ବିଲେଇସର୍ଡାରେ ଡାକ ମେଳା ଅନୁଷ୍ଠିତ

ବଲାଙ୍ଗିର, (କେପିଏନ୍‌ଏସ୍‌) : ପୁଇଁନ୍ତଳା ବ୍ଲକ ଅନ୍ତର୍ଗତ ବିଲେଇସର୍ଡା ଡାକ ଘର ପରିସରରେ ଡାକ ମେଳା ଅନୁଷ୍ଠିତ ହୋଇଯାଇଛି । ବଲାଙ୍ଗିର ଉପଖଣ୍ଡ ଡାକ ଅଧିକ୍ଷକ ଦେବପ୍ରସାଦ ଶତପଥୀ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଏହି କାର୍ଯ୍ୟକ୍ରମକୁ ଉଦ୍‌ଘାଟନ କରିଥିଲେ । ଡାକ ଘର ସବୁ ସମୟରେ ଗ୍ରାହକ ମାନଙ୍କ ସହ ଉତ୍ତମ ସମ୍ପର୍କ ଗଢି ତୋଳିବା ସହ ସେମାନଙ୍କ ସେବାରେ ତତ୍ପର ରହିଛି ଓ ଡାକବାଲାର ଚିଠି ଆତ୍ମୀୟ ମିଳନର ପ୍ରତୀକ ବୋଲି ଶ୍ରୀ ଶତପଥୀ ନିଜ ଅଭିଭାଷଣରେ କହିଥିଲେ । କାର୍ଯ୍ୟକ୍ରମରେ ସହକାରୀ ଡାକ ଅଧିକ୍ଷକ ମାନଭଞ୍ଜନ ନାଏକ, ଇଣ୍ଡିଆ ପୋଷ୍ଟ ପେମେଣ୍ଟ ବ୍ୟାଙ୍କର ବରିଷ୍ଠ ପରିଚାଳକ ଚନ୍ଦନ ଦାଶ, ପିଲ୍‌ଏଆଇ ଡେଭଲପ୍‌ମେଣ୍ଟ ଅଫିସର ଅଭିଳାଷ ପଣ୍ଡା, ଓଭର୍‌ସିଅର୍‌ ସୁଶାନ୍ତ ମୁଣ୍ଡା ଡାକ ଘରର ବିିଭିନ୍ନ ସେବା ଓ ଯୋଜନା ସମ୍ପର୍କରେ ବିସ୍ତୃତ ଭାବରେ ବୁଝାଇଥିଲେ । ସ୍ଥାନୀୟ ସରପଞ୍ଚ ସୁଶାନ୍ତ ଛତ୍ରିଆ, ବିଲେଇସର୍ଡା ବିଦ୍ୟାଳୟର ପ୍ରଧାନ ଶିକ୍ଷକ ସ୍ୱାଧିନ ସାହୁ ଓ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଖେଳ ଶିକ୍ଷକ ମିତ୍ରଭାନୁ ବିଶ୍ୱାଳ ମଞ୍ଚାସୀନ ଥିଲେ । କାର୍ଯ୍ୟକ୍ରମର ସଞ୍ଚାଳନ ଓଭର୍‌ସିଅର୍‌ ସରୋଜ ପ୍ରଧାନ କରିଥିବା ବେଳେ ଧନ୍ୟବାଦ ଦେଇଥିଲେ ପୋଷ୍ଟମାଷ୍ଟର ସଞ୍ଜୀବ ସାହୁ । କାର୍ଯ୍ୟକ୍ରମରେ ଗ୍ରାମବାସୀ, ଅଙ୍ଗନୱାଡି କର୍ମୀ, ଆଶାକର୍ମୀ, ସ୍ଥାନୀୟ ବିଦ୍ୟାଳୟର ଛାତ୍ରଛାତ୍ରୀମାନେ ଯୋଗ ଦେଇଥିଲେ ।

Leave A Reply

Your email address will not be published.