csstore

ଟୋଏଲେଟ୍‌ରେ ବି ଗଦା ଗଦା ଟଙ୍କା : ଭିଜିଲାନ୍ସ ହାତରେ ରେଞ୍ଜର ବିଭୁଦାନନ୍ଦ ମିଶ୍ର

ଭୁବନେଶ୍ୱର, (କେପିଏନ୍‌ଏସ୍‌) : ଆୟ ବହିର୍ଭୁତ ସଂପତ୍ତି ଠୁଳ ଅଭିଯୋଗରେ ଆଜି ଭିଜିଲାନ୍ସ ହାତରେ ଧରାପଡ଼ିଛନ୍ତି ଢେଙ୍କାନାଳ ରେଂଜର ବିଭୁଦାନନ୍ଦ ମିଶ୍ର । ଭୁବନେଶ୍ୱରରେ ଦାମୀ ଫ୍ଲାଟ୍‌, ବହୁତଳ ବିଶିଷ୍ଟ କୋଠା ଭିଜିଲାନ୍ସ ଠାବ କରିଥିବା ବେଳେ ବିଭୁଦାନନ୍ଦଙ୍କ ଟୋଏଲେଟ୍‌ ଫ୍ଲସ୍‌ ଭିତରୁ ବି ପୁଳା ପୁଳା ଟଙ୍କା ବାହାର କରିଛନ୍ତି ଭିଜିଲାନ୍ସ ବିଭାଗ । ଆଜି ସକାଳୁ ରେଂଜର ବିଭୁଦାନନ୍ଦଙ୍କ ସଂପୃକ୍ତି ଥିବା ୮ଟି ସ୍ଥାନରେ ଭିଜିଲାନ୍ସ ଚଢ଼ାଉ ଚାଲିଥିବା ଜଣାପଡ଼ିଛି । ଏହି ଚଢ଼ାଉରେ ୭ ଜଣ ଡିଏସ୍‌ପି, ଜଣେ ଆସିଣ୍ଟାଣ୍ଡ କମାଡେ଼ଣ୍ଟ, ୬ ଜଣ ଇନ୍ସପେକ୍ଟର, ୬ ଜଣ ଏଏସ୍‌ଆଇଙ୍କ ସହ ସହଯୋଗୀ କର୍ମଚାରୀମାନେ ସାମିଲ୍‌ ଥିବା କୁହାଯାଇଛି । ଢେଙ୍କାନାଳ, କଟକ ଓ ଭୁବନେଶ୍ୱରର ୮ଟି ସ୍ଥାନରେ ଚାଲିଛି ଘମାଘୋଟ୍‌ ଚଢ଼ାଉ । ଢେଙ୍କାନାଳର ରତ୍ନବଜାରରେ ଅବସ୍ଥିତ ଗୋଟିଏ ୩ମହଲା ବିଶିଷ୍ଟ ଫ୍ଲାଟ୍‌, ଗୋଟିଏ ଦୁଇ ମହଲା ବିଶିଷ୍ଟ କୋଠା, କଟକର ଆଠଗଡ଼ ନିକଟ ରହାଙ୍ଗୋଲରେ ରହିଥିବା ଇସି ବ୍ରୋଏଲର୍‌ ଫାର୍ମ, ଭୁବନେଶ୍ୱର ରସୁଲଗଡ଼ରେ ରହିଥିବା ଏକ କୋଠା, କଟକ ଆଠଗଡ଼ ବୀରକିଶୋରପୁରରେ ରହିଥିବା ବିଭୁଦାନନ୍ଦଙ୍କ ପୈତୃକ ଘର, ଢେଙ୍କାନାଳରେ ରହିଥିବା ତାଙ୍କ ସଂପର୍କୀୟଙ୍କ ଘର, ଢେଙ୍କାନାଳର ତାଙ୍କ ଅଫିସ୍‌ ଚେମ୍ପର ଏବଂ ଢେଙ୍କାନାଳରେ ରହିଥିବା ତାଙ୍କ ସରକାରୀ ଘର ଉପରେ ଏକକାଳୀନ ଚଢ଼ଉ ଚଳାଇଛି ଭିଜିଲାନ୍ସ ବିଭାଗ । ତେବେ ରେଂଜର ବିଭୁଦାନନ୍ଦ ମିଶ୍ରଙ୍କ ଅପର୍ଯ୍ୟାପ୍ତ ସଂପତ୍ତି ଠାବ କରିବାରେ ସଫଳ ହୋଇଛି ଭିଜିଲାନ୍ସ ବିଭାଗ ବୋଲି ଜଣାପଡ଼ିଛି ।

jayashree
Leave A Reply

Your email address will not be published.