ଯୁବକଙ୍କ କଟୁରୀ ଚୋଟରେ ୨ ପୋଲିସ କର୍ମଚାରୀ ଗୁରୁତର

ବିଞ୍ଝାରପୁର : ବିଞ୍ଝାରପୁର ପୋଲିସ ଉପରକୁ ଯୁବକଙ୍କ ମରଣାନ୍ତକ ଆକ୍ରମଣ । ଗୁରୁତରଙ୍କୁ ପୋଲିସ ଉଦ୍ଧାର କରି ବିଞ୍ଝାରପୁର ଗୋଷ୍ଠୀ ସ୍ଵାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରିଛି। ସୂଚନାନୁଯାୟୀ, ବିଞ୍ଝାରପୁର ପଞ୍ଚାୟତ ୯ ନମ୍ବର ୱାର୍ଡ ବଳରାମ ରାଉଳଙ୍କ ପୁଅ ଦୀପ୍ତି ନାରାୟଣ ରାଉଳ ନିଜ ଘରେ ପାଟିତୁଣ୍ଡ କରୁଥିଲେ । ପରିବାର ଲୋକେ ଏନେଇ ବିଞ୍ଝାରପୁର ପୋଲିସକୁ ଜଣାଇଥିଲେ । ଖବର ପାଇ ୧୧୨ ପେଟ୍ରୋଲିଂ ଗାଡି ତାଙ୍କ ଘର ପାଖରେ ପହଁଚିବା ପରେ ଉତ୍ତ୍ୟକ୍ତ ଯୁବକ ପୋଲିସ କର୍ମଚାରୀଙ୍କ ଉପରକୁ ଆକ୍ରମଣ କରିଥିଲେ । ଦୀପ୍ତି ନାରାୟଣଙ୍କ କଟୁରୀ ଚୋଟରେ ପୋଲିସ କର୍ମଚାରୀ ସନ୍ଦୀପ କୁମାର ସାହୁ ଓ ୧୧୨ ଗାଡିର ଡ୍ରାଇଭର ପ୍ରଦିପ ସାମଲ ଗୁରୁତର ହୋଇଛନ୍ତି । ଗୁରୁତରଙ୍କୁ ପୋଲିସ ଉଦ୍ଧାର କରି ବିଞ୍ଝାରପୁର ଗୋଷ୍ଠୀ ସ୍ଵାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରିଛି । ଏହା ସହ ଅଭିଯୁକ୍ତକୁ ଧରିବା ପାଇଁ ଚେଷ୍ଟା ଚଳାଇଛି।

Leave A Reply

Your email address will not be published.