oom

ମେଧାବୀ ଛାତ୍ରଛାତ୍ରୀଙ୍କୁ ନର୍ଥ ସାଉଥ୍ ଫାଉଣ୍ଡେସନ୍‌ ବୃତ୍ତି ପ୍ରଦାନ

jsmm

ରାଉରକେଲା, (ସସ୍ମିତା ପ୍ରଧାନ) : ଆମେରିକାରେ ସ୍ଥାପିତ ନର୍ଥ ସାଉଥ୍ ଫାଉଣ୍ଡେସନ୍‌ (ଏନ୍.ଏସ୍.ଏଫ୍)ର ରାଉରକେଲା ଶାଖା ତରଫରୁ ଗୋପବନ୍ଧୁ ପାଠାଗାର ଠାରେ ଆର୍ଥିକ ଅନଗ୍ରସର ମେଧାବୀ ଛାତ୍ରଛାତ୍ରୀ ମାନଙ୍କୁ ବୃତ୍ତି ପ୍ରଦାନ କରାଯାଇଛି । ଏନ୍. ଏସ୍. ଏଫ୍ ରାଉରକେଲା ଶାଖା ସଂଯୋଜକ ଲକ୍ଷ୍ମଣ ନାଥ ଦାସଙ୍କ ଆବାହକତ୍ୱରେ ଏବଂ ପାଠାଗାର ସଭାପତି ଇଂ. ନବଘନ ସାହୁଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏକ ବିଶେଷ ଉତ୍ସବରେ ସାଧାରଣ ସମ୍ପାଦକ ହରିହର ଶତପଥୀ, ହୃଷୀକେଶ ରାୟ ମହାବିଦ୍ୟାଳୟର ଅବସରପ୍ରାପ୍ତ ଅଧ୍ୟକ୍ଷ ଭବେଶ ଚନ୍ଦ୍ର ସାହୁ, ବିଶ୍ୱନାଥ ଜେନା, ଶରତ କୁମାର ଦାସ ପ୍ରମୁଖ ଅତିଥି ମାନେ ଯୋଗଦେଇ ମୋଟ୍‌ ୧ ଲକ୍ଷ ସତୁରୀ ହଜାର ଟଙ୍କାର ବୃତ୍ତି ଚେକ୍ ପ୍ରଦାନ କରିଥିଲେ । ଏଥିରେ ବୀର ସୁରେନ୍ଦ୍ର ସାଏ ବୈଷୟିକ ବିଶ୍ୱବିଦ୍ୟାଳୟର ଇଂଜିନିୟରିଂ ଛାତ୍ର ହରିଶ୍ଚନ୍ଦ୍ର ମହନ୍ତଙ୍କୁ ୨୫ ହଜାର ଟଙ୍କା, ସୁନ୍ଦରଗଡ଼ ସରକାରୀ ନର୍ସିଂ କଲେଜର ବି. ଏସ୍. ସି. ନର୍ସିଂ ଛାତ୍ରୀ ରୂପାଲୀ ଦାସ, ସାଗରୀକା ସାହୁ, ସୁପ୍ରୀତା ନାଥ, ଦିବ୍ୟଜ୍ୟୋତି ଦାସ ଏବଂ ସୁଇଟି ଧଳ – ପ୍ରତ୍ୟେକଙ୍କୁ ୨୫ ହଜାର ଟଙ୍କା, ବ୍ରହ୍ମପୁର ଏବଂ ରାଉରକେଲାର ୨ ଜଣ ଡିପ୍ଲୋମା ଛାତ୍ର ସନ୍ଦୀପ କୁମାର ଆଚାର୍ଯ୍ୟ ଏବଂ ପ୍ରିୟାଂଶୁ ବାରିକ – ପ୍ରତ୍ୟେକଙ୍କୁ ୧୦ ହଜାର ଟଙ୍କା ଲେଖାଏଁ ଚେକ୍ ଅତିଥି ମାନଙ୍କ ଦ୍ୱାରା ପ୍ରଦାନ କରାଯାଇଥିଲା । ଏଠାରେ ଉଲ୍ଲେଖଯୋଗ୍ୟ ଯେ, ଏହାପୂର୍ବରୁ ଚଳିତ ବର୍ଷ ବିଭିନ୍ନ ସମୟରେ ରାଉରକେଲା ଶାଖା ମାଧ୍ୟମରେ ୧୦ ଜଣ ବି.ଟେକ୍, ୧୦ ଜଣ ଡିପ୍ଲୋମା ଏବଂ ୮ ଜଣ ବି. ଏସ୍‌. ସି. ନର୍ସିଂ ଛାତ୍ରଛାତ୍ରୀଙ୍କୁ ୫ ଲକ୍ଷ ୮୦ ହଜାର ଟଙ୍କାର ଏନ୍.ଏସ୍.ଏଫ୍. ବୃତ୍ତି ପ୍ରଦାନ କରାଯାଇଛି । ଏହି ବୃତ୍ତି ସମ୍ବନ୍ଧରେ ସବିଶେଷ ନିୟମ ଜାଣିବା ପାଇଁ ରାଉରକେଲା ଶାଖା ସଂଯୋଜକଙ୍କୁ ୮୨୪୯୧୦୯୪୭୦ ନମ୍ବରରେ ଯୋଗାଯୋଗ କରିବାକୁ ଅନୁରୋଧ କରାଯାଇଛି ।

jittmm
Leave A Reply

Your email address will not be published.