ଧର୍ମପରାୟଣା ମହିଳାଙ୍କ ପରଲୋକ

ବରଗଡ଼, (ନିରୋଜ କୁମାର ପାଣୀ) : ବରଗଡ଼ ସହର ସ୍ଥିତ ସହରାପଡା (ୱାର୍ଡ ନମ୍ବର ୫)ରେ ରହୁଥିବା ଧର୍ମପରାୟଣା ମହିଳା ଶ୍ରୀମତୀ ଦମୟନ୍ତୀ ଅଦାବର (୮୩)ଙ୍କ ସୋମବାର ବିଳମ୍ବିତ ରାତିରେ ପରଲୋକ ଘଟିଛି । ତାଙ୍କ ମୃତ୍ୟୁ ଖବର ପ୍ରଚାରିତ ହେବାପରେ ପରିଚିତ ମହଲ ତଥା ଆଖପାଖ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି । ପ୍ରକାଶ ଥାଉକି ସେ କିଛିଦିନ ହେବ ବାର୍ଦ୍ଧକ୍ୟ ଜନିତ ରୋଗରେ ପୀଡ଼ିତ ଥିବାବେଳେ ଏକ ଘରୋଇ ଡାକ୍ତରଖାନାରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ବରଣ ହୋଇଯାଇଛି । ସେ ବିଶିଷ୍ଟ ସମାଜବାଦୀ ନେତା କିଶନ ପଟ୍ଟନାୟକଙ୍କ ଘନିଷ୍ଠ ସହଯୋଗୀ ସ୍ୱର୍ଗତ ନାଭି ଅଦାବରଙ୍କ ପତ୍ନୀ ତଥା ବରଗଡ଼ ପୌର ପରିଷଦର ପୂର୍ବତନ ଉପ-ନଗରପାଳ ଏବଂ ବରଗଡ଼ ଓକିଲ ସଂଘର ପୂର୍ବତନ ସଭାପତି ସ୍ୱର୍ଗତ ଶ୍ୟାମସୁନ୍ଦର ଅଦାବରଙ୍କ ମା’ ଅଟନ୍ତି । ସେ ଜଣେ ନମ୍ର, ଭଦ୍ର, ମେଳାପୀ, ପରୋପକାରୀ ତଥା ଧର୍ମପରାୟଣା ମହିଳା ଥିଲେ । ଜିରା ନଦୀ କୂଳରେ ଥିବା ବେଣୁବାବା ମଠର ସେ ଜଣେ ସକ୍ରିୟ ସଦସ୍ୟା ଥିବା ସହିତ ବରଗଡ଼ ନଦୀ ପଡ଼ା ସ୍ଥିତ ମାତା ମନ୍ଦିରର ପ୍ରତିଷ୍ଠାତା ଥିଲେ । ତାଙ୍କର ମୃତ୍ୟୁ ବେଳକୁ ୪ ପୁଅ, ଗୋଟିଏ ଝିଅ ଏବଂ ନାତି, ନାତୁଣୀ ଉପସ୍ଥିତ ଥିଲେ । ଆଜି ତାଙ୍କ ଅନ୍ତିମ ସଂସ୍କାର ବରଗଡ ଜିରା ନଦୀ ସ୍ଥିତ ସ୍ଵର୍ଗଦ୍ଵାରରେ ପୁଅ କିଶୋର ଅଦାବର ମୁଖାଗ୍ନି ଦେଇଛନ୍ତି ।

Leave A Reply

Your email address will not be published.