ଗୋପବନ୍ଧୁ ପାଠାଗାରରେ ଚାଲିଥିବା ତ୍ରିଦିବସୀୟ ପାଲା ସମ୍ମିଳନୀ ଉଦ୍‌ଯାପିତ

ରାଉରକେଲା, (ସସ୍ମିତା ପ୍ରଧାନ) : ଗୋପବନ୍ଧୁ ପାଠାଗାର ଏବଂ ଛେଣ୍ଡ ସାଂସ୍କୃତିକ ସଂଘର ମିଳିତ ସହଯୋଗରେ ଦୀର୍ଘ ୪ ଦିନ ଧରି ପାଠାଗାରର ସମ୍ମିଳନୀ କକ୍ଷରେ ଅନୁଷ୍ଠିତ କବି କବି ସମ୍ରାଟ ଉପେନ୍ଦ୍ର ଭଞ୍ଜ ଜୟନ୍ତୀ ଓ ତ୍ରିଦିବସୀୟ ପାଲା ଗାୟକ ସମ୍ମିଳନୀ ଉଦ୍‌ଯାପିତ ହୋଇଯାଇଛି । ପ୍ରଥମ ଦିନରେ ବାଗ୍ମୀ କୃଷ୍ଣ କେଶବ ଷଡ଼ଙ୍ଗୀ, ଉପେନ୍ଦ୍ର ଭଞ୍ଜଙ୍କ ସାହିତ୍ୟରେ ସାମାଜିକ ପ୍ରତିବଦ୍ଧତା ସମ୍ପର୍କରେ ଆଲୋଚନା କରିଥିଲେ । ପରବର୍ତ୍ତୀ ୩ ଦିନ ବ୍ୟାପୀ ନୀଳାଚଳ ନିଖଳୋତ୍କଳ ପାଲା ଗାୟକ ପରିଷଦର ସୁନ୍ଦରଗଡ଼ ଜିଲ୍ଲା ଶାଖା ସମ୍ମିଳନୀ ଅନୁଷ୍ଠିତ ହୋଇଥିଲା । ଏହି ୩ ଦିନରେ ମନୋରଞ୍ଜନ କର, ଅନିରୁଦ୍ଧ ପଣ୍ଡା, ଗୋପାଳ ପରିଡ଼ା, ଧିରେନ୍ଦ୍ର କର, ସୁଜାତା ସ୍ଵାଇଁ, କଳ୍ପଲତା ରାଉତ, ବିଧୁଭୂଷଣ ପଣ୍ଡା ଏବଂ ବାସୁଦେବ ପଣ୍ଡା ପ୍ରମୁଖ ୯ ଜଣ ଗାୟକ ବିଭିନ୍ନ ପୌରାଣିକ କଥାବସ୍ତୁକୁ ଆଧାର କରି ପାଲା ପରିବେଷଣ କରିଥିଲେ । ଏଥିରେ ଉପେନ୍ଦ୍ର ନନ୍ଦ, ବୀରେନ୍ଦ୍ର କର, ନଳିନୀ ପାଣିଗ୍ରାହୀ, ଗୋଲକ ରାଉତ ଏବଂ ଶ୍ରୀନିବାସ ରଣା ପ୍ରମୁଖ ୫ ଜଣ ବାୟକ ଓ ଭରତ ଚନ୍ଦ୍ର କୁଣ୍ଡୁ, ଭାବଗ୍ରାହୀ ବାରିକ, କେତନ ବେହେରା, ମୃତ୍ୟୁଞ୍ଜୟ ପଣ୍ଡା, ଇନ୍ଦ୍ରମଣି ବେହେରା, ଅରକ୍ଷିତ ବେହେରା, ଶ୍ରୀକାନ୍ତ ବାରିକ, ରେଣୁବାଳା ରାଉତ, ଚୈତନ୍ୟ ଭଟ୍ଟ, ରତିକାନ୍ତ ଭଞ୍ଜ, ଧ୍ରୁବ ଚରଣ ସାହୁ, ଅକ୍ଷୟ କୁମାର ଦାସ, ଉପେନ୍ଦ୍ର ସାହୁ, ସଙ୍ଗମ ବର୍ମା, ପ୍ରଶାନ୍ତ ସାହୁ, ବିକାଶ ରଥ, ନିଗମାନନ୍ଦ ପଣ୍ଡା, ଉଲ୍ଲାସ ରାଉତରାୟ ଏବଂ ସତ୍ୟନାରାୟଣ ସ୍ୱାଇଁ ପ୍ରମୁଖ ୨୦ ଜଣ ସଙ୍ଗୀତଜ୍ଞ ଏବଂ ପାଳିଆ ଅଂଶଗ୍ରହଣ କରିଥିଲେ । ୩ ଦିନର ଏହି ପାଲାରେ ଇଂ. ସନ୍ତୋଷ କୁମାର ମିଶ୍ର, ଇଂ. ଅଭୟ କୁମାର ଦାସ, ଦିଲ୍ଲୀପ ମହାପାତ୍ର, ନଳିନୀ ପ୍ରଭା ପଟ୍ଟନାୟକ, ଶର୍ମିଷ୍ଠା କବି ଶତପଥୀ, ଅର୍ଚ୍ଚନା ଶତପଥୀ, ମହେନ୍ଦ୍ର କୁମାର ପଟ୍ଟନାୟକ, ଇଂ.ନବଘନ ସାହୁ ଏବଂ ଅଜିତା ମହାନ୍ତି ପ୍ରମୁଖ ବିଶିଷ୍ଟ ଅତିଥି ଭାବରେ ଯୋଗଦେଇ କଳାକାରମାନଙ୍କୁ ଉତ୍ସାହିତ କରିଵାସହ ଉଦ୍‌ଯାପନୀ ଦିବସରେ ସବୁ କଳାକାରମାନଙ୍କୁ ମାନପତ୍ର ସହ ଉପଢ଼ୌକନ ଦେଇ ସମ୍ବର୍ଦ୍ଧିତ କରିଥିଲେ । ପାଲା ଗାୟକ ପରିଷଦର ସଭାପତି ରାଜୀବ ପାଣିଙ୍କ ପରିଚାଳନାରେ ଏବଂ ଗୋପବନ୍ଧୁ ପାଠାଗାରର କର୍ମକର୍ତ୍ତା ମାନଙ୍କ ସହଯୋଗରେ କାର୍ଯ୍ୟକ୍ରମ ସୁଚାରୁ ରୂପେ ସମ୍ପନ୍ନ ହୋଇଥିଲା । ଓଡିଆ ସଂସ୍କୃତିର ଐତିହ୍ୟ ଏହି ପାଲାକୁ କଲୋନୀ ବାସିନ୍ଦା ମାନେ ବହୁ ସଂଖ୍ୟାରେ ଯୋଗଦେଇ ଉପଭୋଗ କରିଥିଲେ ।

Leave A Reply

Your email address will not be published.