jayashree

ବାଲିଗୁଡା ଯୋଗାଣ ବିଭାଗର ଚଢ଼ଉ : ୧୩ଟି ଘରୋଇ ଗ୍ୟାସ ସିଲିଣ୍ଡର ଜବତ

ବାଲିଗୁଡା, (ସୁରେନ୍ଦ୍ର କୁମାର ପାଣିଗ୍ରାହୀ) : କନ୍ଧମାଳ ଜିଲ୍ଲା ବାଲିଗୁଡା ଯୋଗାଣ ବିଭାଗ ପକ୍ଷରୁ (କ) ନୂଆଗାଁ ବ୍ଲକର ସାରଙ୍ଗଡ଼ ଓ ବଣ୍ଡଗୁଡା ଗ୍ରାମର ବିଭିନ୍ନ ଦୋକାନରେ ଅଚାନକ ଚଢ଼ଉ କରି ୧୩ଟି ଘରୋଇ ଗ୍ୟାସ ସିଲିଣ୍ଡର ଜବତ କରାଯାଇଛି । ପ୍ରକାଶ ଯେ, ସାରଙ୍ଗଡ଼ର ଦିଲୁ ଦଳପତିଙ୍କ ଦୋକାନରୁ ୮ଟି ଏବଂ ବଣ୍ଡଗୁଡା ନିରଞ୍ଜନ ଗନ୍ତାୟତଙ୍କ ତେଜରାତି ଦୋକାନରେ ବେଆଇନ ଭାବେ ଗଚ୍ଛିତ ଥିବା ୫ଟି ଘରୋଇ ରନ୍ଧନ ଗ୍ୟାସ ଏପରି ୧୩ଟି ଗ୍ୟାସ ସିଲିଣ୍ଡର ଜବତ ହୋଇଛି । ସେମାନେ କେଉଁଠୁ ଏହି ଗ୍ୟାସ ସିଲିଣ୍ଡର ଆଣିଥିଲେ ସେ ସଂକ୍ରାନ୍ତ କାଗଜପତ୍ର ଦେଖାଇ ପାରିନଥିଲେ । ଜବତ ସିଲିଣ୍ଡରକୁ (କ) ନୂଆଗାଁ ସ୍ଥିତ ଗ୍ରାମୀଣ ଗ୍ୟାସ ବିତରକ ପାଖରେ ଜିମା ଦିଆଯାଇଛି । ଏ ସଂକ୍ରାନ୍ତରେ ସାରଙ୍ଗଡ଼ର ଦିଲୁ ଦଳପତି ଓ ବଣ୍ଡଗୁଡାର ନିରଞ୍ଜନ ଗଗନ୍ତାୟତଙ୍କ ନାମରେ ଏତଲା ଦିଆଯାଇଛି । ଏହି ଚଢଉରେ ଯୋଗାଣ ନିରୀକ୍ଷକ ମଳୟ କୁମାର ମେହେର ଓ ଡିଇଓ ଗଣେଶ ବେହେରା ସାମିଲ ଥିଲେ । ବର୍ତ୍ତମାନ ଏପରି ଚଢ଼ଉ ନିୟମିତ ଜାରି ରହିବ ବୋଲି ଅତିରିକ୍ତ ଯୋଗାଣ ଅଧିକାରୀ ଦିଲ୍ଲୀପ ପାଣିଗ୍ରାହୀ ପ୍ରକାଶ କରିଛନ୍ତି ।

Leave A Reply

Your email address will not be published.