ଲଦାଖ : ଭାରତ ସୀମାରେ ବୁଲୁଥିବା ଚୀନ୍ ସୈନିକକୁ ଭାରତୀୟ ସେନା ଧରିଲେ

ନୂଆଦିଲ୍ଲୀ : ଲଦାଖରୁ ଏକ ବଡ ଖବର ଆସୁଛି । ଜଣେ ଚୀନ୍ ସୈନିକ ଏଠାରେ ଭାରତୀୟ ସେନା ଦ୍ୱାରା ଧରାପଡିଛନ୍ତି। ଏହି ଚୀନ୍ ସୈନିକ ଭାରତ ସୀମାରେ ବୁଲୁଥିଲେ । ଏହି ସୈନିକ ଚୁସୁଲ ସେକ୍ଟରର ଗୁରୁଙ୍ଗ ଉପତ୍ୟକା ନିକଟରେ ଧରାପଡିଛନ୍ତି । ପଚରା ଉଚରା ବେଳେ ଏହି ଚୀନ୍ ସୈନିକ କହିଥିଲେ ଯେ ସେ ରାସ୍ତା ଭୁଲି ଯାଇଛନ୍ତି ।

ଭାରତୀୟ ସୈନିକମାନେ ଏହି ଚୀନ୍ ସୈନିକଙ୍କୁ ପଚରାଉଚରା କରୁଛନ୍ତି । ଅନୁସନ୍ଧାନରେ ସନ୍ତୁଷ୍ଟ ହେବା ପରେ ହିଁ ତାଙ୍କୁ ଚୀନ୍ କର୍ତ୍ତୃପକ୍ଷଙ୍କୁ ସମର୍ପଣ କରାଯିବ ।

ରିପୋର୍ଟ ଅନୁଯାୟୀ, ଜାନୁଆରୀ ୮ ରେ ଲଦାଖରେ ଥିବା ଏଲ୍‌ଏସିର ଭାରତୀୟ ସୀମା ଭିତରେ ଜଣେ ଚୀନ୍ ସୈନିକଙ୍କୁ ଗିରଫ କରାଯାଇଥିଲା । ଚାଇନାର ସୈନିକ ପାଙ୍ଗଙ୍ଗ ହ୍ରଦର ଦକ୍ଷିଣ ଭାଗରୁ ଧରାପଡିଛନ୍ତି । ଯଦି ଆମେ ଚୀନ୍ ସୈନିକଙ୍କ ବକ୍ତବ୍ୟକୁ ବିଶ୍‌ଶ୍ୱାସ କରୁ, ତେବେ ଏହି ସୈନିକ ବାଟ ଭୁଲିଲି ଭାରତ ସୀମାରେ ପ୍ରବେଶ କରିଥିଲେ । ତା’ପରେ ସେଠାରେ ଅବସ୍ଥିତ ଭାରତୀୟ ସେନିକମାନେ ତାଙ୍କୁ ଧରିଥିଲେ ।

Leave A Reply

Your email address will not be published.