ଗୁଡେଭେଲା ବ୍ଲକସ୍ତରୀୟ କୁଇଜ୍ ପ୍ରତିଯୋଗିତା ଅନୁଷ୍ଠିତ

ଗୁଡ଼ଭେଲା, (କେପିଏନ୍‌ଏସ୍‌) : ରାଷ୍ଟ୍ରୀୟ ଆବିଷ୍କାର ଅଭିଯାନ କାର୍ଯ୍ୟକ୍ରମ ଅନ୍ତର୍ଗତ ଗୁଡେଭେଲା ବ୍ଲକସ୍ତରୀୟ କୁଇଜ୍ ପ୍ରତିଯୋଗିତା ୬ ଅଗଷ୍ଟ ପୂର୍ବାହ୍ନ ୧୦ଟା ସମୟରେ ସରକାରୀ ଉଚ୍ଚ ବିଦ୍ୟାଳୟ ଜାମୁଟ ଠାରେ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମର ଉଦ୍‌ଘାଟନୀ ସଭାରେ ଗୁଡଭେଲା ଗୋଷ୍ଠୀ ଶିକ୍ଷାଧିକାରୀ ରୁଷିଆ ମେହେର ମୁଖ୍ୟ ଅତିଥି ଭାବରେ ଯୋଗଦାନ କରି କାର୍ଯ୍ୟକ୍ରମର ଶୁଭାରମ୍ଭ କରିଥିଲେ । ଅପରାହ୍ନରେ ସ୍ଥାନୀୟ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଉପେନ୍ଦ୍ର ବେହେରାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଉଦ୍‌ଯାପନୀ ସଭାରେ ମୁଖ୍ୟ ଅତିଥି ଭାବରେ ଗୁଡଭେଳା ବ୍ଲକ ଗୋଷ୍ଠୀ ଉନ୍ନୟନ ଅଧିକାରୀ ସୌମ୍ୟକାନ୍ତ ବନଗୋଲା ଯୋଗ ଦେଇଥିବା ବେଳେ ବିଶିଷ୍ଟ ଅତିଥିଭାବେ ଗୋଷ୍ଠୀ ଶିକ୍ଷାଧିକାରୀ ରୁଷିଆ ମେହେର, ସମ୍ମାନିତ ଅତିଥି ଭାବେ ଅତିରିକ୍ତ ଗୋଷ୍ଠୀ ଶିକ୍ଷାଧିକାରୀ ରମେଶ ସାମର୍ଥ ଓ ବିପିନ ବାଗ, ଯାମୁଟ ସରପଞ୍ଚ ଭାବ ସିଂ ମାଝୀ ଯୋଗଦାନ କରିଥିଲେ‌ । ଏହି ପ୍ରତିଯୋଗିତାରେ ଗୁଡ଼ାଭେଲା ବ୍ଲକର ୧୬ଟି ଉଚ୍ଚ ବିଦ୍ୟାଳୟରୁ ୫୪ ଜଣ ଛାତ୍ରଛାତ୍ରୀ ଅଂଶ ଗ୍ରହଣ କରିଥିଲେ । ଏଥିରେ ଗୋପୀନାଥ ଏକାଡେମୀ ବଡଙ୍ଗୋମୁଣ୍ଡାର ଦଶମ ଶ୍ରେଣୀ ଛାତ୍ରୀ ମନିଷା ପ୍ରଧାନ ପ୍ରଥମ ସ୍ଥାନ, ସ୍ୱସ୍ତି ବିଦ୍ୟାପୀଠ ଦେମୁହାନର ଦଶମ ଶ୍ରେଣୀ ଛାତ୍ର ତେଜରାଜ କୁମ୍ଭାର ଓ ଛାତ୍ରୀ ରଚନା କୁମ୍ଭାର ଯଥାକ୍ରମେ ଦ୍ଵିତୀୟ ଓ ତୃତୀୟ ସ୍ଥାନ ଅଧିକାର କରିଥିଲେ । ଆଜିକାର କାର୍ଯ୍ୟକ୍ରମକୁ ଗୁଡଭେଲା ବ୍ଲକର ସମସ୍ତ ସି. ଆର୍‌. ସି. ସି, ଗୋଷ୍ଠୀ ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟର ସମସ୍ତ କର୍ମଚାରୀ ତଥା ଜାମୁଟ ଉଚ୍ଚ ବିଦ୍ୟାଳୟର ସମସ୍ତ ଶିକ୍ଷକ ଓ ଶିକ୍ଷୟତ୍ରୀ ସହଯୋଗ କରିଥିଲେ । ଶେଷରେ ସହକାରୀ ଶିକ୍ଷକ ସତ୍ୟବାନ କୁଅଁର ଧନ୍ୟବାଦ ଅର୍ପଣ କରିଥିଲେ ।

Leave A Reply

Your email address will not be published.