ଜାତୀୟ ହସ୍ତତନ୍ତ ଦିବସରେ ଶିକ୍ଷକଙ୍କ ଅଭନବ ପ୍ରୟାସ

ବରଗଡ, (ନିରୋଜ କୁମାର ପାଣୀ) : ଅଗଷ୍ଟ ୭ ତାରିଖକୁ ଜାତୀୟ ହସ୍ତତନ୍ତ ଦିବସ ଭାବରେ ପାଳନ କରାଯାଏ । ଏହି ଅବସରରେ କୁନୀ କୁନୀ ଛାତ୍ରଛାତ୍ରୀଙ୍କୁ ହସ୍ତତନ୍ତ ବିଷୟରେ ଧାରଣା ଦେବା ପାଇଁ ହସ୍ତତନ୍ତ ପରିବାରକୁ ପରିଦର୍ଶନ କାର୍ଯ୍ୟକ୍ରମ କରାଯାଇଥିଲା । ସୋହେଲା ବ୍ଲକ ଅନ୍ତର୍ଗତ କନଗାଁ କ୍ଲଷ୍ଟରର ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ, ବେହେରାପାଲିର କୁନୀ କୁନୀ ଛାତ୍ରଛାତ୍ରୀଙ୍କୁ ନିକଟସ୍ଥ ଏକ ବୁଣାକାର ପରିବାରକୁ ନିଆଯାଇଥିଲା । ସେଠାରେ ଛାତ୍ରଛାତ୍ରୀ ମାନେ ସୁତାରୁ କିପରି ବସ୍ତ୍ର ତିଆରି ହେଉଛି ତାହାର ପ୍ରତ୍ୟକ୍ଷ ପର୍ଯ୍ୟବେକ୍ଷଣ କରିଥିଲେ । ବୁଣାକାର ଧନେଶ୍ଵର ମେହେର ଏବଂ ତାଙ୍କ ସ୍ତ୍ରୀ ଛାତ୍ରଛାତ୍ରୀଙ୍କୁ କପଡ଼ା ବୁଣାର ବିଭିନ୍ନ ଧାରଣା ଦେଇଥିଲେ । ପ୍ରଧାନ ଶିକ୍ଷୟିତ୍ରୀ ବିଜୟା ମଗ୍ରୀ, ଶିକ୍ଷକ ପ୍ରଦୀପ କୁମାର ସାହୁ, ଦେବକୀ ତାଣ୍ଡି, ବୃନ୍ଦାବତୀ ମେହେର, ଜତୀନ୍ଦ୍ର ସାହୁ ପ୍ରମୁଖ ଉପସ୍ଥିତ ଥିଲେ । କନଗାଁ ସିଆର୍‌ସିସି କେଦାରନାଥ ସାହୁ ଜାତୀୟ ହସ୍ତତନ୍ତ ଦିବସ ବିଷୟରେ ଛାତ୍ରଛାତ୍ରୀଙ୍କୁ ମାର୍ଗଦର୍ଶନ କରିଥିଲେ ।

Leave A Reply

Your email address will not be published.