ଦେଓଗାଁ ବ୍ଳକସ୍ତରୀୟ ଖେଳକୁଦ ଶିବିରରେ ୫୬ଟି ସ୍କୁଲରୁ ଯୋଗଦେଲେ ୩ ଶହ ଛାତ୍ରଛାତ୍ରୀ

ଦେଓଗାଁ, (ମନୀଷ କୁମାର ସାହୁ) : ସୋମବାର ଦିନ ୧୧ଟା ସମୟରେ ଦେଓଗାଁ ବ୍ଳକସ୍ତରୀୟ ଖେଳକୁଦ ଶିବିରର ଖୋକୋ ଖେଳ ପ୍ରତିଯୋଗିତା ବଡବାହାଲ ଉଚ୍ଚ ବିଦ୍ୟାଳୟ ଖେଳ ପଡ଼ିଆରେ ଅନୁଷ୍ଠିତ ହୋଇଯାଇଛି । ଏଥିରେ ବ୍ଲକର ବିଭିନ୍ନ ହାଇସ୍କୁଲ ଓ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ଛାତ୍ରଛାତ୍ରୀ ଅଂଶ ଗ୍ରହଣ କରିଥିଲେ । ଏହି କାର୍ଯ୍ୟକ୍ରମରେ ବ୍ଳକ କ୍ରିଡ଼ା ସଂଯୋଜକ ଉମେଶ ପାଣିଗ୍ରାହୀ ସଭାପତିତ୍ୱ କରିଥିବା ବେଳେ ଅତିରିକ୍ତ ଗୋଷ୍ଠୀ ଶିକ୍ଷା ଅଧିକାରୀ ଅଜିତ ମିଶ୍ର ମୁଖ୍ୟ ଅତିଥି ଓ ସ୍ଥନୀୟ ସମିତି ସଭ୍ୟ ଶୀତାଂଶୁ ମିଶ୍ର ସମ୍ମାନୀତ ଅତିଥି ଭାବେ ଯୋଗ ଦେଇଥିଲେ । ଏହି ଶିବିରରେ ୨୬ଟି ଉଚ୍ଚ ବିଦ୍ୟାଳୟ ଓ ୩୦ଟି ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ମୋଟ ୩ଶହରୁ ଅଧିକ ଛାତ୍ରଛାତ୍ରୀ ଯୋଗ ଦେଇଥିଳେ । ୧୪ ବର୍ଷରୁ କମ୍‌ ବାଳକ, ବାଳିକା ଓ ୧୭ ବର୍ଷରୁ କମ ବାଳକ, ବାଳିକା ଦଳ ଜିଳ୍ଲାସ୍ତରକୁ ଚୟନ କରାଯାଇଥିଲା । ମୋଟ ୩ ଶହ ଛାତ୍ରଛାତ୍ରୀ ସେମାନଙ୍କ କ୍ରୀଡ଼ା ଶିକ୍ଷକ ଓ ଗାଇଡ଼ ଶିକ୍ଷକଙ୍କୁ ସ୍ଥାନୀୟ ବଡବାହାଲ ହାଇସ୍କୁଲର ପ୍ରଧାନ ଶିକ୍ଷକ ରାଜକୁମର ରଣା ଧନ୍ୟବାଦ ଜଣାଇଥିଲେ ।

Leave A Reply

Your email address will not be published.