ସାୱନ ଲାୟନ୍ସ ବୋଲ୍‌ବମ୍ ଯାତ୍ରା

ରାଉରକେଲା, (ସସ୍ମିତା ପ୍ରଧାନ) : ମହିଳା ମାନଙ୍କ ପାଇଁ ଉଦ୍ଧିଷ୍ଟ ସଂଗଠନ ଲେଡି ଲାୟନ, ସୁର ସଂଗମ ଓ କନକ ଇଭେଣ୍ଟର ମିଳିତ ଆନୁକୂଲ୍ୟରେ ରାଉରକେଲା ସେକ୍ଟର ୩ ଜଗନ୍ନାଥ ମନ୍ଦିର ଠାରୁ ବେଦବ୍ୟାସ ପର୍ଯ୍ୟନ୍ତ ବୋଲ୍‌ବମ୍ ସଂଗୀତ ଭିତ୍ତିକ ଯାତ୍ରା ଅନୁଷ୍ଠିତ ହୋଇଯାଇଛି । ଉଭୟ ଅନୁଷ୍ଠାନର ମୁଖ୍ୟ ବନ୍ଦିତା ମହନ୍ତ ଓ ସ୍ୱର୍ଣ୍ଣ ପଲେଇଙ୍କ ପ୍ରତ୍ୟକ୍ଷ ତତ୍ତ୍ଵାବଧାନରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ରଘୁନାଥପାଲି ବିଧାୟକ ଦୁର୍ଗାଚରଣ ତନ୍ତୀ ମୁଖ୍ୟ ଅତିଥି ଭାବେ ଯୋଗଦେଇ କାର୍ଯ୍ୟକ୍ରମକୁ ଉଦ୍‌ଘାଟନ କରିବା ସହ ଏହା ଏକ ଅନନ୍ୟ ଓ ମହିଳା ମାନଙ୍କ ମଧ୍ୟରେ ଜାଗରଣ ସୃଷ୍ଟି କରିବ ବୋଲି ମତ ରଖିଥିଲେ । ଏ‌ହି କାର୍ଯ୍ୟକ୍ରମରେ ମାଣିକ ଫାଉଣ୍ଡେସନ୍‌ ଓ ଏକତା ଫାଉଣ୍ଡେସନ୍‌ର ଶତାଧିକ ମହିଳା ଯୋଗଦେଇ ସେକ୍ଟର ୩ ସ୍ଥିତ ମନ୍ଦିର ପ୍ରାଙ୍ଗଣରୁ ସଂଗୀତ ଓ ନୃତ୍ୟର ତାଳେତାଳେ ବେଦବ୍ୟାସ ପର୍ଯ୍ୟନ୍ତ ଯାତ୍ରା କରିଥିଲେ । ସେକ୍ଟର ୨ ବିଜୁ ପଟ୍ଟନାୟକ ଛକରୁ ବେଦବ୍ୟାସ ପର୍ଯ୍ୟନ୍ତ ଥିବା ପ୍ରତ୍ୟେକ ଛକରେ ଶିବ ଆରାଧନା ତଥା ଭକ୍ତି ସଂଗୀତ ପରିବେଷଣ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ଯୋଗଦେବା ପାଇଁ ମହିଳା ମାନଙ୍କ ମଧ୍ୟରେ ଉତ୍ସାହ ପରିଲକ୍ଷିତ ହୋଇଥିଲା ।

Leave A Reply

Your email address will not be published.