ବର୍ଷାପାଣି ଘେରରେ ବିଦ୍ୟାଳୟ : ସ୍କୁଲ ଛୁଟି ଘୋଷଣା କଲେ କର୍ତ୍ତୃପକ୍ଷ

ଲୋଇସିଂହା, (ବିମଳେନ୍ଦୁ ସାହୁ) : ଗତ କିଛିଦିନ ଧରି ଲଗାଣ ବର୍ଷାରେ ସାଧାରଣ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡିଛି । ଅନେକ ତଳିଆ ସ୍ଥାନ ଜଳମଗ୍ନ ହୋଇଥିବା ବେଳେ ବିଦ୍ୟାଳୟ ଗୁଡ଼ିକ ମଧ୍ୟ ଏଥିରୁ ବାଦ୍ ପଡ଼ିନାହିଁ । ଲୋଇସିଂହା ବ୍ଲକ ବୁର୍ଡା ତଳିପଡ଼ା ସ୍ଥିତ ସରକାରୀ ପ୍ରାଥମିକ ବିଦ୍ୟାଳୟ ପରିସରରେ ଆଣ୍ଠୁଏ ପାଣି ଜମି ରହିବା ସହିତ ଶ୍ରେଣୀ କୋଠରୀ ଭିତରକୁ ବର୍ଷାପାଣି ପଶିଥିବା ଦେଖିବାକୁ ମିଳିଛି । ପ୍ରାୟ ୭୦ରୁ ଅଧିକ ଛାତ୍ରଛାତ୍ରୀ ପାଠ ପଢୁଥିବା ଏହି ବିଦ୍ୟାଳୟରେ ବୁଧବାର ବର୍ଷାପାଣି ପଶିବା ଯୋଗୁଁ ଛାତ୍ରଛାତ୍ରୀ ପାଠ ପଢିବାରେ ଅସୁବିଧାର ସମ୍ମୁଖିନ ହୋଇଥିଲେ । ଏନେଇ ପ୍ରଧାନ ଶିକ୍ଷୟିତ୍ରୀ ନିର୍ମଳା ବାଗ ସ୍ଥାନୀୟ ସରପଞ୍ଚ, ଅଭିଭାବକ, ପରିଚାଳନା କମିଟି ତଥା ବିଭାଗୀୟ ଅଧିକାରୀଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ । ପରେ ଆଜି ଦିନକ ପାଇଁ ସ୍କୁଲ ଛୁଟି ଘୋଷଣା କରିଥିବା ଜଣାଯାଇଛି ।

Leave A Reply

Your email address will not be published.