lika

ଖୋଲାନ-ଲିମପଡ଼ା ବ୍ରିଜ୍‌ ପାଖରେ ରାସ୍ତା ଅବରୋଧ କଲେ ଜମି ହରାଇଥିବା ପରିବାରର ସଦସ୍ୟ

gbag

ଟିଟିଲାଗଡ଼, (ସଞ୍ଜୟ କୁମାର ନାୟକ) : ଟିଟିଲାଗଡ଼ ନିକଟସ୍ଥ ଖୋଲାନ-ଲିମପଡ଼ାକୁ ଯୋଗାଯୋଗ କରୁଥିବା ବ୍ରିଜ୍‌ ପାଖରେ ଜମି ହରାଇଥିବା ପରିବାରର ସଦସ୍ୟ ମାନେ ବ୍ରିଜ୍‌ ପୂର୍ବରୁ ରାସ୍ତା କାଟି କଣ୍ଟା ବାଡ ପକାଇ ଦେଇଥିଲେ । ଏହାଦ୍ୱାରା କୁସକେଲା ପଞ୍ଚାୟତ ତଥା କଳାହାଣ୍ଡି ଜିଲ୍ଲାକୁ ଯିବା ଲୋକେ ହଇରାଣ ଦେଖିବାକୁ ମିଳିଥିଲା । ଆଖପାଖ ଗାଁ ଲୋକେ ମଧ୍ୟ ଯିବା ଆସିବା କରିବା ପାଇଁ ଯେତେ ଜାଗା ମାଲିକଙ୍କୁ ଅନୁରୋଧ କଲେ ମଧ୍ୟ ରାସ୍ତା ଛାଡ଼ୁ ନଥିିବା ଦେଖିବାକୁ ମିଳୁଥିଲା । ଖୋଲାନ ସରପଞ୍ଚ ନରେଶ ଅଗ୍ରୱାଲ, କୁସକେଲା ସରପଞ୍ଚଙ୍କ ପ୍ରତିନିଧି ପ୍ରକାଶ ମହାନନ୍ଦ, ଜିଲ୍ଲା ପରିଷଦ ସଦସ୍ୟ ସଞ୍ଜୟ ବେହେରା ବୁଝାସୁଝା କଲା ପରେ ମଧ୍ୟ କ୍ଷତି ପୂରଣ ପାଇ ନଥିବା ଲୋକେ ରାସ୍ତା ଅବରୋଧ କରିବା ସହ ଆମ ଜମି ହରାଇଛୁ, କ୍ଷତି ପୂରଣ ନ ମିଳିଲା ଯାଏଁ ରାସ୍ତା ଅବରୋଧ ଜାରି ରଖିବୁ ବୋଲି କହିଥିଲେ । ବ୍ରିଜ୍‌ର ଉଭୟ ପାର୍ଶ୍ଵରେ ବହୁତ ବାଇକ୍‌, ଚାରି ଚକିଆ ଗାଡି ସବୁ ଜାମ ହୋଇ ରହିଥିବା ବେଳେ ବହୁତ ପଥଚାରୀ ଅଟକ ରହି ହଇରାଣ ହେଉଥିବା ଦେଖିବାକୁ ମିଳିଥିଲା । ଖୋଲାନ – ଲିମ୍ ପଡ଼ା ରାସ୍ତା ଅବରୋଧ ହଟିଲା – ଆରଡି ଜେଇ ପାର ମାଝୀ ଓ ଟିଟିଲାଗଡ଼ ପୋଲିସ ପହଞ୍ଚି ଲୋକଙ୍କୁ ବୁଝାସୁଝା କରିବା ସହ ତାଙ୍କୁ ତାଙ୍କର ଜମି ହରାଇଥିବା ଟଙ୍କା ମିଳିବ ବୋଲି କହିବା ପରେ ରାସ୍ତା ଅବରୋଧ ହଟିଥିଲା

sandip
Leave A Reply

Your email address will not be published.