oom

କୋଟପାଡ଼ ନିର୍ବାଚନ ମଣ୍ଡଳୀର ବିଭିନ୍ନ ଗ୍ରାମର ଶହ ଶହ ଏକର ଧାନ ନଷ୍ଟ

jsmm

ବୋରିଗୁମ୍ମା, (ଏସ୍‌. ସୁନ୍ଦରମ୍‌) : ଲଗାଣ ବର୍ଷା ଯୋଗୁଁ କୋରାପୁଟ ଜିଲ୍ଲା ବୋରିଗୁମ୍ମା ବ୍ଲକ୍‌ ଅନ୍ତର୍ଗତ କୋଟପାଡ଼ ନିର୍ବାଚନ ମଣ୍ଡଳୀର ବିଭିନ୍ନ ଗ୍ରାମର ଶହ ଶହ ଏକର ଧାନ ନଷ୍ଟ ହେବା ସହ ଘରେ ଘରେ ବର୍ଷା ପାଣି ପସିଥିବା ଜଣାପଡ଼ିଛି । ଆଜି ସକାଳ ୮ଟା ସମୟରେ କୋଟପାଡ଼ ନିର୍ବାଚନ ମଣ୍ଡଳୀ ଫୁପୁଗାଁ ପଂଚାୟତ. ବାଣ୍ଡିଗୁଡା ପଂଚାୟତର ଯାନିଗୁଡା, ସମରଥ ଗୁଡା, ଡେଙ୍ଗାଗୁଡା ରାସ୍ତା ଉପରେ ଆଣ୍ଠୁଏ ପାଣି ବହୁଥିବା ବେଳେ ଯାତାୟତ ଠପ୍‌ ହୋଇପଡିଛି ଏବଂ ଶହ ଶହ ଏକର ଜମିରେ ପାଣି ଜମିରହିଛି । ଫଳରେ ଲକ୍ଷାଧିକ ଟଙ୍କାର ଧାନ ଫସଲ ନଷ୍ଟ ହେବାର ଅଭିଯୋଗ କରିଛନ୍ତି ଚାଷୀମାନେ । ସେହିପରି ବିଜାପୁର ପଂଚାୟତ ଅଂଚଳର କେତେକ ଘରେ ପାଣି ପଶି ଆବାସ ପତ୍ର ନଷ୍ଟ ହଇଥିବା ମଧ୍ୟ ସୂଚନା ମିଳିଛି ।

jittmm
Leave A Reply

Your email address will not be published.