csstore

ଲୋଇସିଂହା ଉଗ୍ରସେନ ଭବନରେ ରକ୍ତଦାନ ଶିବିର ଅନୁଷ୍ଠିତ

ଲୋଇସିଂହା, (କେପିଏନ୍‌ଏସ୍‌) : ଲୋଇସିଂହା ନିର୍ବାଚନ ମଣ୍ଡଳୀ ବିଜୁ ଜନତା ଦଳର ଆନୁକୂଲ୍ୟରେ ଲୋଇସିଂହା ନିର୍ବାଚନ ମଣ୍ଡଳୀର ଯୁବ ନେତା ତଥା ବିଜେଡି ବିଧାୟକ ପ୍ରାର୍ଥୀ ନିହାର ରଞ୍ଜନ ବେହେରାଙ୍କ ଜନ୍ମଦିନ ଉପଲକ୍ଷେ ଓଡ଼ିଶା ମୋପରିବାର ଜୀବନବିନ୍ଦୁ କାର୍ଯ୍ୟକ୍ରମ ଲୋଇସିଂହା ଉଗ୍ରସେନ ଭବନ ଠାରେ ମେଗା ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି । ଜନଜାତି ସମନ୍ମୟ ସମିତିର ଅଧ୍ୟକ୍ଷ ବ୍ରଜମୋହନ ବିଶୋଇ, ଆଗଲପୁର ବ୍ଲକ ଉପାଧ୍ୟକ୍ଷା ନିରୁପମା ପଧାନ, ଜିଲ୍ଲା ପରିଷଦ ସଭ୍ୟା ବୀଣାପାଣି ଦାଶ ଜିଲ୍ଲାପରିଷଦ ସଂଯୁକ୍ତା ବରିହା, ପ୍ରତିନିଧି କୈଳାଶ ବରିହା, ବ୍ଲକ ସଭାପତି ହୃଦୟନନ୍ଦ ବେହରା, ପଞ୍ଚୁ ପଧାନ, ବିଷ୍ଣୁ ପଟେଲ, ରମାକାନ୍ତ ବିଶ୍ୱାଳ, ଗୋବର୍ଦ୍ଧନ ସାହୁ ଯୋଗ ଦେଇଥିବାବେଳେ ବ୍ଲକର ଯୁବ ସଭାପତି ନାରାୟଣ ସାହୁ, ପ୍ରକାଶ ମହାରଣା, ସୁଧୀର ଅମାତ ଓ ଛାତ୍ର ସଭାପତି ଫିରୋଜ ସତୁଆ ପ୍ରମୁଖ ଯୋଗଦାନ କରିଥିଲେ । ଏହି କାର୍ଯ୍ୟକ୍ରମକୁ ପ୍ରଦିପ ସାହୁ, ସରୋଜ ମହାକୁର, ଟିବିଲୁ କଦମ୍, ସିବଲୁ କଦମ, ହେମକାନ୍ତ ସାହୁ, ବୁଦ୍ଧଦେବ ସାହୁ, ପ୍ରେମରାଜ ପଧାନ, ନିତ୍ୟାନନ୍ଦ ସାହୁ, ଗୋବିନ୍ଦ ସାହୁ, ତ୍ରିଲୋଚନ ସାହୁ ସହଯୋଗରେ ୬୦ ୟୁନିଟ୍‌ ରକ୍ତ ସଂଗ୍ରହ ହୋଇଥିଲା ।

jayashree
Leave A Reply

Your email address will not be published.