csstore

ମୃତ ଦାଦନ ଶ୍ରମିକ ସ୍ୱର୍ଗତ ଭୋଜରାଜ ପୁରୁଆଙ୍କ ପରିବାରଙ୍କୁ ଭେଟିଲେ କଂଗ୍ରେସ ପ୍ରତିନିଧି

ବଲାଙ୍ଗିର, (ଦେବାଶିଷ ମିଶ୍ର) : ପୁଇଁନ୍ତଲା ବ୍ଲକ ବୁବେଲ ପଂଚାୟତ ଅନ୍ତର୍ଗତ ବେଲବାହାଲି ଗ୍ରାମର ଯୁବ ଦାଦନ ଶ୍ରମିକ ଭୋଜରାଜ ପରୁଆ (୩୫) ପରିବାର ପ୍ରତିପୋଷଣ ପାଇଁ ତାମିଲନାଡୁର କୋୟମ୍ମାଟୁର ଠାରେ ଦାଦନ ଶ୍ରମିକ ଭାବେ କାର୍ଯ୍ୟ କରୁଥିଲେ । ସେଠାରେ ଛାତ ଉପରୁ ଖସିପଡି ଗତ ୨୨ ତାରିଖ ଦିନ ତାଙ୍କର ମୃତ୍ୟୁ ହୋଇଥିଲା । ଗତ କାଲି ଗାଁ ଶ୍ମଶାନରେ ଶୋକାକୂଳ ପରିବେଶରେ ତାଙ୍କର ଅନ୍ତେଷ୍ଟିକ୍ରିୟା ସମ୍ପନ୍ନ ହୋଇଥିଲା । ସ୍ୱର୍ଗତ ପରୁଆଙ୍କ ସ୍ତ୍ରୀ ବସୁମତି, ପୁଅ ପ୍ରିୟାଂଶ (୧୨), ଝିଅ ପ୍ରିୟାଂଶୀ (୭) ଓ ବିଧବା ମା’ ଅଛନ୍ତି । ଆଜି ପୂର୍ବତନ ଆଇନମନ୍ତ୍ରୀ ନରସିଂହ ମିଶ୍ରଙ୍କ ନିର୍ଦ୍ଦେଶ କ୍ରମେ ଜିଲ୍ଲା କଂଗ୍ରେସ କମିଟି ପକ୍ଷରୁ ଏକ ପ୍ରତିନିଧି ମଣ୍ଡଳି ବେଲବାହାଲି ଗ୍ରାମକୁ ଯାଇ ସ୍ୱର୍ଗତ ପରୁଆଙ୍କ ପରିବାରଙ୍କୁ ଭେଟି ସମବେଦନା ଜଣାଇବା ସହ ମୃତକ ପରିବାରଙ୍କୁ ସରକାରଙ୍କ ତରଫରୁ ୫୦ ଲକ୍ଷ ଟଙ୍କାର ସହାୟତା ଯୋଗାଇ ଦେବା ଓ ତାଙ୍କୁ ଦୁଇ ପୁଅ ଓ ଝିଅଙ୍କ ପାଠପଢା ଖର୍ଚ୍ଚ ବହନ କରିବା ସହ ବିଧବା ସ୍ତ୍ରୀ ଏବଂ ମାଁଙ୍କୁ ସାମାଜିକ ସୁରକ୍ଷା ଯୋଗାଇ ଦେବାକୁ ପ୍ରଶାସନ ପାଖରେ ଦାବି ଜଣାଇଛନ୍ତି । ଉକ୍ତ ପ୍ରତିନିଧି ମଣ୍ଡଳିରେ ପୂର୍ବତନ ଜିଲ୍ଲା କଂଗ୍ରେସ ଉପ-ସଭାପତି ମନୀଷ ମିଶ୍ର, ପୂର୍ବତନ ଟାଉନ କଂଗ୍ରେସ ସଭାପତି ବୁଲୁ ଦାନୀ, ଯୁବ ନେତା ସାନନ୍ଦ ମିଶ୍ର, ସୌମ୍ୟଦୀପ ସରାଫ, ଦଳିତ ନେତା ଜ୍ୟୋତିଷ ମୁଗ୍ରୀ, ଲଳିତ ପଟେଲ, ଜିତୁ ମନହୀରା, ମନୋଜ ସାଏ, ଶ୍ୟାମସୁନ୍ଦର ସାଏ ପ୍ରମୁଖ ଉପସ୍ଥିତ ଥିଲେ ।

jayashree
Leave A Reply

Your email address will not be published.