oom

ପାଇକମାଲ ବ୍ଲକ ପରିସରରେ ଅନୁପ୍ରବେଶକାରୀ ବିତାଡିତ କରିବାକୁ ଥାନା ଅଧିକାରୀ ଓ ବିଡ଼ିଓଙ୍କୁ ଦାବିପତ୍ର ପ୍ରଦାନ

jsmm

ପଦ୍ମପୁର, (ନିରୋଜ କୁମାର ପାଣୀ) : ବରଗଡ଼ ଜିଲ୍ଲା ପଦ୍ମପୁର ଉପଖଣ୍ଡ ପାଇକମାଲ ବ୍ଲକ ଅଞ୍ଚଳ ପରିସରରେ ଅଣଉପଚାରିକ ଭାବରେ ଦୀର୍ଘ ଦିନ ଧରି ବସବାସ କରୁଥିବା ଅଭିଯୋଗ ହୋଇଛି । ଦିନକୁ ଦିନ ଏମାନଙ୍କ ସଂଖ୍ୟାରେ ବୃଦ୍ଧି ପାଉଥିବା ବେଳେ ପାଇକମାଲ ତଥା ପଶ୍ଚିମ ଓଡ଼ିଶାର ନୃସିଂହନାଥ ପର୍ଯ୍ୟଟନ ସ୍ଥଳୀ ଶାନ୍ତି ଶୃଙ୍ଖଳାରେ ଅଞ୍ଚଳବାସୀ ବସବାସ କରନ୍ତି । ହେଲେ କେତେ ଦିନ ହେଲାଣି ହଜାର ହଜାର ସଂଖ୍ୟାରେ ଅନୁପ୍ରବେଶକାରୀ ମାନେ ଅଞ୍ଚଳକୁ ପ୍ରବେଶ କରି ପାଇକମାଲ ଓ ଗାଁ ଗୁଡ଼ିକର ବିଭିନ୍ନ ସ୍ଥାନରେ ବ୍ୟବସାୟୀ ନାମରେ ବସବାସ କରିଆସୁଛନ୍ତି । ବାଙ୍ଗଲାଦେଶୀ ଶରଣାର୍ଥୀ ଅନୁପ୍ରବେଶକାରୀଙ୍କ ଅଣଉପଚାରିକ ଉପସ୍ଥିତି ଯୋଗୁଁ ଅଞ୍ଚଳରେ ଆଗାମୀ ଦିନରେ ଭୟାନକ ସାମାଜିକ ଓ ରାଜନୈତିକ ସଂକଟ ସୃଷ୍ଟି କରିବା ସହ ବିଭିନ୍ନ ସ୍ଥାନରେ ଅନୁପ୍ରବେଶକାରୀ ଆଡ୍ଡା ଜମାଇଛନ୍ତି । ଏମାନଙ୍କର ଅନୁପ୍ରବେଶକାରୀକୁ ସମ୍ପୂର୍ଣ୍ଣ ବନ୍ଦ କରିବା ଦାବି ନେଇ ଆଜି ପାଇକମାଲ ଗ୍ରାମବାସୀଙ୍କ ପକ୍ଷରୁ ଏକ ଦାବିପତ୍ର ଥାନା ଅଧିକାରୀ ସୁଶାନ୍ତ କୁମାର ପ୍ରଧାନ ଓ ବିଡ଼ିଓ ପ୍ରଫୁଲ୍ଲ କୁମାର ଓଦୁଙ୍କୁ ପ୍ରଦାନ କରାଯାଇଛି । ଅଭିଯୋଗ ଅନୁଯାୟୀ ଅନୁପ୍ରବେଶକାରୀ ମାନଙ୍କ ବିଧିବଦ୍ଧ ତଦନ୍ତ କରିବା ସହ ବ୍ଲକ ପରିସରରେ ରହୁଥିବା ଅନୁପ୍ରବେଶକାରୀଙ୍କୁ ଶୀଘ୍ର ବିତାଡିତ କରିବାକୁ ଗ୍ରାମବାସୀ ଦାବି କରିଛନ୍ତି । ଦାବିପତ୍ର ପ୍ରଦାନ ସମୟରେ ଗୋବର୍ଦ୍ଧନ ଅଗ୍ରୱାଲ, ସରୋଜ ସାମଲ, ଜିଲ୍ଲା ପରିଷଦ ସଭ୍ୟା ତ୍ରିପୁରା ବରିହା, ସୁଶାନ୍ତ ନାଗ, ରୋଶନ ପାଣିଗ୍ରାହୀ, ଯୋଗେନ୍ଦ୍ର ଭୋଇ, କୈଲାସ ଦିଶ୍ରୀ, ପୁରନ୍ଦର ସାହୁ, ଅଜିତ ସାହୁ, ପୁରୁଷୋତ୍ତମ ନାଏକ, ନରୋତ୍ତମ ଦାସ, ସତ୍ୟନାରାୟଣ ବେହେରା, ଏମ୍‌ଡି ରାଜା, ପଦ୍ମଲୋଚନ ବେରିଆଙ୍କ ସହ ଅନ୍ୟମାନେ ଉପସ୍ଥିତ ଥିଲେ ।

jittmm
Leave A Reply

Your email address will not be published.