csstore

ବେଷ୍ଟ ରିପୋର୍ଟର ଆୱାର୍ଡରେ ସମ୍ବର୍ଦ୍ଧିତ ହେଲେ ଅଜିତ

ଟିଟିଲାଗଡ଼, (କେପିଏନ୍‌ଏସ୍‌) : ଭୁବନେଶ୍ୱର ସିମ୍‌ ଫୋନି ମଲ୍‌ ଠାରେ ଅର୍ଗସ ନିୟୁଜର ତୃତୀୟ ବାର୍ଷିକ ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ବେଷ୍ଟ ରିପୋର୍ଟର ଆୱାର୍ଡରେ ବଲାଙ୍ଗିର ଜିଲ୍ଲା ଟିଟିଲାଗଡ଼ ଅର୍ଗସ ପ୍ରତିନିଧି ତଥା ଯୁବ ସମ୍ବାଦିକ ଅଜିତ କୁମାର ସାହୁଙ୍କୁ ଅର୍ଗସ ନିୟୁଜର ମୁଖ୍ୟ ସମ୍ପାଦକ ସଞ୍ଜୟ ଜେନା, ସିଇଓ ପ୍ରକାଶ ସାହୁ, ଏକ୍ସଜୁକୁଟିଭ୍‌ ଏଡିଟର୍‌ ଦୁର୍ଗାଶୀଷ, ଶାନ୍ତି ଭୂଷଣ ମିଶ୍ର ପ୍ରମୁଖଙ୍କ ଉପସ୍ଥିତ ଟ୍ରଫି ପ୍ରଦାନ କରି ସମ୍ମାନିତ କରାଯାଇଥିଲା । ଏହି ସମ୍ମାନରେ ସମ୍ମାନିତ କରାଯାଇ ଥିବା ଯୋଗୁଁ ଶିବାନନ୍ଦ ଦାସ, ବିକାଶ ମହାନ୍ତି, ତରୁଣ ସାହୁ, ସତରୂପା ସାମନ୍ତରାଏ ପ୍ରମୁଖଙ୍କ ଭଲ ପାଇବା ଓ ସହଯୋଗ ଯୋଗୁଁ ଏତେ ସଫଳତାର ବାଟକୁ ପହଁଚି ପାରି ଥିବା ମନେ କରି ଅର୍ଗସ ପରିବାର ସମସ୍ତ ସଦସ୍ୟଙ୍କୁ ଧନ୍ୟବାଦ ଜଣାଇଛନ୍ତି । ବେଷ୍ଟ ରିପୋର୍ଟର ଆୱାର୍ଡରେ ଅଜିତକୁ ସମ୍ବର୍ଦ୍ଧିତ କରାଯାଇ ଥିବା ଖବର ପ୍ରସାରଣ ହେବା ପରେ ଟିଟିଲାଗଡ଼ ନିର୍ବାଚନ ମଣ୍ଡଳୀରୁ ଶୁଭେଚ୍ଛାର ସୁଅ ଛୁଟୁଛି ।

jayashree
Leave A Reply

Your email address will not be published.