ଭିନ୍ନକ୍ଷମଙ୍କ ଅଧିକାର ଉପରେ ଗୋଷ୍ଠୀ ଭିତ୍ତିକ ସଚେତନତା କାର୍ଯ୍ୟକ୍ରମ

ରାଉରକେଲା, (ସସ୍ମିତା ପ୍ରଧାନ) : ଟାଟା ପାୱାର ପଶ୍ଚିମାଞ୍ଚଳ ଶାଖା ସହାୟତାରେ ସାମାଜିକ ଅନୁଷ୍ଠାନ ଶ୍ରଦ୍ଧା ଆନୁକୂଲ୍ୟରେ ଭିନ୍ନକ୍ଷମ ମାନଙ୍କ ଅଧିକାର ଏକ ଦିନିକିଆ କାର୍ଯ୍ୟକ୍ରମ ବିଶ୍ରା ବ୍ଲକର ମନକୋ ପଞ୍ଚାୟତ ସମିତି ପରିସରରେ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ବିଶିଷ୍ଟ ଶିକ୍ଷାବିତ୍‌ ତଥା ସ୍ତମ୍ଭକାର ଡ. ପ୍ରଭାତ କୁମାର ମଲ୍ଲିକ, ପାନପୋଷ ଉପଖଣ୍ଡର ବରିଷ୍ଠ ସାମାଜିକ ସୁରକ୍ଷା ଅଧିକାରୀ ମିନୁ ତାଣ୍ଡିଆ, ଏ.ଆର୍‌. ଡି.ଏଫ୍‌.ର ପ୍ରତିଷ୍ଠାତା ନିର୍ଦ୍ଦେଶକ ଡ. ଅନ୍ତର୍ଜିତା ନାୟକ, ଏନ୍.ଆଇ.ଟିର ମନୋବିଜ୍ଞାନ ବିଭାଗର ପ୍ରଫେସର ଡ. ରାମକୃଷ୍ଣ ବିଶ୍ଵାଳ, ବିଶ୍ରା ସୁବୋଧ ରାଉତରାୟ କଲେଜର ଅଧ୍ୟକ୍ଷ ଡ. କ୍ଷିରୋଦ କୁମାର ବରାଳ ଓ ଡ. ନଗେନ କୁମାର ଦାସ ପ୍ରମୁଖ ଅତିଥି ଭାବେ ଯୋଗଦେଇ ଭିନ୍ନକ୍ଷମଙ୍କ ଅଧିକାର ଓ ଆଇନ ତଥା ଗୋଷ୍ଠୀ ଭିତ୍ତିକ ସଚେତନତା ଉପରେ ଆଲୋକପାତ କରିଥିଲେ । ଏହି ଅବସରରେ ‌ଡ. ମଲ୍ଲିକ ତାଙ୍କ ବକ୍ତବ୍ୟରେ ଆମ ସମାଜ ବା ଗୋଷ୍ଠୀ ଭିତରେ ରହୁଥିବା ବ୍ୟକ୍ତିବିଶେଷଙ୍କର ଭିନ୍ନକ୍ଷମ ମାନଙ୍କ ଉନ୍ନତି ପାଇଁ ଏବଂ ସେମାନଙ୍କର ମୌଳିକ ଅଧିକାର ଯୋଗାଇଦେବା ପାଇଁ ବିଶେଷ କର୍ତ୍ତବ୍ୟ ଓ ଭୂମିକା ଉପରେ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ପ୍ରଦାନ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ଡ. ଅନ୍ତଜିତା ନାୟକ ଭିନ୍ନକ୍ଷମ ମାନଙ୍କ ପାଇଁ ରହିଥିବା ବିଭିନ୍ନତା ପ୍ରକାର ଅନ୍ଧବିଶ୍ୱାସ ଓ ବାଧାଉତ୍ପନ କରୁଥିବା ସାମାଜିକ ଦୃଷ୍ଟିପାତ ତଥା ପାତର ଅନ୍ତର ନୀତି କିପରି ଦୂରିଭୁତ ସେ ଦିଗରେ ଆଲୋକପାତ କରିଥିଲେ । ଭିନ୍ନକ୍ଷମଙ୍କ ପାଇଁ ସରକାରୀ ଓ ବେସରକାରୀ ସ୍ତରରେ ଥିବା ଯୋଜନା ଓ ପ୍ରକଳ୍ପ ଉପରେ ବରିଷ୍ଠ ସାମାଜିକ ସୁରକ୍ଷା ଅଧିକାରୀ ମିନୁ ତାଣ୍ଡିଆ ବିସ୍ତୃତ ବିବରଣୀ ରଖିଥିଲେ, ଡ. ବରାଳ ତାଙ୍କ ନିଜସ୍ଵ ଅଭିଜ୍ଞତାରୁ ସୂଚିତ କରିଥିଲେ ଯେ, ମୁଁ ଜଣେ ଶିକ୍ଷାବିତ୍‌ ସହିତ ଜଣେ ଅଭିଭାବକ ମଧ୍ୟ । ସେହି ହିସାବରୁ ମୁଁ ଉପଲବ୍ଧି କରିପାରିଛି ଯେ, ନିଜେ ନମଲେ ସ୍ଵର୍ଗ ନାହିଁ । ତେଣୁ ଅଭିଭାବକ ମାନେ ପ୍ରଥମେ ନିଜେ ହିଁ ସଚେତନତା ହେବାର ଗୁରୁ ଦାୟିତ୍ଵ ନିର୍ବାହ କରିବା ଉଚିତ୍‌ । ପରିବାର କିମ୍ବା ନିଜେ ଭିନ୍ନକ୍ଷମ ମାନେ ସେମାନଙ୍କର ମୌଳିକ ଅଧିକାର ତଥା କର୍ତ୍ତବ୍ୟ ଉପରେ ବିଶେଷ ଜ୍ଞାନ ଆହରଣ କରିବା ସହିତ ଗୋଷ୍ଠୀ ବା ସମାଜ ଭିତରେ ଏହାର ପ୍ରଚାର ଓ ପ୍ରସାର ଦିଗରେ ଲକ୍ଷ୍ୟ ଦେବା ଅତ୍ୟନ୍ତ ଜରୁରୀ । ଡ. ନଗେନ କୁମାର ଦାସ ଭିନ୍ନକ୍ଷମ ମାନଙ୍କୁ ସହଳ ଚିହ୍ନଟ ପରେ ପରେ ତୁରନ୍ତ ଚିକିତ୍ସା ଆରମ୍ଭ କରାଯିବା ଉଚିତ୍ । ହୁଏତ ଭିନ୍ନକ୍ଷମତା କମିଯାଇ ପାରିବ କିମ୍ବା ଆଉ ଆଗକୁ ବୃଦ୍ଧି ହେବାର ସମ୍ଭାବନା ନଥିବ । ଏନ୍. ଆଇ. ଟି.ର ଡ. ରାମକୃଷ୍ଣ ବିଶ୍ଵାଳ ଟାଟା ପାୱାର ପଶ୍ଚିମାଞ୍ଚଳ ଶାଖା ସହାୟତାରେ ସାମାଜିକ ଅନୁଷ୍ଠାନ ଶ୍ରଦ୍ଧା ବିଶ୍ରା ବ୍ଲକରେ ଆୟୋଜନ କରୁଥିବା ଭିନ୍ନକ୍ଷମ ମାନଙ୍କ ପାଇଁ ଗୋଷ୍ଠୀ ଭିତ୍ତିକ କାର୍ଯ୍ୟକ୍ରମକୁ ପ୍ରଶଂସା କରିଥିଲେ । ସେ ଜଣାଇଥିଲେ ଯେ, ବିଶ୍ରା ବ୍ଲକରେ ଉକ୍ତ କାର୍ଯ୍ୟକ୍ରମ ଆମକୁ ଭିନ୍ନକ୍ଷମ ମାନଙ୍କ ସଂପୂର୍ଣ୍ଣ ବିବରଣୀ (ଡାଟା) ପାଇପାରିବା, ଯଦ୍ଵାରା ବିଶ୍ରା ବ୍ଲକରେ ଥିବା ଭିନ୍ନକ୍ଷମ ମାନଙ୍କ ପାଇଁ ଆମେ ବିଭିନ୍ନ ପ୍ରକାରର ଯୋଜନା ବା ପ୍ରକଳ୍ପ ସରକାରୀ ବେସରକାରୀ ମାନଙ୍କ ଠାରୁ ଆଣି ଏମାନଙ୍କୁ ସେମାନଙ୍କର ମୌଳିକ ଅଧିକାର ଯୋଗାଇଦେବା ସହିତ ମୁଖ୍ୟସ୍ରୋତରେ ସାମିଲ୍ କରିପାରିବା । ପ୍ରାରମ୍ଭରେ ଶ୍ରଦ୍ଧା ଅନୁଷ୍ଠାନର ସାଧାରଣ ସଂପାଦକ କାର୍ତ୍ତିକ ଚନ୍ଦ୍ର ପାଣ୍ଡବ ସ୍ଵାଗତ ଭାଷଣ ଦେବା ସହ ୨୧ ପ୍ରକାରର ଭିନ୍ନକ୍ଷମ ଓ ୨୦୧୬ ଭିନ୍ନକ୍ଷମଙ୍କ ଅଧିକାର ଓ ଆଇନ ଉପରେ ବିଶେଷ ବିବରଣୀ ରଖିଥିଲେ ଏବଂ ଭିନ୍ନକ୍ଷମଙ୍କ ଅଧିକାର ମାନବ ଅଧିକାର ବୋଲି ଦୃଢୋକ୍ତି ପ୍ରକାଶ କରିଥିଲେ । ପ୍ରକଳ୍ପର ମ୍ୟାନେଜର୍‌ ରିନୁବାଳା ମହାରଣା ଭିନ୍ନକ୍ଷମ ମାନଙ୍କ ପାଇଁ ଗୋଷ୍ଠୀ ଭିତ୍ତିକ ଥଇଥାନ କାର୍ଯ୍ୟକ୍ରମ ସମ୍ପର୍କରେ ବିଶଦ ସୂଚନା ଦେଇଥିଲେ । ପ୍ରଥମ ପର୍ଯ୍ୟାୟରେ ବିଶ୍ରା ବ୍ଲକର ୪ ପଞ୍ଚାୟତ ଯଥା – ଝିରପାଣି, ଜାମସେରା, ବନ୍ଧମୁଣ୍ଡା ଓ ବିଶ୍ରା ପଞ୍ଚାୟତରେ ୮୫୫ ଜଣଙ୍କୁ ଚିହ୍ନଟ କଲାପରେ ସେମାନଙ୍କୁ ସେମାନଙ୍କର ଭିନ୍ନକ୍ଷମ ପ୍ରମାଣ ପତ୍ର, ବସ୍ ଓ ଟ୍ରେନ ପାଶ୍, ଆବଶ୍ୟକୀୟ ସହାୟକ ସାମଗ୍ରୀ, ଆତ୍ମନିର୍ଭରଶୀଳ ହେବା ଉଦ୍ଦେଶ୍ୟରେ ବୈଷୟିକ ତାଲିମ, ଫିଜିଓ ଥେରାପି ସର୍ବୋପରି ସେମାନଙ୍କର ମୈକ୍ଷଳିକ ଅଧିକାର ତଥା ଭିନ୍ନକ୍ଷମ ଆଇନ୍ ସମ୍ବନ୍ଧରେ ସଚେତନ କରାଯାଉଛି । ଏବେ ଆଉ ୫ଟି ପଞ୍ଚାୟତ ଯଥା: ମନକୋ, ସନ୍ତୋଷପୁର, କାପାଟମୁଣ୍ଡା, ଡରେଇକେଲା ଓ ଉଡୁଶୁ ପଞ୍ଚାୟତରେ ସର୍ଭେ ଚାଲିଥିବା ବେଳେ ୭୦୯ ଜଣ ଭିନ୍ନକ୍ଷମଙ୍କୁ ସର୍ଭେ କରାଯାଇଛି । ପରବର୍ତ୍ତୀ ପର୍ଯ୍ୟାୟରେ ସେମାନଙ୍କର ଆବଶ୍ୟକୀୟ ସହାୟକ ସାଧନ ସରକାରଙ୍କ ମାଧ୍ୟମରେ ଯୋଗାଇ ଦିଆଯିବ । ଏହି ଅବସରରେ ମନକୋ ପଞ୍ଚାୟତର ସରପଞ୍ଚ ମେରୀ ଓରାମ, ନ୍ୟାୟବ ସରପଞ୍ଚ ଜଗଦିଶ ମହାନ୍ତ, ଅଙ୍ଗନୱାଡ଼ି କର୍ମୀ, ଆଶାକର୍ମୀ, ଶିକ୍ଷକ ଏବଂ ସବୁ, ଭିନ୍ନକ୍ଷମ ଏବଂ ସେମାନଙ୍କର ଅଭିଭାବକ, ସ୍ଵେଚ୍ଛାସେବୀଙ୍କ ସମେତ ୧୨୦ରୁ ଅଧିକ ଅଂଶ ଗ୍ରହଣ କରିଥିଲେ । ରିନୁଲତା ମହାରଣା, ପ୍ରୀତି ବାରିକ୍, ସୁକୁମାର ପାଣ୍ଡବ, ସିପୁନ ବେହେରା, ଧୀରେନ୍ଦ୍ର ଓଝା, ଅର୍ଚ୍ଚନା ମିଞ୍ଜି, ସାତ୍ତ୍ୱିକ ସଜ୍ଜନ, ବିଶ୍ଵଜିତ ମହାତୋ, ଶିବ ମହାତୋ, ବେନାଡିକ ଏକ୍କା, ରଶ୍ମିତା ମହାତୋ, ରାଧିକା ତନ୍ତି, ରତ୍ନାକର, କ୍ରିଷ୍ଣା ଗୋପ, ପ୍ରତିଭା ଟପ୍ପୋ ପ୍ରଭୁତି କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ । ଶେଷରେ ଶ୍ରୀ ପାଣ୍ଡବ ଧନ୍ୟବାଦ ଅର୍ପଣ କରିଥିଲେ ।

Leave A Reply

Your email address will not be published.