ବଲାଙ୍ଗିର ପୃଥ୍ୱୀରାଜ ହାଇସ୍କୁଲରେ ଗୁରୁ ଦିବସ ପାଳିତ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ପୃଥ୍ୱୀରାଜ ହାଇସ୍କୁଲରେ ଗୁରୁ ଦିବସ ପାଳିତ ହୋଇଯାଇଛି । ପୃଥ୍ୱୀରାଜ ହାଇସ୍କୁଲ ୧୯୭୭ ସାମାଜିକ ସାଂସ୍କୃତିକ ସଂଘର ସଦସ୍ୟ ବୃନ୍ଦ ସହଭାଗୀ ହୋଇ ଛାତ୍ରଛାତ୍ରୀ ମାନଙ୍କୁ ଉତ୍ସାହ ପ୍ରଦାନ କରିଥିଲେ ଓ ଶିକ୍ଷକ, ଶିକ୍ଷୟିତ୍ରୀ ବୃନ୍ଦଙ୍କୁ ସମ୍ମାନ ପ୍ରଦର୍ଶନ କରିଥିଲେ । ସଂଘ ଦ୍ୱାରା ପ୍ରାୟୋଜିତ ରଚନା ଲିଖନ ଓ ତର୍କ ପ୍ରତିଯୋଗିତାର କୃତକାର୍ଯ୍ୟ ବରିଷ୍ଠ ଓ କନିଷ୍ଠ ବର୍ଗର ଛାତ୍ରମାନଙ୍କୁ ପ୍ରମାଣ ପତ୍ର ସହିତ ଟ୍ରଫି ପ୍ରଦାନ କରାଯାଇଥିଲା । ୨୦୨୩ ମସିହା ଉଚ୍ଚ ମାଧ୍ୟମିକ ୧୦ମ ଶ୍ରେଣୀରେ ସର୍ବୋଚ୍ଚ ନମ୍ବର ରଖି ଉତ୍ତୀର୍ଣ୍ଣ ହେଇଥିବା ଛାତ୍ର ରତିକାନ୍ତ ପଟେଲ ତଥା ଜାତୀୟ ସ୍ତରରେ ସମର ଶିକ୍ଷାର୍ଥୀ ବାହିନୀ ଦ୍ୱାରା ସଂପନ୍ନ ଶିଳା ଆରୋହଣ ପ୍ରତିଯୋଗିତାରେ ପ୍ରଥମ ହେଇଥିବା ବଳରାମ ମେହେରଙ୍କୁ ପ୍ରଶସ୍ତି ପତ୍ର ଓ ସ୍ମାରକୀ ସହ ସମ୍ବର୍ଦ୍ଧିତ କରାଯାଇଥିଲା । ପ୍ରଧାନ ଶିକ୍ଷକ ଶ୍ରୀମତି ସନ୍ତୋଷିନୀ ସେଠୀ ସଭାପତିତ୍ୱ କରିଥିଲେ । ଶିକ୍ଷକ ବିକାଶ ସାହୁ ତଥା ସହକର୍ମୀ ବୃନ୍ଦ ସହଯୋଗ କରିଥିଲେ । ସଂଘର ସଭାପତି ରତନ କୁମାର ମହାରଣା, ଉପସଭାପତି ରାଜକିଶୋର ଦାସ, ସମ୍ପାଦକ ଡ. ସୁକାନ୍ତ ପୁରୋହିତ, କୋଷାଧ୍ୟକ୍ଷ ବ୍ରଜବନ୍ଧୁ ସାଏ, ମୋହନ ଗୋପାଳ ପଣ୍ଡା, ସତ୍ୟନାରାୟଣ ପଣ୍ଡା, ଭଗବାନ ବଗର୍ତ୍ତି, ସୁରେନ୍ଦ୍ର ସେଠ୍, ସଲିମ୍ ଖାନ୍ ଓ ପ୍ରଦୀପ ମିଶ୍ର ପ୍ରମୁଖ ସଭାରେ ଉପସ୍ଥିତ ଥିଲେ । ସଭାରେ ସଂଘର ଦାୟିତ୍ୱ ସମ୍ପନ୍ନ ହେଲା ଅନ୍ତେ ସମସ୍ତ ସଦସ୍ୟ ବୃନ୍ଦ ସେମାନଙ୍କୁ ଶିକ୍ଷା ଦାନ କରିଥିବା ୮ ଜଣ ଗୁରୁଙ୍କ ବାସ ଭବନକୁ ଯାଇ ସେମାନଙ୍କ ପଦ ବନ୍ଦନା ପୂର୍ବକ ଉପଢ଼ୌକନ ପ୍ରଦାନ କରିଥିଲେ ।

jittmm
Leave A Reply

Your email address will not be published.