ରୁଗୁଡିପଡା ଦୁର୍ଗାପୂଜା ଟ୍ରଷ୍ଟର ସାଧାରଣ ପରିଷଦ ବୈଠକ

ବଲାଙ୍ଗୀର, (ଦେବାଶିଷ ମିଶ୍ର) : ଅଗଷ୍ଟ ୧୫ ତାରିଖରେ ରୁଗୁଡିପଡା ଦୁର୍ଗାପୂଜା ମଣ୍ଡପରେ ଟ୍ରଷ୍ଟର ସାଧାରଣ ପରିଷଦ ବୈଠକ ଅନୁଷ୍ଠିତ ହୋଇ ଯାଇଛି । ସଭାପତି ଚେତାନାନନ୍ଦ ପଣ୍ଡାଙ୍କ ସଭାପତିତ୍ୱ ତଥା ସାଧାରଣ ସଂପାଦକ ହରୀନାରାୟଣ ପୂଜାରିଙ୍କ ଦ୍ୱାରା ଆୟୋଜିତ ଏହି ବୈଠକର ଆରମ୍ଭରୁ ଗତବର୍ଷର ଆୟବ୍ୟୟ ବିବରଣୀ ପ୍ରଦାନ କରାଯିବାରୁ ତାହା ସର୍ବ ସମ୍ମତି କ୍ରମେ ପ୍ରକାଶ ପାଇଥିଲା । ଚଳିତ ବର୍ଷର ୪୭ତମ ଦୁର୍ଗାପୁଜାକୁ ମହାଆଡମ୍ବରରେ କିପରି ପାଳନ କରାଯାଇପାରିବ ସେ ନେଇ ସବିଶେଷ ଆଲୋଚନା ହୋଇଥିଲା । ଉପସଭାପତି ସଞ୍ଜିବ କୁମାର ଶତପଥି, ପ୍ରଦୀପ କୁମାର ପଟ୍ଟନାୟକ, ସହ ସଂପାଦକ ବିଜୟାନନ୍ଦ ବାଗ ଓ ଦେବବ୍ରତ ବଗର୍ତ୍ତି, କୋଷାଧକ୍ଷ ଦେବାଶିଷ ମହାକୁର, କାର୍ଯ୍ୟକାରୀ ସଦସ୍ୟ ପ୍ରଦ୍ୟୂମ୍ନ ପୁରୋହିତ,ସନ୍ତୋଷ ବଗର୍ତ୍ତି, ସଞ୍ଜୟ ପୂଜାରୀ, ଭାଗିରଥି ମାହାକୁର, ହିମାଂଶୁ ଶେଖର ପାଢୀ, ବିଷ୍ନୁଦତ୍ତ ହୋତା, ଶିବାନନ୍ଦ ବାଗ, ସୁଧିର ନନ୍ଦ, ଶ୍ରୀକାନ୍ତ ରାଉତ, ନୟନ ମାହାନ୍ତି, ଚନ୍ଦ୍ରଚୁଢ ପଣ୍ଡା , ତାପସ ମହାନ୍ତି , ଅଜୟ ରଥ, ବାଜୁ ଦାଶ, ପଞ୍ଚଜନ୍ୟ ପଣ୍ଡା, ଡମ୍ବୃ ପଶାୟତ , ସୁବାଷ ନାଏକ, ରାଜା ରାଉତ, ଆନନ୍ଦ ସାହୁ, ଦୀପକ ବାଗ, ଅଭୀଷେକ ଚନ୍ଦନ, କୁଲଦୀପ ପଣ୍ଡା, ଗଣେଶ ମେହେର , ସୁମିତ ବଗର୍ତ୍ତି, ସୋମନାଥ ଆଚାର୍ଯ୍ୟ, ରାହୁଲ ସେଠ, ସଞ୍ଜୟ ବାଙ୍କର, ରାମ ଦୀପ ପ୍ରମୁଖ ଉପସ୍ଥିତ ରହି ସକ୍ରୀୟ ସହେଯାଗ କରିଥିଲେ ।

Leave A Reply

Your email address will not be published.