oom

ବିଜଘାଟରେ ସ୍ଵେଚ୍ଛାସେବୀ ଅନୁଷ୍ଠାନ ନିଧି ଓ ବନ ବିଭାଗର ସାମୂହିକ ବୃକ୍ଷରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ

jsmm

ମୁରିବାହାଲ, (ଦୁର୍ଗାନନ୍ଦ ମହାକୁର) : ପରିବେଶ ସୁରକ୍ଷା,ବନୀକରଣ ତଥା ଜଙ୍ଗଲ ସୁରକ୍ଷା ଏହି ମହତ ଉଦ୍ଦେଶ୍ୟ ନେଇ ସ୍ଵେଚ୍ଛାସେବୀ ଅନୁଷ୍ଠାନ ‘ନିଧି’ ଓ ମୁରିବାହାଲ ବନବିଭାଗର ମିଳିତ ଉଦ୍ୟମରେ ଲଖନା ପଞ୍ଚାୟତ ବିଜଘାଟ ଗ୍ରାମର ୧୬ ଏକର ଅନାବାଦୀ ଜମିରେ “ମାଁ ପାଇଁ ଗଛଟିଏ” ଅନ୍ତର୍ଗତ ସାମୂହିକ ବୃକ୍ଷରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଅସମାନ, ଅନିଶ୍ଚିତ ସ୍ୱଳ୍ପବୃଷ୍ଟି, ମରୁଡି ଭଳି ପ୍ରାକୃତିକ ବିପର୍ଯ୍ୟୟ ଯୋଗୁଁ ଜଙ୍ଗଲ କ୍ଷୟ ହେବାକୁ ଲାଗିଛି । ତାପମାତ୍ରା ବୃଦ୍ଧି ତଥା ଗ୍ଲୋବାଲ ୱାର୍ମିଂ ଯୋଗୁଁ ବହୁ ସମସ୍ୟା ଜୀବଜଗତ ଉପରେ ନକାରାତ୍ମକ ପ୍ରଭାବ ସୃଷ୍ଟି କରୁଛି । ଏହାର ଗୋଟିଏ ହିଁ ସମାଧାନ ବନୀକରଣ ଓ ବୃକ୍ଷରୋପଣ ଏହି ମହତ ଉଦ୍ଦେଶ୍ୟ ନେଇ ଟିଟିଲାଗଡର ସ୍ଵେଚ୍ଛାସେବୀ ଅନୁଷ୍ଠାନ “ନିଧି” ପକ୍ଷରୁ ଏକ ପ୍ରଚେଷ୍ଟା କରାଯାଇ ବୃକ୍ଷରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ମୁରିବାହାଲ ଗୋଷ୍ଠୀ ଯୋଜନା ଅଧିକାରୀ ବସନ୍ତ କୁମାର ବଳିଆର ସିଂ, ମୁରିବାହାଲ ସଦର ଫରେଷ୍ଟର ପୁଷ୍ପାଞ୍ଜଳୀ ଯୋଶୀ, ଅଜିତ କୁମାର ବେହେରା, ନିଲୁ ବେହେରା, କୁମାରୀ ରେବତୀ ମହାକୁର, ତପନ କୁମାର ହଂସ, କୃଷ୍ଣ ଚନ୍ଦ୍ର ଦାସ, ଡୁଲେଶ୍ୱରି ଲୁହା, ଶିନ ନାଗଙ୍କ ପ୍ରତ୍ୟକ୍ଷ ତତ୍ତ୍ଵାବଧାନରେ ଏହି ବୃକ୍ଷରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ବିଜଘାଟ ଗ୍ରାମର ୧୬ ଏକର ଅନୁପଯୁକ୍ତ ଜମିରେ ବୃକ୍ଷରୋପଣ କରି ଜଙ୍ଗଲ ସୃଷ୍ଟି କରିବା ଓ ଲୋକଙ୍କୁ ଏହି ଯୋଜନାରେ ସାମିଲ କରି କାମ ଯୋଗାଇ ଦେବା ପାଇଁ ଗୋଷ୍ଠୀ ଯୋଜନା ଅଧିକାରୀ ବଳିଆର ସିଂ ମତବ୍ୟକ୍ତ କରିଥିଲେ । ବିଜଘାଟ ଗ୍ରାମର ଯୁବଗୋଷ୍ଠୀ, ଗ୍ରାମବାସୀ, ମହିଳା ଗୋଷ୍ଠୀ ଏହି କାମକୁ ପ୍ରଶଂସା କରି “ନିଧି” ତଥା ବନବିଭାଗ ଓ ବ୍ଲକ ପ୍ରଶାସନକୁ ଧନ୍ୟବାଦ ଦେଇଥିଲେ ।

jittmm
Leave A Reply

Your email address will not be published.