ବିବେକାନନ୍ଦ ପଟେଲଙ୍କ ଦେହାନ୍ତ

ଆଗଲପୁର, (ସୁଶିଳ କୁମାର ମିଶ୍ର) : ଆଗଲପୁର ବ୍ଲକ ରୋତ୍ ଗ୍ରାମର ବିବେକାନନ୍ଦ ପଟେଲଙ୍କ ୫୬ ବର୍ଷ ବୟସରେ ଗତକାଲି ପରଲୋକ ହୋଇଯାଇଛି । ସେ ଜଣେ କର୍ତ୍ତବ୍ୟ ପରାୟଣ ପଶୁଧନ ନୀରିକ୍ଷକ ଭାବେ ନିଷ୍ଠାପର ସହିତ ନିଜର ଦାୟିତ୍ଵ ନିର୍ବାହ କରି ଆସୁଥିଲେ । କରୋନା ମହାମାରୀ ସମୟରେ ସେ ଯକୃତ କର୍କଟ ରୋଗରେ ଆକ୍ରାନ୍ତ ହେବା ପରେ ମଧ୍ୟ ନିଜ କର୍ତ୍ୟବ୍ୟରେ କେବେ ହେଲା କରି ନଥିଲେ । ସ୍ଥାନୀୟ ଚାଷୀଙ୍କ ମହଲରେ ସେ ସୁପରିଚିତ ହେବା ସହିତ ଲୋକପ୍ରିୟ ହୋଇ ପାରିଥିଲେ । ଶେଷ ଶଯ୍ୟା ନିକଟରେ ତାଙ୍କର ସମୁଦୀ ତଥା ଆଇନଜୀବୀ ଚିନ୍ତାମଣି ରାଉତ, ଅନ୍ତରଙ୍ଗ ବାଲ୍ୟବନ୍ଧୁ ଧନଞ୍ଜୟ ମେହେରଙ୍କ ସମେତ ପରିବାର ସଦସ୍ୟ ତଥା ଆତ୍ମୀୟ ସ୍ୱଜନ ଉପସ୍ଥିତ ଥିଲେ । ଏକମାତ୍ର ପୁଅ ବିଜୟ ପଟେଲ ମୁଖାଗ୍ନି ଦେଇଥିଲେ । ତାଙ୍କର ଅକାଳ ବିୟୋଗରେ ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା ଖେଳି ଯାଇଛି ।

Leave A Reply

Your email address will not be published.