ଲାଂଚ ନେଉଥିବା ବେଳେ ଭିଜିଲାନ୍ସ ହାତରେ ଧରା ପଡ଼ିଲେ ବଲାଙ୍ଗିର ଜିଓଲୋଜିଷ୍ଟ ଲାଂଚୁଆ ବାବୁ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଲାଂଚ ନେଉଥିବା ବେଳେ ଭିଜିଲାନ୍ସ ହାତରେ ଧରା ପଡ଼ିଲେ ବଲାଙ୍ଗିର ଜିଓଲୋଜିଷ୍ଟ ଲାଂଚୁଆ ବାବୁ । ଲାଂଚ ନେଇ ଧରାପଡ଼ିଗଲେ ଜିଓଲୋଜିଷ୍ଟ । ବିଲ୍‌ କରେଇବା ପାଇଁ ଚାଳିଶ ହଜାର ଟଙ୍କା ଲାଂଚ ନେଇ ଧରାପଡ଼ିଛନ୍ତି ବଲାଙ୍ଗିର ଭୁତଳ ଜଳ ଉନ୍ନୟନ ଖଣ୍ଡର ଜିଓଲୋଜିଷ୍ଟ ଅସୀମ ଅଂଶୁମାନ ନାୟକ । ସମ୍ବଲପୁରର ତପନ ମହାନ୍ତି ନାମକ ଜଣେ ହିତାଧିକାରୀଙ୍କୁ ଜଳ ସଂରକ୍ଷଣ ପ୍ରକଳ୍ପର ବିଲ୍‌ ପାଇଁ ଚାଲିଶ ହଜାର ଟଙ୍କା ଲାଂଚ ମାଗିଥିଲେ ଜିଓଲୋଜିଷ୍ଟ ବାବୁ । ଏନେଇ ତପନ ଭିଜିଲାନ୍ସ ବିଭାଗର ଦ୍ୱାରସ୍ଥ ହୋଇଥିଲେ । ପୂର୍ବ ଯୋଜନା ମୁତାବକ ଆଜି ଅଫିସରେ ଲାଂଚ ନେଉଥିବା ସମୟରେ ମାଡି ବସିଲା ଭିଜିଲାନ୍ସ ବିଭାଗ । ବଲାଙ୍ଗିର, ବରଗଡ଼, ସମ୍ବଲପୁରର ଭିଜିଲାନ୍ସ ଟିମ୍‌ ମିଳିତ ଭାବରେ ଚଢ଼ଉ କରିଥିବା ସୂଚନା ମିଳିଛି । ଲାଂଚୁଆ ବାବୁଙ୍କ ବଲାଙ୍ଗିର ଅଫିସ ସହ ସୂର୍ଯ୍ୟନଗର ଭଡା ଘର ଏବଂ ସମ୍ବଲପୁର ଘରେ ଚଢ଼ଉ ଜାରି ରହିଛି । ଭଡା ଘର ଭିତରୁ ଭିଜିଲାନ୍ସ ବିଭାଗ ନଗଦ ୧ ଲକ୍ଷ ୬୮ ହଜାର ଟଙ୍କା ଜବତ କରିଥିବା ମଧ୍ୟ କୁହାଯାଉଛି । କିନ୍ତୁ ଲାଂଚୁଆ ଜିଓଲୋଜିଷ୍ଟ ଅସୀମ ବାବୁ କେତେ ସଂପତ୍ତି ଠୁଳ କରିଛନ୍ତି, ସଂପୂର୍ଣ୍ଣ ତଥ୍ୟ ଏଯାବତ୍‌ ମିଳିନାହିଁ । ପରବର୍ତ୍ତୀ ସମୟରେ ଜଣାପଡ଼ିବ ବୋଲି କୁହାଯାଉଛି ।

Leave A Reply

Your email address will not be published.