ନିଆଁ ଲାଗି ବଜାରରେ ଥିବା ୧୦ ଟି ଦୋକାନ ଜଳିଗଲା

ଭଦ୍ରକ : ନିଆଁ ଲାଗି ବଜାରରେ ଥିବା ୧୦ ଟି ଦୋକାନ ଜଳିଗଲା ବୋଲି ଖବର ମିଳିଛି । ସୂଚନା ଯୋଗ୍ୟ ଯେ, ଗତକାଲି ବିଳମ୍ବିତ ରାତିରେ ଭଦ୍ରକ ଜିଲାର ତିହିଡି ବଜାରରେ ନିଆଁ ଲାଗି ବଜାରରେ ଥିବା ୧୦ ଟି ଦୋକାନ ଜଳିଯାଇଥିବା ବେଳେ ଲକ୍ଷାଧିକ ଟଙ୍କାର ବହୁ ସମ୍ପତ୍ତି କ୍ଷୟକ୍ଷତି ହୋଇଛି ବୋଲି ଜଣାପଡ଼ିଛି । ତେବେ ବହୁ କଷ୍ଟରେ ନିଆଁକୁ ଆୟତ୍ତ କରାଯାଇଥିଲା । ଏପର୍ୟ୍ୟନ୍ତ ଘଟଣା ବିଷୟରେ ପୁରା ଖବର ମିଳିପାରିନାହିିଁ ।

Leave A Reply

Your email address will not be published.