ଅଜଣା ଗାଡ଼ି ଧକ୍କାରେ ଯୁବକ ମୃତ, କ୍ଷତିପୂରଣ ଦାବିରେ ସ୍ଥାନୀୟ ଲୋକଙ୍କ ରାସ୍ତାରୋକ

ଛେଣ୍ଡିପଦା : ଅନୁଗୁଳ – ଛେଣ୍ଡିପଦା ୬୩ ନମ୍ବର ରାଜ୍ୟ ରାଜପଥର କୁଦୁପାଳ ନିକଟରେ ଅଜଣା ଗାଡ଼ି ଧକ୍କାରେ ଜଣେ ଯୁବକ ଜୀବନ ହରାଇଛନ୍ତି । କ୍ଷତିପୂରଣ ଦାବିରେ ପରିବାର ଲୋକେ ଓ ଗ୍ରାମବାସୀ ଟାୟାର ଜାଳି ରାସ୍ତାରୋକ ଆନ୍ଦୋଳନ କରିଛନ୍ତି । ପୁଲିସ ସୂତ୍ରରୁ ପ୍ରକାଶ ଗତରାତିରେ କୁଦପାଳ ଗାଁର କିଶୋରୀ ନାଏକ (୩୭) କୋଶଳାରୁ ଅପେରା ଦେଖି ଘରକୁ ଫେରୁଥିଲେ । ଫେରିବା ସମୟରେ ଗାଁ ଛକ ନିକଟରେ ଏକ ଅଜଣା ଗାଡ଼ି କିଶୋରୀ ନାଏକଙ୍କୁ ଧକ୍କା ଦେଇଥିଲା ଫଳରେ କିଶୋରୀ ନିଜ ଜୀବନ ହରାଇଥିଲେ । ଏହା ପରେ ପରିବାର ଲୋକେ ଓ ଗ୍ରାମବାସୀ କ୍ଷତିପୂରଣ ଦାବିରେ ରାସ୍ତାରେ ଟାୟାର ଜାଳି ରାସ୍ତା ଅବରୋଧ କରିଛନ୍ତି । ଖବର ପାଇ ଶିଳ୍ପାଞ୍ଚଳ ପୁଲିସ ଘଟଣାସ୍ଥଳରେ ପହଞ୍ଚି ଆନ୍ଦୋଳନକାରୀଙ୍କୁ ବୁଝାସୁଝା କରୁଛି । ଆନ୍ଦୋଳନ ଯୋଗୁଁ ସମସ୍ତ ଯାନବାହନ ଚଳାଚଳ ବନ୍ଦ ରହିଥିଲା ବେଳେ ଅନ୍ୟରାସ୍ତାରେ ବୁଲି ଲୋକମାନେ ଯିବାଆସିବା କରୁଛନ୍ତି ।

Leave A Reply

Your email address will not be published.