ସାପ କାମୁଡ଼ାରେ ଚାଲିଗଲା ମାଁ ଝିଅଙ୍କ ଜୀବନ

ଭଞ୍ଜନଗର : ରାତିରେ ଖାଇପିଇ ସମସ୍ତେ ଶୋଇଥିଲା ବେଲେ ବିଳମ୍ଵିତ ରାତିରେ ସାପ କାମୁଡ଼ାରେ ଚାଲିଗଲା ମାଁ ଝିଅଙ୍କ ଜୀବନ । କନ୍ଧମାଳ ଜିଲ୍ଲା ରାଇକିଆ ବ୍ଳକ ଅନ୍ତର୍ଗତ ଇନ୍ଦ୍ରଗଡ ପଞ୍ଚାୟତର ରିଷା ଭୂଇଁ ଗାଁରେ ଘଟିଛି ଏଭଳି ଏକ ଅଭାବନୀୟ ଘଟଣା । ସୂଚନା କ୍ରମେ, ବୁଧବାର ରାତିରେ ରାଇକିଆ ବ୍ଳକ ଅନ୍ତର୍ଗତ ରିଷା ଭୂଇଁ ଗାଁର ଲଡୁ ନାଇକଙ୍କ ପରିବାରର ସମସ୍ତେ ଖାଇପିଇ ଶୋଇଥିଲେ । ରାତି ୩ଟାରେ ଲଡୁ ନାଇକଙ୍କ ପତ୍ନୀ ଗୁରୁବାରୀ ନାୟକ (୩୦ ବର୍ଷ) ଓ ଝିଅ ସୁବି ନାୟକ (୮ ବର୍ଷ)ଙ୍କୁ ଏକ ବିଶାକ୍ତ ସାପ କାମୁଡ଼ି ଦେଇଥିଲା । ସକାଳ ୬ଟାରେ ସେମାନଙ୍କୁ ଆମ୍ବୁଲାନ୍ସ ଯୋଗେ ଭଞ୍ଜନଗର ମେଡିକାଲକୁ ଅଣାଯାଇଥିଲା । ସେଠାରେ ଡାକ୍ତର ସେମାନଙ୍କୁ ମୃତ ଘୋଷଣା କରିଥିଲେ । ଶବ ବ୍ୟବଚ୍ଛେଦ ପରେ ହସ୍ତାନ୍ତର କରାଯିବ ବୋଲି ଡାକ୍ତର କହିଛନ୍ତି ।

Leave A Reply

Your email address will not be published.