oom

ମହାସଂଘର କଳାକାର ସମ୍ମିଳନୀ

jsmm

ପଦ୍ମପୁର, (ନିରୋଜ କୁମାର ପାଣୀ) : ବରଗଡ଼ ଜିଲ୍ଳା ପଦ୍ମପୁର ଉପଖଣ୍ଡ ପାଇକମାଲ ବ୍ଲକ କଳାକାର ମହାସଂଘର ଏକ କଳାକାର ସମ୍ମିଳନୀ ଅନୁଷ୍ଠିତ ହୋଇଥିଲା । ମହାସଂଘର ସଭାପତି ପ୍ରେମସାଗର ଫୌଜଦାରଙ୍କ ନେତୃତ୍ବରେ କୋଭିଡ କଟକଣା ସତ୍ତ୍ଵେ କମ୍ କଳାକାରମାନଙ୍କୁ ନେଇ ମାକ୍ସ, ସେନିଟାଏଜର ଓ ସାମାଜିକ ଦୂରତା ରକ୍ଷା କରି ଏକ ଶୋଭାଯାତ୍ରାରେ ପାଲା, ଦାସ୍ କାଠିଆ, କରମା, ସଂଚାର, କୀର୍ତ୍ତନ, ଦୁଲ୍ ଦୁଲି ଓ ଗଣ୍ଡା ବଜା ପାଇକମାଳ ଖେଳ ପଡିଆ ଠାରୁ ଆରମ୍ଭ କରି ନୃସିଂହନାଥ ମାର୍ଜାରୀ କେଶରୀ କଳାମଣ୍ଡପ ପର୍ୟ୍ୟନ୍ତ ବ୍ଳକର ୨୨ଟି ପଞ୍ଚାୟତର ସମସ୍ତ କଳା ସଂଘର କଳାକାର ନିଜ ନିଜ ପୋଷାକ ପରିଧାନ କରି ନିଜ ବାଦ୍ୟଯନ୍ତ୍ର ସହିତ ଶୋଭାଯାତ୍ରାରେ ସାମିଲ ହୋଇଥିଲେ ।

କଳାମଣ୍ଡପରେ ପହଞ୍ଚିଲା ପରେ ବରିଷ୍ଠ କଳାକାର ତ୍ରିଲୋଚନ ମେହେରଙ୍କ ସଭାପତିତ୍ବରେ ଏକ ସଭା ଅନୁଷ୍ଠିତ ହୋଇଥିଲା । ସଭାରେ ଅତିଥି ଭାବେ ସୁବୋଧ ପଣ୍ଡା ଓ ସାମ୍ବାଦିକ ବଡ ଶତପଥୀ ଉପସ୍ଥିତ ଥିଲେ । ବି.କେ.ଏସ୍.ଏସ୍.ର ଉପସଭାପତି ଲଲିତ ଜଗତ ସ୍ୱାସ୍ଥ୍ୟ ବିଭାଗ ତରଫରୁ ଆସିଥିବା ୧୨ ଗୋଟି ସଚେତନତା କାର୍ୟ୍ୟକ୍ରମ ଗୁଡିକୁ ଉପସ୍ଥାପନ କରିଥିଲେ । ଅନେକ ଆଲୋଚନା ପରେ ନିଜ ପଞ୍ଚାୟତ ସ୍ଥାନୀୟ ଦଳ ସଚେତନତା କାର୍ୟ୍ୟକ୍ରମ କରି ପାରିବେ ସର୍ବସମ୍ମତି କ୍ରମେ ନିଷ୍ପତ୍ତି ନିଆଯାଇ ଦଳ ଚୟନ କରି ଅଳ୍ପ ସମୟ ମଧ୍ୟରେ ସାଂସ୍କୃତିକ କାର୍ୟ୍ୟକ୍ରମ ହୋଇଥିଲା । ଗୋଟିଏ ପରେ ଗୋଟିଏ ଦଳ ନିଜର କଳା ପ୍ରଦର୍ଶନ କରିଥିଲେ ।

ମହାସଂଘ ତରଫରୁ ସମସ୍ତ କଳାକାରଙ୍କୁ ମାନପତ୍ର ଓ ବି.କେ.ଏସ୍.ଏସ୍. ତରଫରୁ ନିଜ ପଞ୍ଚାୟତରେ ସ୍ୱାସ୍ଥ୍ୟ ଉପରେ କଳା ପରିବେଷଣ କରିବା ପାଇଁ ଚୟନ ଦଳ ଗୁଡିକୁ ଆଦେଶ ପତ୍ର ଦିଆ ଯାଇଥିଲା । କାର୍ୟ୍ୟକ୍ରମକୁ ଲଲିତ ଜଗତ ପରିଚାଳନା କରିଥିବା ବେଳେ ପୂର୍ଣ୍ଣ ମାତ୍ରାରେ ସହୋଯାଗ କରିଥିଲେ ମହାସଂଘର ବରିଷ୍ଠ କାର୍ୟ୍ୟକର୍ତ୍ତା ବିଜୟ ପ୍ରଧାନ, ବିଶ୍ଵନାଥ ସେଠ୍, ଦୁର୍ୟ୍ୟୋଧନ ତ୍ରିପାଠୀ, ଦେବେନ୍ଦ୍ର ସାହୁ, ଟାଇଲ୍ ଚନ୍ଦ୍ର ଭୋଇ, ଦୁଃଶାସନ କୁମ୍ଭାର, ମୋହିତ ବାଗ । ଦୀର୍ଘ ୧୦ ମାସ ପରେ କଳାକାର ମାନଙ୍କର ମୁହଁରେ ହସ ଫୁଟି ଥିବାରୁ ସରକାର ଓ ପ୍ରାଶାସନିକ ଅଧିକାରୀମାନଙ୍କୁ କଳାକାର ମହାସଂଘର ସମସ୍ତ କଳାକାର ଧନ୍ୟବାଦ ଜଣାଇଛନ୍ତି । କଳାକାର ମହାସଂଘର ଏଭଳି କାର୍ୟ୍ୟକ୍ରମ ଦେଖି ବୁଦ୍ଧିଜୀବୀ, କଳାପ୍ରେମୀ ପ୍ରସଂଶା କରିଛନ୍ତି । ଶେଷରେ ମହାସଂଘର କୋଷାଧକ୍ଷ ଶ୍ରୀ ଚିତ୍ତରଞ୍ଜନ ସରାଫ ଧନ୍ୟବାଦ ଅର୍ପଣ କରିଥିଲେ ।

jittmm
Leave A Reply

Your email address will not be published.