ବାବା ଆଖଣ୍ଡଳମଣି ପୀଠରେ ମହାରୁଦ୍ରାଭିଷେକ ଅନୁଷ୍ଠିତ

ରାଉରକେଲା, (ସସ୍ମିତା ପ୍ରଧାନ) : ସେକ୍ଟର ୧୯ ସ୍ଥିତ ରାମଗଡ ବସ୍ତିରେ ଥିବା ବାବା ଆଖଣ୍ଡଳମଣି ପୀଠରେ ଜଗତ କଲ୍ୟାଣ ପାଇଁ ମହାରୁଦ୍ରାଭିଷେକ ଅନୁଷ୍ଠିତ ହୋଇଯାଇଛି । ଶ୍ରାବଣ ମାସ ପ୍ରତିପଦା ତିଥି ତୃତୀୟ ସୋମବାର କୃଷ୍ଣ ପକ୍ଷରେ ବାବାଙ୍କ ପୀଠରେ ମହାରୁଦ୍ରାଭିଷେକ କଲେ ଜଗତ, ବିଶ୍ୱ ଓ ଯଜମାନଙ୍କ ମଙ୍ଗଳ ଓ ପୁଣ୍ୟ ହୁଏ ବୋଲି ବିଶ୍ଵାସ ରହିଛି । ଏହି କାର୍ଯ୍ୟକ୍ରମରେ ପୁରୀର ପଣ୍ଡିତ ରମେଶ ଚନ୍ଦ୍ର ପଣ୍ଡା, ବାବା ଆଖଣ୍ଡଳମଣିଙ୍କ ମୁଖ୍ୟ ପୂଜକ ପଣ୍ଡିତ ବିରଞ୍ଚି ନାରାୟଣ ପଣ୍ଡା ରୁଦ୍ରାଭିଷେକ କରିଥିବା ବେଳେ କର୍ତ୍ତା ଭାବେ କୃଷ୍ଣଚନ୍ଦ୍ର ଘୋଷ ଓ ପ୍ରଜ୍ଞାରାଣୀ ଘୋଷ ଦାୟିତ୍ଵ ତୁଲାଇଥିଲେ । ଏହି କାର୍ଯ୍ୟକ୍ରମରେ ମନ୍ଦିର ପରିଚାଳନା କମିଟିର ସଭାପତି ପ୍ରଫୁଲ୍ଲ ସ୍ୱାଇଁ, ସମ୍ପାଦକ ଅନିଲ ଗୁପ୍ତା, ହରି ସାହୁ, ବାସୁଦେବ ସ୍ୱାଇଁ, ବସନ୍ତ ସାହୁ ପ୍ରମୁଖ ଉପସ୍ଥିତ ରହି ସହଯୋଗ କରିଥିବା ବେଳେ ଶତାଧିକ ଭକ୍ତଙ୍କୁ ପ୍ରସାଦ ବିତରଣ କରାଯାଇଥିଲା ।

Leave A Reply

Your email address will not be published.