csstore

ବରଗଡ-ନୂଆପଡା ରେଲ ପ୍ରକଳ୍ପ ମିଳିଲା ମଞ୍ଜୁର : ବରଗଡ ସାଂସଦଙ୍କୁ ଧନ୍ୟବାଦ ଜଣାଇଲେ ପଦ୍ମପୁର ଜନସାଧାରଣ

ପଦ୍ମପୁର, (ନିରୋଜ କୁମାର ପାଣୀ) : ବହୁ ପ୍ରତୀକ୍ଷାର ଅନ୍ତ ଘଟିଛି ଏବଂ ପଦ୍ମପୁର ଅଞ୍ଚଳବାସୀଙ୍କ ଦୀର୍ଘଦିନର ସ୍ୱପ୍ନ ପୂରଣ ହେବାକୁଯାଉଛି । ଖୁବ୍ ଶୀଘ୍ର ଆରମ୍ଭ ହେବ ବହୁ ପ୍ରତୀକ୍ଷିତ ବରଗଡ଼-ନୂଆପଡ଼ା ରେଳ ପ୍ରକଳ୍ପ । ଏଥିପାଇଁ କେନ୍ଦ୍ର ସରକାରଙ୍କ କ୍ୟାବିନେଟ ମଞ୍ଜୁର ମିଳିଥିବା ସାମ୍ବାଦିକ ସମ୍ମିଳନୀରେ ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ବରଗଡ଼ ସାଂସଦ ପ୍ରଦୀପ ପୁରୋହିତଙ୍କ ଉପସ୍ଥିତିରେ ସୂଚନା ଦେଇଛନ୍ତି । ଏହି ଘୋଷଣା ହେବା ପରେ ପଦ୍ମପୁର ତଥା ଆଖପାଖ ଅଞ୍ଚଳରେ ଆନନ୍ଦର ମାହୋଲ ଦେଖିବାକୁମିଲିଛି । ଏହି ଘୋଷଣା ପରେ ବରଗଡ଼ ସାଂସଦ ପ୍ରଦୀପ ପୁରୋହିତ ବିମାନ ଯୋଗେ ଭୂବନେଶ୍ୱର ଫେରିଆସିଥିଲେ । ଭୂବନେଶ୍ୱର ବିମାନବନ୍ଦରରେ ପଦ୍ମପୁର ନିର୍ବାଚନ ମଣ୍ଡଳୀର ଚିନ୍ମୟ କୁମାର ପଣ୍ଡା, ସୁନିଲ ଅଗ୍ରୱାଲ, ରମେଶ ଗର୍ଗ, ପ୍ରମୋଦ ମେହେର, ନିରୋଜ ସିହ୍ନା, ସୁଶାନ୍ତ ନାଗ, ଆଶୁତୋଷ ସାହୁ ତଥା ଶତାଧିକ ବିଜେପି କର୍ମୀମାନେ ବରଗଡ଼ ସାଂସଦଙ୍କୁ ପୁଷ୍ପଗୁଚ୍ଛ ଦେଇ ସ୍ୱାଗତ ଜଣାଇବା ସହ ଧନ୍ୟବାଦ ଜଣାଇଥିଲେ । ୧୩୮ କିଲୋମିଟରର ଏହି ରେଳପଥ ପାଇଁ ୨,୯୨୬ କୋଟି ଟଙ୍କା ବ୍ୟୟ ବରାଦ କରାଯାଇଥିବା ସୂଚନା ଦେଇଛନ୍ତି । ବିଶ୍ୱପ୍ରସିଦ୍ଧ ସମ୍ବଲପୁରୀ ଶାଢ଼ି, ମହାପ୍ରଭୁ ନୃସିଂହନାଥଙ୍କ ପୀଠ ଓ ଓଡ଼ିଶାର ଭାତହାଣ୍ଡି ବରଗଡ଼କୁ ଏହି ରେଳପଥ ସଂଯୋଗ କରିବ ବୋଲି ରେଳମନ୍ତ୍ରୀ ସୂଚନା ଦେଇଛନ୍ତି । ସାମ୍ବାଦିକ ସମ୍ମିଳନୀରେ ବରଗଡ଼ ସାଂସଦ ପ୍ରଦୀପ ପୁରୋହିତ କହିଛନ୍ତି ଯେ, ଏହି ରେଳପଥ ପଶ୍ଚିମ ଓଡ଼ିଶାର ୩ ପିଢ଼ିର ଲୋକଙ୍କର ସ୍ୱପ୍ନ ଥିଲା । ଏବେ ଏହି ସ୍ୱପ୍ନ ପୂରଣ ହେବାକୁଯାଉଛି ।

jayashree
Leave A Reply

Your email address will not be published.