oom

ଆଧୁନିକ ମେଟାଲିକ୍ସ ବେତନ୍ ବୃଦ୍ଧି ଚୁକ୍ତିନାମାରେ ଶ୍ରମିକମାନଙ୍କ ମଧ୍ୟରେ ଖୁସିର ଲହରୀ

jsmm

ରାଉରକେଲା, (ସସ୍ମିତା ପ୍ରଧାନ) : ଆଧୁନିକ ମେଟାଲିକ୍ସରେ କାର୍ଯ୍ୟରତ ଶ୍ରମିକଙ୍କ ବେତନ୍‌ ବୃଦ୍ଧି ସଂକ୍ରାନ୍ତୀୟ ଚୁକ୍ତିନାମା ଉପରେ ଅନ୍ୟ ୟୁନିୟନ୍ ଦେଇଥିବା ବିବୃତି ନିମନ୍ତେ ସ୍ପଷ୍ଟୀକରଣ ଯେ, ଶ୍ରମିକ ମାନଙ୍କ ମଧ୍ୟରେ ଖୁସିର ଲହରୀ ଏବଂ ଆଗାମୀ ବୋନସ ଚୁକ୍ତିନାମା ପାଇଁ ପ୍ରବଳ ଆଗ୍ରହ । ଆଧୁନିକ ମେଟାଲିକ୍ସ ୱାର୍କର୍ସ ୟୁନିଅନ୍‌ ଉପରେ ଗୁଜବ ଉଠାଉଥିବା ୟୁନିଅନ୍ ନିଜ କାର୍ଯ୍ୟକାଳରେ ଶ୍ରମିକ ମାନଙ୍କୁ ଲାଭାନ୍ଵିତ ହେଲା ଭଳି କୌଣସି ଚୁକ୍ତିନାମା କରିନଥିଲେ । ବର୍ତ୍ତମାନ ଗୋଟିଏ ପରେ ଗୋଟିଏ ଶ୍ରମିକ ହିତେଇଶି ଚୁକ୍ତିନାମାକୁ ଦେଖି ସେମାନଙ୍କ ମଧ୍ୟରେ ଭାଳେଣି । ଆଧୁନିକ ମେଟାଲିକ୍ସ ୱାର୍କର୍ସ ୟୁନିଅନ, ପ୍ଲାଣ୍ଟରେ ସ୍ଵୀକୃତି ପାଇବା ପରେ ଗଲା ବର୍ଷ ସମସ୍ତ ଶ୍ରମିକମାନଙ୍କ ନିମନ୍ତେ ୭% ବେତନ ବୃଦ୍ଧି ସଂକ୍ରାନ୍ତୀୟ ଚୁକ୍ତିନାମା କରାଯାଇଥିଲା, ପୁଣି ଚଳିତ ବର୍ଷ ସମସ୍ତ ଶ୍ରମିକ ମାନଙ୍କୁ ସମାନ ଆକାରରେ (୨୨୦୦) ୨ ହଜାର ୨ ଶହ ଟଙ୍କାର ବେତନ ବୃଦ୍ଧି କରାଯାଇଛି, ଯାହାକୁ ଅନ୍ୟ ୟୁନିଅନ୍‌ ସହି ପାରୁନାହାନ୍ତି । ଗଲା ବର୍ଷ ସମସ୍ତ ଶ୍ରମିକଙ୍କୁ ଗ୍ଦଳସକ୍ଷକ୍ଷରୟ ଉପରେ (୧୧୦୦୦) ଏଗାର ହଜାର ଟଙ୍କା ବୋନସ ଦିଆ ଯାଇଥିଲା । ଏବର୍ଷ ମଧ୍ୟ ତାଠାରୁ ଅଧିକ ବୋନସ ପାଇବା ପାଇଁ ଶ୍ରମିକଙ୍କ ଆଶାକୁ ସାକାର କରିବା ପାଇଁ ଆମେ ଚେଷ୍ଟିତ । ଏହି ସମ୍ମିଳନୀରେ ଆଧୁନିକ ମେଟାଲିକସ୍ ୱାର୍କର୍ସ ୟୁନିଅନର ଉପଦେଷ୍ଟା ତଥା ବୀରମିତ୍ରପୁରର ପୂର୍ବତନ ବିଧାୟକ – ଶଙ୍କର ଓରାମ, ଭାରତୀୟ ମଜଦୁର ସଂଘର ରାଜ୍ୟ ସମ୍ପାଦକ- ହିମାଂଶୁ ବଳ୍ ଓ ୟୁନିଅନ୍‌ର ସାଧାରଣ ସମ୍ପାଦକ – ହେମନ୍ତ କୁମାର୍ ଜେନା, ସଭାପତି -ନିରାକାର ବେହେରା, ଉପସଭାପତି – ଅନୀଲ କୁମାର ଭଞ୍ଜ, ସରଗୁ କିଣ୍ଡୋ, କାର୍ଯ୍ୟକାରୀ ସଭ।ପତି -ମାନସିଦ ଲୁଗୁନ୍, ସମ୍ପାଦକ – ତ୍ରିଲୋଚନ ସାହୁ, ରଣବିର୍ ସିଂ, ଉଦୟ ଓରମ୍, ଚନ୍ଦ୍ରୁ କିସାନ୍, ସହ ସମ୍ପାଦକ -ଅଲେଖ ବେହେରା, ମନୋଜ୍ ସ୍ୱାଇଁ, ଦୀପକ୍ ସାହୁ, କୋଷାଧ୍ୟକ୍ଷ – ପ୍ରଶାନ୍ତ କୁମାର୍ ପାଢ଼ୀ, ପରିଚାଳନା ସଂପାଦକ – ମାନସ୍ ସାହୁ, ପ୍ରମୋଦ ଖୁଣ୍ଟିଆ, ସୁଶାନ୍ତ ମାଝୀ, କଲ୍ୟାଣ ମୁଖାର୍ଜୀ, ସୁଶାନ୍ତ ନାୟକ, ମହେଶ୍ୱର ପାତ୍ର, ମନୁ ମହତୋ, ଶଙ୍କର ଏକା, ସୁଜିତ୍ ରାହା, ଦୀପକ୍ ଟପୋ, କିଶୋର ଏକା, ରତିକାନ୍ତ ଜେନା, ସୁଶାନ୍ତ ସେନାପତି, ଅକ୍ଷୟ କୁଅଁର, ରାଜକୁମାର ଏକା, ସୁନୀଲ କଇଁଥା, ବିନୋଦ ପ୍ରଧାନ, ଦିଲ୍ଲୀପ ରାଣା ପ୍ରମୂଖ ଯୋଗ ଦେଇଥିଲେ ।

jittmm
Leave A Reply

Your email address will not be published.