ବଲାଙ୍ଗିର ଜିଲ୍ଲା କ୍ରୀଡା ସଂସଦ ପକ୍ଷରୁ ସିନିୟର ନକ୍‌ ଆଉଟ୍‌ ଫୁଟବଲ ଟୁର୍ଣ୍ଣାମେଣ୍ଟ ସେପ୍ଟେମ୍ବର ୧୧ରୁ ଭାଗ ନେବେ ୧୨୮ ଦଳ

ବଲାଙ୍ଗିର, (କେପିଏନ୍‌ଏସ୍‌) : ସ୍ଥାନୀୟ ଗାନ୍ଧୀ ଷ୍ଟାଡିୟମ୍‌ ବଲାଙ୍ଗିର ଠାରେ ଆଜି କ୍ରୀଡା ସଂସଦ ନକ୍‌ ଆଉଟ୍‌ ଫୁଟବଲ ଟୁର୍ଣ୍ଣାମେଣ୍ଟ ଚୁଡାନ୍ତ ପ୍ରସ୍ତୁତି ବୈଠକ ସଂସଦର କାର୍ଯ୍ୟକାରୀ ସଭାପତି ଡ. ଶ୍ରୀକର ମିଶ୍ରଙ୍କ ତତ୍ତ୍ୱାବଧାନରେ ଅନୁଷ୍ଠିତ ହୋଇଯାଇଛି । ସଂସଦର ସାଧାରଣ ସଂପାଦକ ହରି ନାରାୟଣ ପୁଜାରୀଙ୍କ ଆବାହକତ୍ୱରେ ଅନୁଷ୍ଠିତ ସଭାରେ ଟୁର୍ଣ୍ଣାମେଣ୍ଟ କମିଟି ଅଧ୍ୟକ୍ଷ ପ୍ରଭାତ କୁମାର ମିଶ୍ର ସଭାପତିତ୍ୱ କରିଥିଲେ । ଖେଳ ଗୁଡିକ ୧୭ ଗୋଟି ପଡିଆରେ କରାଯିବ । ସମୁଦାୟ ୧୨୮ ଗୋଟି ଦଳ ଭାଗ ନେବେ । ସମସ୍ତ ଦଳ ୧୬ ଗୋଟି ଜୋନରେ ଓ ୮ଟି ଗୃପ୍‌ରେ ଖେଳିବେ । ଜୋନର ଚୁଡାନ୍ତ ଖେଳ ୧୭ ତାରିଖରେ ଓ ୮ ଗୃପ୍‌ର ଫାଇନାଲ ଖେଳ ୧୯ ତାରିଖରେ କରାଯିବ । ଗାନ୍ଧୀ ଷ୍ଟାଡିୟମ୍‌ ଠାରେ ସେପ୍ଟେମ୍ବର ୨୨ରୁ ୨୫ ଯାଏଁ କ୍ୱାଟର ଫାଇନାଲ, ୨୬ ଓ ୨୭ ସେମିଫାଇନାଲ ଓ ୨୯ ତାରିଖରେ ଗ୍ରାଣ୍ଡ ଫାଇନାଲ ଖେଳ ହେବ । ସେପ୍ଟେମ୍ବର ୧୧ ତାରିଖରେ ଉଦ୍‌ଘାଟନୀ ମ୍ୟାଚ୍‌ ୧୪ ଗୋଟି ପଡିଆରେ ହେବ । ଲୋଇସିଂହା ମିନି ଷ୍ଟାଡିୟମ୍‌ ଠାରେ ବି.ଏଫ୍‌.ଟି. ଲୋଇସିଂହା ବନାମ ସକ୍‌ମା, ହଳଦି ପଡିଆରେ ଚିକିନିବାହାଲି ବନାମ ଜୁଗିରତା, ମିଶନ ପଡିଆରେ ଏନ୍‌.ଏସ୍‌. ସ୍ପୋଟିଙ୍ଗ ବନାମ ବରକାନି ଏଫ୍‌.ସି, ମୁରିବାହାଲ ପଡିଆରେ ସାନଝାଙ୍କରପାଲି ବନାମ ଜେ.ଏଫ୍‌.ଟି. ଘୁଷୁରାମୁଣ୍ଡା, ସି.ଟି ସ୍କୁଲ ଟିଟିଲାଗଡ ପଡିଆରେ ମର୍ଣ୍ଣିକ୍ଲବ ଟିଟିଲାଗଡ ବନାମ ଗୁଲମି, ଖୋଲାନ ପଡିଆରେ ଖୋଲାନ ଏ ବନାମ କୁରସୁଡ, ଜରାସିଂହା ମିନି ଷ୍ଟାଡିୟମରେ ଚନ୍ଦ୍ରପୁର ବନାମ କରେଲଧୁଆ, ଟିକ୍ରାପଡା ପଡିଆରେ କଦଳୀମୁଣ୍ଡା ବନାମ ଗୁଡିଘାଟ, ଖୁଜେନପାଲି ପଡିଆରେ ସୁଦପଡା ଏଫ୍‌.ସି. ବନାମ ରିଶନ କାଲସାଏପାଲି, ବଙ୍ଗୋମୁଣ୍ଡା ମିନି ଷ୍ଟାଡିୟମ ଠାରେ ଚୁଳିଫୁଙ୍ଖା ବନାମ ଝଲପ, ଟାଉନ ହାଇସ୍କୁଲ ବଲାଙ୍ଗିର ପଡିଆରେ ରିଜର୍ଭ ପୋଲିସ ବନାମ ରୟ ସ୍ପୋଟିଙ୍ଗ, ଚୁଡାପାଲି ପଡିଆରେ ରେଙ୍ଗଟାସିଲ୍‌ ବନାମ କୁଟୁମଡୋଳା, ପାଟଣାଗଡ ପଡିଆରେ ଜବାହାରଲାଲ କଲେଜ ବନାମ କୁତମୁଣ୍ଡା ଓ ପଲ୍ଲିଶ୍ରୀ ଷ୍ଟାଡିୟମ୍‌ ସଦାଇପାଲି ଠାରେ ସାଇଟ କଲେଜ ସଦାଇପାଲି ବନାମ ଛତାବାହାଲ ମଧ୍ୟରେ ଖେଳ ହେବ । ସେହିପରି ୧୨ ତାରିଖରେ ସୁଜିଆ ପଡିଆରେ ୱାଇ.ଏସ୍‌. ସୁଜିଆ ବନାମ ତେତେଲଖୁଣ୍ଟି ଓ କଣ୍ଟାବାଞ୍ଜି ରେଲୱେ ପଡିଆରେ ବି. ଏସ୍‌. ଏଫ୍‌. ସି କଣ୍ଟାବାଞ୍ଜି ବନାମ ଚଟୁଅନକା ଏଫ୍‌. ସି. ମଧ୍ୟରେ ଉଦ୍‌ଘାଟନୀ ମ୍ୟାଚ୍‌ ହେବ । ଏହି ସଭାରେ ସମସ୍ତ ଆୟୋଜନ ସହଯୋଗୀ କର୍ମକର୍ତ୍ତା ଯୋଗ ଦେଇଥିଲେ । ସମସ୍ତ ପଡିଆମାନଙ୍କରେ ବହୁ କ୍ରୀଡା ପ୍ରେମୀ ଯୋଗଦେଇ ଖେଳାଳୀମାନଙ୍କୁ ଉତ୍ସାହିତ କରିବା ପାଇଁ ସଂସଦ ପକ୍ଷରୁ ଅନୁରୋଧ କରାଯାଇଛି । ପରିଶେଷରେ ସଂସଦର ଫୁଟବଲ ସଂପାଦକ ହେମନ୍ତ କୁମାର ବେହେରା ଧନ୍ୟବାଦ ଜଣାଇଥିଲେ ।

Leave A Reply

Your email address will not be published.