ଗନ୍ଧରାବନ୍ଧ ଚାରା ଉତ୍ପାଦନ କେନ୍ଦ୍ରରେ କୋଶଳ ଯୁବ ଶକ୍ତି ସଂଗଠନ ପକ୍ଷରୁ ସାମ୍ବାଦିକଙ୍କୁ ସ୍ଵାଗତ ସମ୍ଵର୍ଦ୍ଧନା

ବଙ୍ଗୋମୁଣ୍ଡା, (ଅର୍ଜୁନ କୁମାର ହଂସ) : ବଲାଙ୍ଗିର ଜିଲ୍ଲା ବଙ୍ଗୋମୁଣ୍ଡା କୋଶଲ ଯୁବ ଶକ୍ତି ସଂଗଠନ ପକ୍ଷରୁ ଅର୍ଗସ ନ୍ୟୁଜ୍‌ କଣ୍ଟାବାଞ୍ଜି ପ୍ରତିନିଧି ତଥା ବଙ୍ଗୋମୁଣ୍ଡା ବ୍ଲକ ସାମ୍ବାଦିକ ସଂଘର ସମ୍ପାଦକ ହୁଲେଶ୍ଵର ହଂସଙ୍କୁ ସ୍ଵାଗତ ସମ୍ଵର୍ଦ୍ଧନା ପ୍ରଦାନ କରାଯାଇଥିଲା । ଭୁବନେଶ୍ୱର ସିମ୍ ଫୋନି ମଲ ଠାରେ ଆୟୋଜିତ ଅର୍ଗସ ନ୍ୟୁଜ୍‌ର ତୃତୀୟ ବାର୍ଷିକ ଉତ୍ସବରେ ହୁଲେଶ୍ଵର ହଂସଙ୍କୁ ବେଷ୍ଟ ରିପୋର୍ଟର୍ ଭାବେ ସମ୍ବର୍ଦ୍ଧିତ କରାଯାଇଥିଲା । କୋଶଲ ଯୁବ ଶକ୍ତି ସଂଗଠନର ସଭାପତି କେଦାର ଭୋଇଙ୍କ ସଭାପତିତ୍ୱରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ଉପଢୌକନ ଏବଂ ପୁଷ୍ପମାଲ୍ୟ ଦେଇ ସମ୍ଵର୍ଦ୍ଧନା ପ୍ରଦାନ କରାଯାଇଥିଲା । ଅଞ୍ଚଳର ବିଭିନ୍ନ ସ୍ଥାନକୁ ଯାଇ ସମସ୍ୟା ଲୋକ ଲୋଚନକୁ ଆଣିବା ସହ ପ୍ରଶାସନ ନିକଟରେ ପହଞ୍ଚାଇ ଥାନ୍ତି । ଛୋଟିଆ ଗାଁରୁ ଯାଇ କିଛି ବର୍ଷ ହେବ କଣ୍ଟାବାଞ୍ଜି ନିର୍ବାଚନ ମଣ୍ଡଳୀର ଅର୍ଗସ ପ୍ରତିନିଧି ଭାବରେ କାର୍ଯ୍ୟକରି ଅଞ୍ଚଳର ବିଭିନ୍ନ ସମସ୍ୟା ପହଞ୍ଚାଇବାରେ ଗୁରୁ ଦାୟିତ୍ୱ ନେଇଥିବା ବେଳେ ଆଗକୁ ଆହୁରି ଶାଣିତ ହେଉ ବୋଲି ମତବ୍ୟକ୍ତ କରିଥିଲେ । ଏହି କାର୍ଯ୍ୟକ୍ରମରେ କୋଶଲ ଯୁବ ଶକ୍ତି ବଙ୍ଗୋମୁଣ୍ଡା ବ୍ଲକ ସଭାପତି କେଦାର ଭୋଇ, ସହ ସମ୍ପାଦକ ନୀଳକଣ୍ଠ ବାରିକ, ବରିଷ୍ଠ ସଦସ୍ୟ ରାଜୁ ହାତୀ, ଦ୍ରୋପଦ ବାରିକ, ବଂଶୀଧର ବାଗ ପ୍ରମୁଖ ଉପସ୍ଥିତ ଥିଲେ ।

Leave A Reply

Your email address will not be published.