ଭବାନୀପାଟଣାରେ ଶ୍ରମିକମାନଙ୍କୁ ସହାୟତା ବଣ୍ଟନ

କଳାହାଣ୍ଡି, (ଶୁଭେନ୍ଦୁ କୁମାର ପଣ୍ଡା) : ଜିଲ୍ଲାପାଳଙ୍କ ସମ୍ମିଳନୀ ଗୃହରେ କଳାହାଣ୍ଡି ଜିଲ୍ଲା ପ୍ରଶାସନ ଓ ଶ୍ରମ ବିଭାଗ ତରଫରୁ ଜିଲ୍ଲାପାଳ ସଚିନ ପାୱାରଙ୍କ ଅଧ୍ୟକ୍ଷତାରେ ଜିଲ୍ଲାପାଳ ଓଡ଼ିଶା କୋଠାବାଡି ଓ ଅନ୍ୟାନ୍ୟ ନିର୍ମାଣ ଶ୍ରମିକ କଲ୍ୟାଣ ବୋର୍ଡର ଯୋଗ୍ୟ ହିତାଧିକାରୀ ମାନଙ୍କୁ ବିଭିନ୍ନ ସାମାଜିକ ସୁରକ୍ଷା ଅର୍ଥରାଶି ବଣ୍ଟନ କରାଯାଇଛି । ୨୧୬ ଜଣଙ୍କୁ ମୃତ୍ୟୁ କାଳୀନ ସହାୟତା,୧୯୪ ଜଣଙ୍କୁ ବିବାହ ସହାୟତା,୧୮୭ ଜଣଙ୍କୁ ଅନ୍ତ୍ୟେଷ୍ଟି କ୍ରିୟା ସହାୟତା, ୫୫ ଜଣଙ୍କୁ ଶିକ୍ଷା ସହାୟତା,୧୦ ଜଣଙ୍କୁ ପ୍ରସୂତିକାଳୀନ ସହାୟତା । ଏଭଳି ଭାବେ ୬୬୨ଜଣ ଯୋଗ୍ୟ ହିତାଧିକାରୀଙ୍କୁ ମୋଟ ୫୩,୯୫୦,୨୦୦ଟଙ୍କା ପ୍ରଦାନ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ଜିଲ୍ଲାପାଳ ପାୱାର ସଚିନ ପ୍ରକାଶ, ଜିଲ୍ଲା ଶ୍ରମ ଅଧିକାରୀ ସୁବାଶ ଚନ୍ଦ୍ର ମଣ୍ଡଳ, ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ମନୋଜ ବେହେରା ଓ ସହ ଶ୍ରମ ଅଧିକାରୀ ଜିତମ ମାଝୀ, ସନାତନ ମାଝୀ ଓ ଅମିତ କୁମାର ବେହେରା ଉପସ୍ଥିତ ଥିଲେ ।

Leave A Reply

Your email address will not be published.