ନର୍ଲା ରୋଡ୍‌ରେ ଏନ୍‌ଫୋର୍ସମେଣ୍ଟ ଟିମ୍ ପକ୍ଷରୁ ଚଢାଉ

କଳାହାଣ୍ଡି, (ଶୁଭେନ୍ଦୁ କୁମାର ପଣ୍ଡା) : ଜିଲ୍ଲା ନର୍ଲା ରୋଡ଼ରେ ଏନ୍‌ଫୋର୍ସମେଣ୍ଟ ଟିମ୍‌ର ଚଢ଼ାଉ ଚାଲିଛି । ନର୍ଲା ରୋଡ୍‌ର ବ୍ୟବସାୟୀ ମୁକେଶ କୁମାର ଅଗ୍ରୱାଲଙ୍କ ବାସ ଭବନ ଓ ଗୋଦାମ ଗୃହ ଠାରେ ଭବାନୀପାଟଣା ଏନ୍‌ଫୋର୍ସମେଣ୍ଟ ଟିମ୍ ପକ୍ଷରୁ ଚଢାଉ ଜାରି ରହିଛି । ସୂଚନା ମୁତାବକ ମଙ୍ଗଳବାର ମଧ୍ୟାହ୍ନରେ କଳାହାଣ୍ଡି ଜିଲ୍ଲା ନର୍ଲା ବ୍ଲକ ସ୍ଥିତ ନର୍ଲା ରୋଡ୍‌ ଠାରେ ମୁକେଶ କୁମାର ଅଗ୍ରୱାଲ ନାମକ ଜଣେ ବ୍ୟବସାୟୀଙ୍କ ବାସ ଭବନ ଓ ଗୋଦାମ ଗୃହ ଠାରେ କଳାହାଣ୍ଡି ଏନ୍‌ଫୋର୍ସମେଣ୍ଟ ଟିମ୍ ପକ୍ଷରୁ ଚଢାଉ କରାଯାଇଛି । ବ୍ୟବସାୟୀ ଅଗ୍ରୱାଲଙ୍କ ଜୟ ଲକ୍ଷ୍ମୀ ଷ୍ଟୋର୍‌ ଗୋଦାମ ଗୃହ ଠାରେ ଲୁହା ଛଡ଼, ସିମେଣ୍ଟ, ଆଜ୍‌ବେଷ୍ଟ୍, ଲୁହା ପାଇପ୍ ଭଳି ଅନ୍ୟାନ୍ୟ ଉପକରଣ ବ୍ୟବସାୟ କରି ସରକାରଙ୍କୁ ଜିଏସ୍‌ଟି ଫାଙ୍କୁଥିବା ଅଭିଯୋଗ କ୍ରମେ ଚଢ଼ଉ କରାଯାଇଥିବା ଚର୍ଚ୍ଚା ହେଉଛି । ବିଭାଗୀୟ ଅଧିକାରୀ ମାନଙ୍କ ପ୍ରତିକ୍ରିୟା ମିଳିପାରିନାହିଁ ।

Leave A Reply

Your email address will not be published.