jayashree

କରୋନା ଟିକାକରଣର ଦ୍ବିତୀୟ ପର୍ୟ୍ୟାୟ ଅଭ୍ୟାସ କାର୍ଯ୍ୟକ୍ରମ ବୀରମହାରାଜପୁର ଠାରେ ଅନୁଷ୍ଠିତ ହୋଇଯାଇଛି

ସୁବର୍ଣ୍ଣପୁର ( ପ୍ରଭୁଦତ୍ତ ରଥ ) : କରୋନା ଟିକାକରଣ ପାଇଁ ସୁବର୍ଣ୍ଣପୁର ଜିଲ୍ଲା ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ଦ୍ବିତୀୟ ପର୍ୟ୍ୟାୟ ଅଭ୍ୟାସ କାର୍ୟ୍ୟକ୍ରମ ବୀରମହାରାଜପୁର ଠାରେ ଅନୁଷ୍ଠିତ ହୋଇଯାଇଛି । ଆଗାମୀ ଦିନରେ ବୀରମହାରାଜପୁର ଉପଖଣ୍ଡରେ କିପରି ବ୍ୟବସ୍ଥିତ ଭାବେ ଗଣ ଟିକାଦାନ କାର୍ୟ୍ୟକୁ ସଫଳତା ସହ କରାଯାଇ ପାରିବ ସେ ଉପରେ ଏହି ଡ୍ରାଏ ରନ୍ ର ଡେମୋ ବା ଅଭ୍ୟାସ ନମୂନା ପ୍ରଦର୍ଶନ କରାଯାଇଥିଲା । ଉପଖଣ୍ଡ ଚିକିତ୍ସାଳୟ ପରିସରର ଏକ ପ୍ରକୋଷ୍ଠରେ କୋଭିଡ୍ ଟୀକାକରଣ ପ୍ରକ୍ରିୟାକୁ ଭାରତ ସରକାରଙ୍କ ଗାଇଡଲାଇନ୍ ହିସାବରେ ସ୍ବାସ୍ଥ୍ୟକର୍ମୀ ଓ ଆଶାକର୍ମୀଙ୍କୁ ନେଇ ଅଭ୍ୟାସ କରାଯାଇଥିଲା । ପ୍ରାଥମିକ ପର୍ୟ୍ୟାୟରେ ସ୍ବାସ୍ଥ୍ୟକର୍ମୀଙ୍କ ସହ କରୋନାଯୋଦ୍ଧାଙ୍କୁ ଟିକାକରଣ କରାଯିବାକୁ ଥିବାରୁ ୨୫ଜଣ ସ୍ବାସ୍ଥ୍ୟକର୍ମୀଙ୍କୁ ନେଇ ଏହି ଡ୍ରାଏ ରନ୍ ଅଭ୍ୟାସ ହୋଇଥିଲା । ଡିପିଏଚଓ ତଥା ଜିଲ୍ଲା କୋଭିଡ୍ ଇନଚାର୍ଜ ଡା.ରମେଶଚନ୍ଦ୍ର ସ୍ବାଇଁଙ୍କ ପରିଚାଳନାରେ ଅନୁଷ୍ଠିତ ଏହି କାର୍ୟ୍ୟକ୍ରମକୁ ସ୍ଥାନୀୟ ବିଡିଓ ମୋତିଲାଲ ସୁଲିଆ ଓ ଏସଡିଏମଓ ଡା.ସଞୟ କୁମାର ମହାପାତ୍ର ମିଳିତଭାବେ ଉଦଘାଟନ କରିବା ସହ ଡ୍ରାଏ ରନ୍ ବ୍ୟବସ୍ଥାର ଅଭ୍ୟାସ ପ୍ରକ୍ରିୟାକୁ ଦେଖିଥିଲେ । ଆଗାମୀ ଦିନରେ ହେବାକୁଥିବା କୋଭିଡ ଟିକାକରଣରେ ଏହି ଅଭ୍ୟାସ ଆମର କାର୍ୟ୍ୟକୁ ସଫଳତା ସହ କରିବାକୁ ପ୍ରେରଣାଦାୟୀ ହୋଇପାରିଛି ବୋଲି ଜିଲ୍ଲା ସ୍ବାସ୍ଥ୍ୟ ବିଭାଗର ଡିପିଏଚଓ ଡା.ରମେଶଚନ୍ଦ୍ର ସ୍ବାଇଁ କହିଛନ୍ତି ।

Leave A Reply

Your email address will not be published.