ସାମ୍ବାଦିକ ସୁରକ୍ଷା ଆଇନ ପ୍ରଣୟନ ଓ ଅନ୍ୟାନ୍ୟ ଦାବି ନେଇ ଏସ୍.ୟୁ.ଜେ ପକ୍ଷରୁ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଜିଲ୍ଲାପାଳଙ୍କୁ ଦାବିପତ୍ର ପ୍ରଦାନ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ଷ୍ଟେଟ୍ ୟୁନିଅନ୍ ଅଫ ଜର୍ଣ୍ଣାଲିଷ୍ଟ (ଏସ୍.ୟୁ.ଜେ) ବଲାଙ୍ଗିର ଶାଖା ପକ୍ଷରୁ ୭ ଦଫା ସମ୍ବଳିତ ଦାବିପତ୍ର ବଲାଙ୍ଗିର ଜିଲ୍ଲାପାଳଙ୍କୁ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ପ୍ରଦାନ କରାଯାଇଛି । ସାମ୍ବାଦିକ ସୁରକ୍ଷା ଆଇନ ପ୍ରଣୟନ, କାର୍ଯ୍ୟରତ ସାମ୍ବାଦିକ ମାନଙ୍କୁ ପେନସନ ଓ ଭତ୍ତା ପ୍ରଦାନ, ସାମ୍ବାଦିକଙ୍କ ମୃତ୍ୟୁ ହେଲେ ତାଙ୍କ ପରିବାରକୁ ମୃତ୍ୟୁକାଳୀନ ସହାୟତା ୨୫ ଲକ୍ଷ ଟଙ୍କା ପ୍ରଦାନ, ଗୋପବନ୍ଧୁ ସ୍ଵାସ୍ଥ୍ୟ ବୀମା ଯୋଜନାରେ ୬୦ ବର୍ଷ ବୟସରୁ ଅଧିକ ସାମ୍ବାଦିକଙ୍କୁ ଅଟୋ ରେନୁଆଲ ବ୍ୟବସ୍ଥାରେ ସାମିଲ କରିବା, ଏହି ଯୋଜନାରେ ସାମ୍ବାଦିକଙ୍କ ବାପାମାଆଙ୍କୁ ଅନ୍ତର୍ଭୁକ୍ତ କରିବା ତଥା ସ୍ଵାସ୍ଥ୍ୟ ବୀମାର ରାଶିକୁ ୫ ଲକ୍ଷ ପରିବର୍ତ୍ତେ ୨୦ ଲକ୍ଷ ଟଙ୍କାକୁ ବୃଦ୍ଧି କରିବା, ଭୁବନେଶ୍ୱରରେ ସାମ୍ବାଦିକଙ୍କ ସାମୟିକ ରହଣୀ ପାଇଁ ୧୦୦ ଶଯ୍ୟାବିଶିଷ୍ଟ ଗେଷ୍ଟହାଉସ୍ ନିର୍ମାଣ ଆଦି ବିଭିନ୍ନ ଦାବି ନେଇ ଆଜି ସମଗ୍ର ଓଡ଼ିଶାର ବିଭିନ୍ନ ଜିଲ୍ଲାରେ ଏହି ଦାବିପତ୍ର ସମ୍ପୃକ୍ତ ଜିଲ୍ଲାପାଳ ମାନଙ୍କୁ ପ୍ରଦାନ କରାଯାଇଛି । ବଲାଙ୍ଗିରରେ ଜିଲ୍ଲାପାଳଙ୍କ ଅନୁପସ୍ଥିତିରେ ଅତିରିକ୍ତ ଜିଲ୍ଲାପାଳ ଡ଼ଃ. ବିଜୟାନନ୍ଦ ସେଠୀ ସାମ୍ବାଦିକଙ୍କ ଦାବିପତ୍ର ଗ୍ରହଣ କରିଥିଲେ । ଏସ୍.ୟୁ.ଜେର ଜିଲ୍ଲା ସଭାପତି ବରିଷ୍ଠ ସାମ୍ବାଦିକ ଗୋପବନ୍ଧୁ ଶତପଥୀଙ୍କ ନେତୃତ୍ଵରେ ସଂଘର ସଦସ୍ୟମାନେ ଏହି ଦାବିପତ୍ର ପ୍ରଦାନ ବେଳେ ଉପସ୍ଥିତ ଥିଲେ । ଦାବିପତ୍ର ପ୍ରଦାନ ସମୟରେ ଅନ୍ୟମାନଙ୍କ ମଧ୍ୟରେ ସଂଘର ରାଜ୍ୟ ସମ୍ପାଦକ ମହେନ୍ଦ୍ର ଦର୍ଜି, ଜିଲ୍ଲା ସାଧାରଣ ସମ୍ପାଦକ ଶରତ କୁମାର ମହାକୁଡ, ସମ୍ପାଦକ ରଘୁ ନନ୍ଦନ ସିଂହଙ୍କ ସମେତ ନିରୋଜ ମିଶ୍ର, ଜୟପ୍ରକାଶ ମଟାରୀ, ଚିତ୍ରସେନ ବେହେରା, ପବନ ଅଗ୍ରୱାଲ ପ୍ରମୁଖ ଉପସ୍ଥିତ ଥିଲେ ।

jittmm
Leave A Reply

Your email address will not be published.