲା ରେମୁଣା ବ୍ଲକ ଖନ୍ତାପଡ଼ା ଥାନା କୁଳି ଗାଁରେ ଗଣେଶ ମେଢ଼ ଭସାଣି ବେଳେ ଏଭଳି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି । ସୂଚନାନୁଗତେ ଶନିବାର ଗାଁରେ ବହୁ ଆଡମ୍ୱରରେ ଗଣେଶଙ୍କ ପୂଜାର୍ଚ୍ଚନା ଚାଲିଥିବା ବେଳେ ଆଜି ଗାଁରେ ଗଣେଶଙ୍କୁ ବିସର୍ଜନ କରାଯାଉଥିଲା । ପିଲାମାନେ ଭସାଣି ପାଇଁ ଗଣେଶଙ୍କୁ ଗାଁ ପୋଖରୀରେ ଠାକୁରଙ୍କୁ ବିସର୍ଜନ କରିବାକୁ ଯାଇଥିବା ବେଳେ ଗାଁର ଅରୁଣ ରାଉତଙ୍କ ବଡ଼ ପୁଅ ପ୍ରତ୍ୟୁଷ ରଞ୍ଜନ ରାଉତ ଓ ତାଙ୍କ ସାନ ଭାଇ ସତ୍ୟଜିତ ରାଉତ ପୋଖରୀରେ ବୁଡ଼ିଯାଇଥିଲେ । ସ୍ଥାନୀୟଲୋକେ ଉଭୟଙ୍କୁ ପୋଖରୀରୁ ଉଦ୍ଧାର କରି ଖନ୍ତାପଡ଼ା ମେଡିକାଲରେ ଭର୍ତ୍ତି କରିଥିଲେ । କିନ୍ତୁ ସେଠାରେ ଡାକ୍ତର ପ୍ରତ୍ୟୁଷଙ୍କୁ ମୃତ ଘୋଷଣା କରିଥିଲେ ଏବଂ ସତ୍ୟଜିତ ଗୁରୁତର ଅବସ୍ଥାରେ ଥିବା ବେଳେ ତାଙ୍କୁ କଟକ ସ୍ଥାନାନ୍ତର କରାଯାଇଛି । ଏଭଳି ଅଘଟଣ ପରେ ସ୍ଥାନୀୟ ଅଞ୍ଚଳରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଯାଇଛି ।

Leave A Reply

Your email address will not be published.