oom

ବିଜେପୁରରେ ରାକ୍ଷୀ ବାନ୍ଧି ନିଶା ନିବାରଣ କାର୍ଯ୍ୟକ୍ରମ

jsmm
  • ସଚେତନତା ନାଟକରେ ବିମୋହିତ ହେଲେ ଦର୍ଶକ

ବରଗଡ, (ନିରୋଜ କୁମାର ପାଣୀ) : ବରଗଡ ଜିଲ୍ଲା ବିଜେପୁର ଠାରେ ସମ୍ବାଦ ଆମ ଓଡ଼ିଶା ଓ ରେଡ଼ିଏନ୍ସ ଶିକ୍ଷାନୁଷ୍ଠାନ ଆୟୋଜନରେ ରାକ୍ଷୀ ବାନ୍ଧି ନିଶା ନିବାରଣ କାର୍ଯ୍ୟକ୍ରମ ସୋମବାର ଦିନବ୍ୟାପୀ ଆୟୋଜିତ ହୋଇଯାଇଛି । ହଜାର ହଜାର ଛାତ୍ରଛାତ୍ରୀ, ଶିକ୍ଷକ, ଶିକ୍ଷୟିତ୍ରୀ, ବୁଦ୍ଧିଜୀବୀ, ଜନସାଧାରଣ ପ୍ରମୁଖଙ୍କ ଗହଣରେ ନିଶାନିବାରଣ ସଚେତନତା ଶୋଭାଯାତ୍ରା ବିଜେପୁର ପଡ଼ା ପର୍ଯ୍ୟନ୍ତ୍ୟ ଅନୁଷ୍ଠିତ ହୋଇଥିଲା । ଏହି ଅବସରରେ ରେଡ଼ିଏନ୍ସ ଶିକ୍ଷାନୁଷ୍ଠାନ ଛାତ୍ରଛାତ୍ରୀଙ୍କ ଦ୍ଵାରା ପ୍ରଦର୍ଶିତ କ୍ଷୁଦ୍ର ନାଟକ ‘ରାକ୍ଷୀ ରହିବ ସାକ୍ଷୀ’ କେ ଦର୍ଶକ ବିମୋହିତ ହୋଇଥିଲେ । ଏହାପରେ ସାମୁହିକ ରକ୍ଷାବନ୍ଧନ ପର୍ବ ପାଳିତ ହୋଇଥିଲା । ଏହି ଅବସରରେ ଅନୁଷ୍ଠିତ ସଚେତନତା ସଭାରେ ବରଗଡ ସାଂସଦ ପ୍ରଦୀପ ପୁରୋହିତ ଯୋଗଦାନ କରି ସମ୍ବାଦର ଏହି ଅଭିନବ କାର୍ଯ୍ୟକ୍ରମକୁ ପ୍ରଶଂସା କରି ଏଭଳି ଧାରାରେ ସାମିଲ ହେବାକୁ ଜନସାଧାରଣଙ୍କୁ ଆହ୍ୱାନ ଜଣାଇଥିଲେ । ବିଶିଷ୍ଟ ଲେଖକ ଅଧ୍ୟାପକ ସୁଶାନ୍ତ ମିଶ୍ର, ରେଡ଼ିଏନ୍ସ ଶିକ୍ଷାନୁଷ୍ଠାନର ଚେୟାର୍‌ମେନ୍‌ ଅଜିତ କୁମାର ମେହେର, ଅଧ୍ୟକ୍ଷ ଘନଶ୍ୟାମ ମେହେର, ଆଡ୍‌ମିନିଷ୍ଟ୍ରେତିଭ ଡାଇରେକ୍ଟର ନେତ୍ରମଣି ମେହେର, ଏକାଡେମୀ ଡାଇରେକ୍ଟର ଗୋବିନ୍ଦ ମେହେର, ବିଜେପୁର ତହସିଲଦାର କର୍ଣ୍ଣ ସୁନା ପ୍ରମୁଖ ଅତିଥି ଭାବରେ ଯୋଗ ଦେଇଥିଲେ । ସାଂସଦ ଶ୍ରୀମାନ ପୁରୋହିତ ଓ ଅନୁଷ୍ଠାନ ଚେୟାର୍‌ମେନ୍‌ ଶ୍ରୀମାନ ମେହେରଙ୍କୁ ମାନପତ୍ର, ଟ୍ରଫି ଓ ଉପଢୌକନ ଦେଇ ସମ୍ବର୍ଦ୍ଧିତ କରାଯାଇଥିଲା । ଏହି ଅବସରରେ ଅନୁଷ୍ଠିତ ଗଙ୍ଗାଧର ଜୟନ୍ତୀରେ ଅଧ୍ୟାପକ ପ୍ରହଲ୍ଲାଦ ମେହେର ସାହିତ୍ୟର ବିଭିନ୍ନ ଦିଗ ଉପରେ ଆଲୋଚନା କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ସମ୍ବାଦ ସାହିତ୍ୟ ଘର ପକ୍ଷରୁ ସଭାପତି ମୋହନ ସିଂହ କହ୍ନେଇ, ସାହିତ୍ୟିକ ଅଶୋକ କୁମାର ପୂଜାହାରୀ, ଦିଲ୍ଲୀପ କୁମାର ଦେବତା, ରାଜେଶ୍ୱର ବେହେରା, ହୃଦମଣୀ ସାହୁ, ଅଧିକାରୀ ସା, ଜନାର୍ଦ୍ଦନ ପାଣିଗ୍ରାହୀ, ରକ୍ତଦାନ ଆୟୋଜକ ରୋହିତ ସାହୁ, ଶୁଭେଚ୍ଛୁ ତଥା ସ୍ଥାନୀୟ ଜିଲ୍ଲା ପରିଷଦ ସଦସ୍ୟ ସୁଶାନ୍ତ ଗଡ଼ତିଆ, ଅଜିତ ସାହୁ, ଯୋଗିନ୍ଦ୍ର ସାହୁ ପ୍ରମୁଖ ଅତିଥି ଭାବରେ ଯୋଗଦାନ କରିଥିଲେ । ସହଯୋଗୀ ଶିକ୍ଷାନୁଷ୍ଠାନର ମୋହିନୀ ମେହେର, ରାଜେଶ୍ରୀ ମେହେର, ଜୟନ୍ତୀ ସାହୁ, ସଞ୍ଜୟ ବାରିକ, ପ୍ରଫୁଲ୍ଲ ପାଧନଙ୍କ ସମେତ ସମସ୍ତ ଶିକ୍ଷକ, ଶିକ୍ଷୟିତ୍ରୀ, ସମ୍ବାଦ ଆମ ଓଡ଼ିଶାର ଶୁଭେଚ୍ଛୁ ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ । ଶେଷରେ ସ୍ଥାନୀୟ ସମ୍ବାଦ ଆମ ଓଡ଼ିଶା ପ୍ରତିନିଧି ସୁନିଲ ମିଶ୍ର ସମସ୍ତଙ୍କୁ କୃତଜ୍ଞତା ଅର୍ପଣ କରିଥିଲେ ।

jittmm
Leave A Reply

Your email address will not be published.